ଓଡିଶା

odisha

ETV Bharat / state

ପୁରୀ ପେଣ୍ଠକଟାରେ ଭୟଙ୍କର ବିସ୍ଫୋରଣ, କାରଣ ଅସ୍ପଷ୍ଟ - ପେଣ୍ଠକଟା କନକଦୂର୍ଗା ସାହିରେ ବିସ୍ଫୋରଣ

ପୁରୀ ପେଣ୍ଠକଟା କନକଦୂର୍ଗା ସାହିରେ ବିସ୍ଫୋରଣ । ବିସ୍ଫୋରଣର କାରଣ ଅସ୍ପଷ୍ଟ ଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି । ଅଧିକ ପଢ଼ନ୍ତୁ

explosion in penthakata boat factory
ପେଣ୍ଠକଟା କନକଦୂର୍ଗା ସାହିରେ ବିସ୍ଫୋରଣ

By ETV Bharat Odisha Team

Published : Sep 2, 2023, 4:12 PM IST

ପେଣ୍ଠକଟା କନକଦୂର୍ଗା ସାହିରେ ବିସ୍ଫୋରଣ

ପୁରୀ: ପେଣ୍ଠକଟା କନକଦୂର୍ଗା ସାହିରେ ଅଘଟଣ । ମାଛଧରା ଡଙ୍ଗା କାରଖାନାରେ ବୋମା ବିସ୍ଫୋରଣ । ଏଥିରେ କୌଣସି ବ୍ୟକ୍ତି ମୃତାହତ ହୋଇନଥିବା ବେଳେ ଏକ ବୁଲା କୁକୁରର ଶରୀର ଖଣ୍ଡଖଣ୍ଡ ହୋଇ ରାସ୍ତାରେ ପଡ଼ି ରହିଛି । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି । ବିସ୍ଫୋରଣର କାରଣ ବର୍ତ୍ତମାନ ସୁଦ୍ଧା ଜଣାପଡ଼ିନାହିଁ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଏହା ମଧ୍ୟ ପଢ଼ନ୍ତୁ:ତାଳଚେର ବିଧାୟକଙ୍କ ଅଫିସ ସାମ୍ନାରୁ ବୋମା ଜବତ, କହିଲେ କୁଚକ୍ରୀଙ୍କ ହୀନ ମାନସିକତା

ସୂଚନା ଅନୁଯାୟୀ, ପୁରୀ ପେଣ୍ଠକଟା କନକଦୂର୍ଗା ସାହିରେ ଦିନ ୧୦ଟା ବେଳକୁ ଏକ ବଡ଼ ଶବ୍ଦ ଶୁଭିଥିଲା । ଯାହାକୁ ନେଇ ଅଞ୍ଚଳରେ ଭୟର ବାତାବରଣ ଖେଳିଗଲା ଲୋକେ ଆସି ବାହାରକୁ ଦେଖିବା ବେଳକୁ ଏକ କୁକୁରର ଖଣ୍ଡ ବିଖଣ୍ଡିତ ଶରୀର ପଡିଥିବା ଦେଖିବାକୁ ପାଇଥିଲେ । କନକଦୂର୍ଗା ସାହିରେ ସ୍ଥାନୀୟ ଜୈନେକ ବ୍ୟକ୍ତିଙ୍କ ଏକ ବୋଟ ନିର୍ମାଣ କାରଖାନା ରହିଛି । ଏହି କାରଖାନା ଭିତରେ ବିସ୍ଫୋରଣ ହୋଇଥିବା ସ୍ଥାନୀୟ ବାସିନ୍ଦା କହିଛନ୍ତି । ସେପଟେ ଖବର ପାଇ ଘଟଣାସ୍ଥଳରେ ପୁରୀ ସମୁଦ୍ରକୂଳ ଥାନା ପୋଲିସ ପହଁଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ଜନବସତି ଅଞ୍ଚଳରେ କିଏ ଓ କାହିଁକି ଏଭଳି କାର୍ଯ୍ୟକଲା ସେନେଇ ବର୍ତ୍ତମାନ ସୁଦ୍ଧା ଜଣାପଡ଼ିନାହିଁ ।

ଏହା ମଧ୍ୟ ପଢ଼ନ୍ତୁ:ଜିଏମ ଆଇରନ ପ୍ଲାଣ୍ଟରେ ବିସ୍ଫୋରଣ, ୬ ଶ୍ରମିକ ଆହତ

ଏହା ମଧ୍ୟ ପଢ଼ନ୍ତୁ:ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଘରକୁ ବୋମାମାଡ, ତଦନ୍ତ ଆରମ୍ଭ

ପୁରୀ ସିଟି ଡିଏସପି ପ୍ରଶାନ୍ତ କୁମାର ସାହୁ କହିଛନ୍ତି, "ବିସ୍ଫୋରଣ କଣ ପାଇଁ ଘଟିଲା ଏବଂ ତାହା କେଉଁ ଜିନିଷ ଥିଲା ସେନେଇ ତଦନ୍ତ ଚାଲିଛି । ବିସ୍ଫୋରଣ ସ୍ଥଳକୁ ପୋଲିସ ସିଲ କରିଦେଇଛି । ସାଇଣ୍ଟଫିକ ଟିମ ଆସି ଯାଞ୍ଚ କରୁଛି ।" ଖୁବଶୀଘ୍ର ବିସ୍ଫୋରଣ ପଛର କାରଣ ଜଣାପଡିବ ବୋଲି ପୁରୀ ସିଟି ଡିଏସପି ସୂଚନା ଦେଇଛନ୍ତି ।

ତେବେ ସମୁଦ୍ରକୂଳରେ ଥିବା ପେଣ୍ଠକଟା ଅଞ୍ଚଳରେ ଘଟିଥିବା ବିସ୍ଫୋରଣ ପୁରୀ ସହରରେ ଚର୍ଚ୍ଚାର ବିଷୟ ହୋଇଛି । ଏହା ପଛରେ କିଛି ଅପରାଧିକ ବ୍ୟକ୍ତିଙ୍କ ଭୂମିକା ରହିଥିବା ଲୋକ ମାନେ ସନ୍ଦେହ କରୁଛନ୍ତି । ପୁରୀ ସହର ଆତଙ୍କବାଦୀଙ୍କ ଟାର୍ଗେଟରେ ଥିବା କେନ୍ଦ୍ରୀୟ ଗୁଇନ୍ଦା ଏଜେନ୍ସି ସବୁବେଳେ ଚେତାଇ ଆସିଛନ୍ତି । ଏଣୁ ଏହି ବିସ୍ଫୋରଣ ପଛର କାରଣ ନେଇ ପୁରୀ ପୋଲିସ ତନାଘନା ଆରମ୍ଭ କରିଛି ।



ଇଟିଭି ଭାରତ, ପୁରୀ

ABOUT THE AUTHOR

...view details