ଓଡିଶା

odisha

By

Published : Feb 11, 2023, 9:46 PM IST

ETV Bharat / state

ଶ୍ରୀମନ୍ଦିର ସିଂହଦ୍ବାର ଗୁମୁଟରେ ଫାଟ, ରକ୍ଷଣାବେକ୍ଷଣରେ ଅବହେଳା ନେଇ ଭକ୍ତ ମହଲରେ ଅସନ୍ତୋଷ

ଶ୍ରୀମନ୍ଦିର ସିଂହଦ୍ବାର ଗୁମୁଟରେ ଫାଟ ସୃଷ୍ଟି ହୋଇଛି । ଏଏସଆଇର ଅବହେଳାକୁ ନେଇ ସେବାୟତ, ଭକ୍ତଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ

Cracks in Srimandir
Cracks in Srimandir

ଶ୍ରୀମନ୍ଦିର ସିଂହଦ୍ବାର ଗୁମୁଟରେ ଫାଟ

ପୁରୀ:ଶ୍ରୀମନ୍ଦିର ସିଂହଦ୍ଵାର ଗୁମୁଟରେ ଫାଟ । ଗୁମୁଟ ବାମ ପାର୍ଶ୍ଵରେ ଏହି ଫାଟ ସୃଷ୍ଟି ହୋଇଛି । କେବଳ ସେତିକି ନୁହେଁ ବିଭିନ୍ନ ଦେବାଦେବୀଙ୍କ ମୂର୍ତ୍ତି ମଧ୍ୟ ଭାଙ୍ଗି ଯାଇଛି । ଶ୍ରୀମନ୍ଦିର ଭଳି ଐତିହ କୀର୍ତ୍ତିରାଜିର ସୁରକ୍ଷା ଦିଗରେ ଏଏସଆଇ ଓ ଶ୍ରୀମନ୍ଦିର ପ୍ରଶାସନର ଅବହେଳାକୁ ସବୁ ମହଲରେ ନିନ୍ଦା କରଯାଇଛି । ରକ୍ଷଣାବେକ୍ଷଣରେ ଅବହେଳାକୁ ନେଇ ଭକ୍ତ ମହଲରେ ମଧ୍ୟ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।

ସିଂହଦ୍ବାର ଗୁମୁଟ ବାମ ପାର୍ଶ୍ବରେ ଥିବା ମୁହଁ, ଗୋଡ଼, ସିଂହ ମୂର୍ତ୍ତି ଭାଙ୍ଗି ଝଡି ପଡିଥିବା ଦେଖିବାକୁ ମିଳିଛି । ତେବେ ଶ୍ରୀମନ୍ଦିରର ରକ୍ଷଣାବେକ୍ଷଣରେ ଏଏସଆଇ ଏବଂ ଶ୍ରୀମନ୍ଦିର ପ୍ରଶାସନ ଅବହେଳା କରିବାକୁ ନେଇ ସେବାୟତ ଏବଂ ଭକ୍ତଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି । ସିଂହଦ୍ବାର ପ୍ରବେଶ ପଥର ବାମ ପାର୍ଶ୍ଵରେ ପଥରରେ ବଡ଼ ବଡ଼ ଫାଙ୍କ ସୃଷ୍ଟି ହୋଇଛି । ଯାହା ଶ୍ରୀମନ୍ଦିର ପାଇଁ ବିପଦ ସୃଷ୍ଟି କରିଛି । ଏହି ଫାଟ ଆକାର ଲମ୍ବ ୨ ଫୁଟ ହୋଇଥିବା ବେଳେ ଚଉଡ଼ା ୫ ଇଞ୍ଚ ରହିଥିବା ଜଣାପଡ଼ିଛି ।

ଏହା ବି ପଢନ୍ତୁ- ହସ୍ପିଟାଲ ଶଯ୍ୟାରେ ବାପ-ପୁଅ ମିଳନ, ୪୨ ବର୍ଷ ପରେ ବାପାଙ୍କୁ ଦେଖିଲା ପୁଅ

ଶ୍ରୀମନ୍ଦିର ସିଂହଦ୍ବାର ଗୁମୁଟ ପାର୍ଶ୍ବରେ ସୃଷ୍ଟି ହୋଇଥିବା ଏହି ଫାଟ ବଡ଼ ବଡ଼ ହୋଇଥିବା ବେଳେ ଗୁମ୍ଫା ଭଳି ଦୃଶ୍ୟମାନ ହେଉଛି । ଏହା ଭିତରେ ସରୀସୃପ ବସବାସ କରୁଥିବା ନେଇମଧ୍ୟ ଆଶଙ୍କା କରାଯାଉଛି । ଏହି ଫାଟ ସୃଷ୍ଟି ପରେ ମଧ୍ୟ ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ । ସୂଚନା ଥାଉ କି ୧୯୭୫ ମସିହାରୁ ଏଏସଆଇ ଶ୍ରୀମନ୍ଦିରର ରକ୍ଷଣାବେକ୍ଷଣ ଦାୟିତ୍ଵ ନେଇଛି । ହେଲେ ପୂର୍ବରୁ ଶ୍ରୀମନ୍ଦିର ଉପରୁ ପଥର ଖସିବାର ନଜିର ରହିଛି । ସେହିପରି ଶ୍ରୀମନ୍ଦିରର ନାଟ ମଣ୍ଡପ, ରତ୍ନ ଭଣ୍ଡାର ଦୁର୍ବଳ ହୋଇ ପାଣି ଗଳୁଛି । ତେବେ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ନାଟ ମଣ୍ଡପର ମରାମତି ଏଏସଆଇ ପକ୍ଷରୁ ଆରମ୍ଭ ହୋଇଥିବା ବେଳେ ଏହାର ମାରାମତି କାର୍ଯ୍ୟ କିନ୍ତୁ ଅଦ୍ୟାବଧି ସରୁନି ।

ରତ୍ନ ଭଣ୍ଡାର ମରାମତିରେ ଏଏସଆଇର ଅବହେଳାକୁ ନେଇ ସେବାୟତ, ଭକ୍ତଙ୍କ ମଧ୍ୟରେ ସବୁବେଳେ ଅସନ୍ତୋଷ ଲାଗି ରହିଛି । ଶ୍ରୀମନ୍ଦିର ଭଳି ଐତିହ କୀର୍ତ୍ତିରାଜିର ସୁରକ୍ଷା ଦିଗରେ ଏଏସଆଇ ଓ ଶ୍ରୀମନ୍ଦିର ପ୍ରଶାସନର ଅବହେଳା ସବୁ ମହଲରେ ନିନ୍ଦା କରଯାଇଛି । ଏଏସଆଇ ଶ୍ରୀମନ୍ଦିରର ରକ୍ଷଣାବେକ୍ଷଣ ଦାୟିତ୍ଵ ନେବା ପରେ ପ୍ରଥମେ ଶ୍ରୀମନ୍ଦିର ଉପରେ ଲାଗିଥିବା ଧଳା ଚୂନର ମୋଟା ଆସ୍ତରଣକୁ ଛଡ଼ା ଯାଇଥିଲା । ଏହା ଶ୍ରୀମନ୍ଦିର ପ୍ରତି ବିପଦ ଥିବା ଦର୍ଶାଇ ଏଏସଆଇ ଏହି ପଦକ୍ଷେପ ନେଇଥିଲା ।

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details