ଓଡିଶା

odisha

ETV Bharat / state

ନୂଆ ରୂପ ପାଇବ ପଞ୍ଚତୀର୍ଥ ପୁଷ୍କରିଣୀ, ଜୋରସୋରରେ ଚାଲିଛି ସୌନ୍ଦର୍ଯ୍ୟକରଣ କାର୍ଯ୍ୟ - ଶ୍ରୀକ୍ଷେତ୍ରରେ ଥିବା ପଞ୍ଚତୀର୍ଥ ପୁଷ୍କରିଣୀ

ଅଳ୍ପ ଦିନରେରେ ନୂଆରୂପ ପାଇବ ଶ୍ରୀକ୍ଷେତ୍ରରେ ଥିବା ପଞ୍ଚତୀର୍ଥ ପୁଷ୍କରିଣୀ । ପଞ୍ଚତୀର୍ଥ ପୁଷ୍କରିଣୀର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଏବେ ଜୋରସୋରରେ ଆଗେଇ ଚାଲିଛି। ଅଧିକ ପଢନ୍ତୁ

renovation of pancha tirtha holy pond
renovation of pancha tirtha holy pond

By

Published : Feb 28, 2023, 10:36 PM IST

renovation of pancha tirtha holy pond

ପୁରୀ: ଆଉ କେଇଟା ଦିନ ପରେ ନୂଆ ରୂପ ପାଇବ ଶ୍ରୀକ୍ଷେତ୍ରରେ ଥିବା ପଞ୍ଚତୀର୍ଥ ପୁଷ୍କରିଣୀ। ପବିତ୍ର ପଞ୍ଚତୀର୍ଥ ପୁଷ୍କରିଣୀର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଏବେ ଜୋରସୋରରେ ଆଗେଇ ଚାଲିଛି। ପୁଷ୍କରିଣୀର ଚତୁଃପାର୍ଶ୍ଵରେ ଭାଙ୍ଗି ଯାଇଥିବା ପାଚେରୀ ଗୁଡ଼ିକ ନିର୍ମାଣ କରାଯାଉଛି। ଖଣ୍ଡେଲାଇଟ୍ ପଥରରେ ନିର୍ମିତ ଏହି କାନ୍ଥରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଭିନ୍ନ ନୀତି ଏବଂ ପର୍ବପର୍ବାଣୀ ଉତ୍ସବକୁ ପଥରରେ ଖୋଦେଇ କରି ଚିତ୍ର ଅଙ୍କାଜିବ।

ସେହିପରି ତୀର୍ଥ ପୁଷ୍କରିଣୀର ପାହାଚଗୁଡ଼ିକ ମଧ୍ୟ ମରାମତି କରାଯାଉଛି। ଏହା ସହ ପୁଷ୍କରିଣୀର ଜଳକୁ ସ୍ୱଚ୍ଛ ରଖିବା ପାଇଁ ସ୍ବତନ୍ତ୍ର କେମିକାଲରେ ସଫେଇ କରାଯାଉଛି। ଭକ୍ତ, ଶ୍ରଦ୍ଧାଳୁ ଓ ପର୍ଯ୍ୟଟକଙ୍କ ବସିବା ପାଇଁ ସୁନ୍ଦର ଉଦ୍ୟାନ, ଉଜ୍ଜ୍ୱଳ ଆଲୋକ ବ୍ୟବସ୍ଥା, ଟଏଲେଟ୍ ଆଦି ନିର୍ମାଣ ହେଉଛି। ତେବେ ଏହି ନିର୍ମାଣ କାର୍ଯ୍ୟ ସରିବା ପରେ ପଞ୍ଚତୀର୍ଥ ପୁଷ୍କରିଣୀ ନୂଆ ରୂପ ପାଇବା ସହ ଏହାର ପୂର୍ବ ଗୌରବ ଫେରି ପାଇବ ବୋଲି ମଠ ମହନ୍ତ ମତ ରଖିଛନ୍ତି। ଡେରିରେ ହେଉ ପଛେ ରାଜ୍ୟ ସରକାର ପଞ୍ଚତୀର୍ଥ ପୁଷ୍କରିଣୀର ମହତ୍ତ୍ଵ ବୁଝି ଏହାର ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ କରିଥିବାରୁ ଜଗନ୍ନାଥ୍ ପ୍ରେମୀ ଏଭଳି ଉଦ୍ୟମକୁ ପ୍ରଶଂସା କରିଛନ୍ତି।

ତେବେ ପୁରୀରେ ଥିବା ଇନ୍ଦ୍ରଦ୍ୟୁମ୍ନ , ମାର୍କଣ୍ଡେୟ , ଶ୍ବେତଗଙ୍ଗା ଏବଂ ନରେନ୍ଦ୍ର ପୁଷ୍କରିଣୀକୁ ତୀର୍ଥ ପୁଷ୍କରିଣୀ ଭାବେ ପୁରାଣରେ ବର୍ଣ୍ଣନା ରହିଛି। ବର୍ଷ ତମାମ ମହାପ୍ରଭୁଙ୍କ ବିଭିନ୍ନ ନିତିକାନ୍ତି, ପର୍ବପର୍ବାଣୀ ଏହି ତୀର୍ଥ ପୁଷ୍କରିଣୀ ମାନଙ୍କରେ ଅନୁଷ୍ଠିତ ହେଇଥାଏ। ଏଣୁ ଶ୍ରୀକ୍ଷେତ୍ରକୁ ଆସୁଥିବା ଭକ୍ତ ଶ୍ରଦ୍ଧାଳୁମାନେ ପ୍ରଥମେ ତୀର୍ଥ ପୁଷ୍କରିଣୀରେ ସ୍ନାନ କରିବା ସହ ଜଳ ସିଞ୍ଚନ କରି ମହାପ୍ରଭୁଙ୍କ ଦର୍ଶନ କରିଥାନ୍ତି। ଏହା ଦ୍ୱାରା ଅନେକ ପୁଣ୍ୟ ମିଳିଥାଏ ବୋଲି ପୁରାଣରେ ବର୍ଣ୍ଣନା ରହିଛି।

ଏଥିସହ ଏହି ତୀର୍ଥ ପୁଷ୍କରିଣୀ ରକ୍ଷଣା ବେକ୍ଷଣ ଅଭାବରୁ ଜଳ ପ୍ରଦୂଷିତ ହେବା ସହ ପାହାଚ ଓ ଚାରିପାଖ ପାଚେରୀ ଭାଙ୍ଗି ଯାଇଥିଲା। ଆଲୋକ ବ୍ୟବସ୍ଥା ନ ଥିବାରୁ ଅସାମାଜିକ ବ୍ୟକ୍ତିଙ୍କ ଆଡ୍ଡାସ୍ଥଳୀ ପାଲଟିଥିଲା। ଏବେ ଏହାର ପୁନରୁଦ୍ଧାର ନେଇ ରାଜ୍ୟ ସରକାର ପଦକ୍ଷେପ ନେଇଥିବା ବେଳେ ଦ୍ରୁତ ଗତିରେ ଏହାର କାର୍ଯ୍ୟ ଚାଲିଥିବା ଜିଲ୍ଲାପାଳ କହିଛନ୍ତି। ସେହିପରି ପଞ୍ଚତୀର୍ଥ ପୁଷ୍କରିଣୀ ପୁନରୁଦ୍ଧାର ପାଇଁ ପୂର୍ବରୁ ବହୁ ଟଙ୍କା ଖର୍ଚ୍ଚ ହୋଇଛି। ହେଲେ ଉପଯୁକ୍ତ ରକ୍ଷଣା ବେକ୍ଷଣ ଅଭାବରୁ ପଞ୍ଚ ତୀର୍ଥ ପୁଷ୍କରିଣୀ ଅବହେଳିତ ଅବସ୍ଥାରେ ଥିଲା। ତେବେ ପୁଣିଥରେ ପଞ୍ଚତୀର୍ଥ ପୁଷ୍କରିଣୀର ପୁନରୁଦ୍ଧାର ନେଇ 76 କୋଟି ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ପଞ୍ଚତୀର୍ଥ ପୁଷ୍କରିଣୀର ସଠିକ୍ ରକ୍ଷଣାବେକ୍ଷଣ କରିବା ପାଇଁ ଜଗନ୍ନାଥ ପ୍ରେମି ଓ ଭକ୍ତ ଦାବି କରିଛନ୍ତି।

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details