ପୁରୀ: କିଛିଦିନର ବ୍ୟବଧାନ ପରେ ପୁରୀ ଶ୍ରୀମନ୍ଦିର ସୁରକ୍ଷା ଜୋନରେ ପୁଣି ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହୋଇଛି । ଆଜି(ମଙ୍ଗଳବାର) ତେବେ ଶ୍ରୀମନ୍ଦିରର ପଶ୍ଚିମ ଦ୍ଵାରରେ ଏହି କାର୍ଯ୍ୟ ଜାରି ରହିଛି । କିଛି ଲଜ ଓ ଘରୋଇ ପ୍ଲଟ ଉଚ୍ଛେଦ ଚାଲିଛି । ବିସ୍ଥାପିତଙ୍କୁ କ୍ଷତିପୂରଣ ରାଶି ଦିଆଯିବା ପରେ ଏହି ପ୍ରକ୍ରିୟା ପ୍ରଶାସନ ଆରମ୍ଭ କରିଛି ।
ଶ୍ରୀମନ୍ଦିର ସୁରକ୍ଷା ଜୋନରେ ପୁଣି ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ - Reeviction started in puri
ଶ୍ରୀମନ୍ଦିର ଚତୁଃପାର୍ଶ୍ବର ସୌନ୍ଦର୍ଯ୍ୟକରଣ ପାଇଁ ମଙ୍ଗଳବାର ପୁଣି ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି । କୌଣସି ଅପ୍ରୀତିକର ପରିସ୍ଥିତିକୁ ଏଡାଇବା ପାଇଁ 2 ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି । ଅଧିକ ପଢନ୍ତୁ..
ଶ୍ରୀମନ୍ଦିର ସୁରକ୍ଷା ଯୋନରେ ପୁଣି ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ
ତେବେ ଉଚ୍ଛେଦ ସ୍ଥାନରେ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ 2 ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି । ଏହି ଉଚ୍ଛେଦ ପ୍ରକ୍ରିୟା ଚାଲୁ ରହିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ