ଓଡିଶା

odisha

ETV Bharat / state

ନୟାନ୍ତ କଲେଣି ନାଲି ପିମ୍ପୁଡି, ଭୟରେ ଗାଁ ଛାଡିବେ ଲୋକେ

ପିପିଲି ଚନ୍ଦ୍ରଦେଇପୁର ବ୍ରାହ୍ମଣସାହିରେ ଆତଙ୍କ ଖେଳାଇଛନ୍ତି ନାଲି ପିମ୍ପୁଡି । ପିମ୍ପୁଡି ଭୟରେ ଗାଁ ଛାଡିବାକୁ ବସିଲେଣି ଲୋକେ । ଅଧିକ ପଢନ୍ତୁ

ପିପିଲିରେ ନାଲି ପିମ୍ପୁଡି ଆତଙ୍କ, ଅସ୍ତବ୍ୟସ୍ତ ଜନଜୀବନ
ପିପିଲିରେ ନାଲି ପିମ୍ପୁଡି ଆତଙ୍କ, ଅସ୍ତବ୍ୟସ୍ତ ଜନଜୀବନ

By

Published : Sep 4, 2022, 10:55 AM IST

ପୁରୀ: ପିପିଲି ବ୍ଲକ ଅନ୍ତର୍ଗତ ଚନ୍ଦ୍ରାଦେଇପୁର ବ୍ରାହ୍ମଣୀ ସାହିରେ ଆତଙ୍କ ଖେଳାଇଛନ୍ତି ନାଲି ପିମ୍ପୁଡି(Red Ant Terror In Pipili) । ଘରଦ୍ବାର, ରାସ୍ତାଘାଟ ସବୁଠି ମାଳ ମାଳ ପିମ୍ପୁଡି ଚାଲୁଛନ୍ତି । ନା ଘରୁ ବାହାରି ହେଉଛି, ନା ଲୋକେ କେଉଁଠି ଟିକିଏ ଛିଡା ହୋଇପାରୁଛନ୍ତି । ରୋଷେଇ ଘର ଠାରୁ ଶୋଇବା ଘର ଯାଏଁ ସବୁଠୁ ପିମ୍ପୁଡି ସାଲୁବାଲୁ ହେଉଛନ୍ତି । ଯାହାଫଳରେ ଲୋକେ ଠିକ୍‌ରେ ଖାଇ ପାରୁନାହାନ୍ତି କି ଶୋଇ ପାରୁନାହାନ୍ତି । ପିମ୍ପୁଡି ସଂସ୍ପର୍ଶରେ ଆସିଥିବା କିଛି ଲୋକଙ୍କ ଗୋଡରେ ଘା ହୋଇଯାଇଥିବାର ମଧ୍ୟ ଦେଖିବାକୁ ମିଳିଛି । ଫଳରେ ପିମ୍ପୁଡ଼ି ଆତଙ୍କରେ ଗ୍ରାମବାସୀଙ୍କ ନିଦ ହଜିଯାଇଛି । ସ୍ଥିତି ଏପରି ଯେ, ବ୍ରାହ୍ମଣୀସାହି ବାସିନ୍ଦା ଏବେ ଗାଁ ଛାଡିବାକୁ ବସିଲେଣି ।

ପିପିଲିରେ ନାଲି ପିମ୍ପୁଡି ଆତଙ୍କ

ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ୮ରୁ ୯ ମାସ ହେଲା ଗାଁରେ ପିମ୍ପୁଡି ଦେଖାଦେଇଥିଲା । ହେଲେ ଦୁଇ ମାସ ହେବ ଅଧିକ ପିମ୍ପୁଡି ହେଉଛନ୍ତି । ଘରେ ବାହାରେ ସବୁଆଡେ ମାଳ ମାଳ ହୋଇ ବୁଲୁଥିବା ଏହି ପିମ୍ପୁଡ଼ି ମାନଙ୍କ ସଂଖ୍ୟା ବନ୍ୟା ପରେ ଅହେତୁକ ବଢ଼ିଯାଇଛି । ଲୋକମାନେ ନାହିଁ ନ ଥିବା ସମସ୍ୟା ଭୋଗୁଛନ୍ତି । ପିମ୍ପୁଡ଼ି ଗୁଡିକ ହାତଗୋଡ ଓ ଦେହରେ ଚଢିବା ପରେ କୁଣ୍ଡାଇ ହୋଇ ଘା' ହୋଇଯାଉଛି ।'' ଯାହାଫଳରେ ଛୋଟ ପିଲାଙ୍କୁ ନେଇ ଭୟ ଆତଙ୍କରେ ଦିନ କାଟୁଛନ୍ତି ଗ୍ରାମବାସୀ । ତେଣୁ ଏହାର କିଛି ପ୍ରତିକାର କରିବା ପାଇଁ ଲୋକେ ପ୍ରଶାସନ ନିକଟରେ ଅନୁରୋଧ କରିଛନ୍ତି ।

ଏହାମଧ୍ୟ ପଢନ୍ତୁ:ହାର୍ଟ ସମସ୍ୟାର କାରଣ ହୋଇପାରେ Monkeypox

ବନ୍ୟାର କିଛି ଦିନ ପୂର୍ବରୁ ଏହି ପିମ୍ପୁଡ଼ିମାନଙ୍କୁ ଦେଖିବାକୁ ମିଳିଥିଲା । ହେଲେ ବନ୍ୟା ପରେ ପିମ୍ପୁଡିଙ୍କ ସଂଖ୍ୟା ଅହେତୁକ ବଢ଼ିଯାଇଛି । ଲକ୍ଷ ଲକ୍ଷ ପିମ୍ପୁଡି ଲୋକଙ୍କ ଜୀବନ ଅସ୍ତବ୍ୟସ୍ତ କରିସାରିଲେଣି । ପିମ୍ପୁଡ଼ିକୁ ଦମନ କରିବା ପାଇଁ ସ୍ଥାନୀୟ ପ୍ରଶାସନ ତୁରନ୍ତ ପ୍ରତିକାର ବ୍ୟବସ୍ଥା ନ କଲେ ଆଗାମୀ ଦିନରେ ଅଣାୟତ୍ତ ପରିସ୍ଥିତି ସୃଷ୍ଟି ହେବ ବୋଲି ଆଶଙ୍କା କରାଯାଉଛି । ବାରମ୍ବାର ଏହି ସମସ୍ୟା ନିରାକରଣ ନେଇ ସ୍ଥାନୀୟ ପ୍ରଶାସନକୁ ଅବଗତ କରାଗଲେ ମଧ୍ୟ କୌଣସି ପଦଷେପ ନିଆଯାଉ ନଥିବା ଅଭିଯୋଗ ହୋଇଛି। ତେବେ ଏହି ସମସ୍ୟାର ପ୍ରତିକାର ନେଇ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ତୁରନ୍ତ ପଦକ୍ଷେପ ନିଆଯିବାର ଆବଶ୍ୟକତା ରହିଛି ।

ABOUT THE AUTHOR

...view details