ଓଡିଶା

odisha

ସ୍ୱଚ୍ଛତା ହିଁ ସେବା ଅଭିଯାନରେ ସାମିଲ ହେଲା ପୂର୍ବତଟ ରେଳବାଇ, ବନ୍ଦେ ଭାରତ ଏକ୍ସପ୍ରେସକୁ 14 ମିନିଟରେ ସଫେଇ କରି କୀର୍ତ୍ତିମାନ

By ETV Bharat Odisha Team

Published : Oct 1, 2023, 5:29 PM IST

ବନ୍ଦେ ଭାରତ ଏକ୍ସପ୍ରେସରେ ମାତ୍ର 14 ମିନିଟରେ 16 ଟି କୋଚକୁ ସଫେଇ କରି ରେକର୍ଡ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ଵାନ କ୍ରମେ ସ୍ଵଚ୍ଚତା ହିଁ ସେବା ଅଭିଯାନରେ ସାମିଲ ହେଲା ପୂର୍ବତଟ ରେଳବାଇ। ଅଧିକ ପଢ଼ନ୍ତୁ

ସ୍ୱଚ୍ଛତା ହିଁ ସେବା ଅଭିଯାନରେ ସାମିଲ ହେଲା ପୁର୍ବତଟ ରେଳବାଇ
ସ୍ୱଚ୍ଛତା ହିଁ ସେବା ଅଭିଯାନରେ ସାମିଲ ହେଲା ପୁର୍ବତଟ ରେଳବାଇ

ସ୍ୱଚ୍ଛତା ହିଁ ସେବା ଅଭିଯାନରେ ସାମିଲ ହେଲା ପୁର୍ବତଟ ରେଳବାଇ

ପୁରୀ:ବନ୍ଦେ ଭାରତ ଏକ୍ସପ୍ରେସକୁ ସଫେଇ କରି କୀର୍ତ୍ତିମାନ । ମାତ୍ର 14 ମିନିଟରେ 16ଟି କୋଚକୁ କରାଗଲା ସଫେଇ । ପୂର୍ବରୁ ଟ୍ରେନ୍ ସଫେଇ ପାଇଁ 45 ମିନିଟ ସମୟ ଲାଗୁଥିବା ବେଳେ ଏବା ମାତ୍ର 14 ମିନିଟରେ ସଫା କାମ ଶେଷ କରାଯାଇଛି । ତେବେ ପୁରୀ ହାୱଡ଼ା ବନ୍ଦେ ଭାରତ ଏକ୍ସପ୍ରେସରେ ଏଇ ସଫେଇ କାର୍ଯ୍ୟ କରିଛି ପୂର୍ବତଟ ରେଳ ବିଭାଗ ।

ସାରା ଭାରତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ଵାନ କ୍ରମେ ସ୍ଵଚ୍ଛତା ହିଁ ସେବା ଅଭିଯାନ ଆରମ୍ଭ ହୋଇଛି । ଏହି ଅଭିଯାନକୁ ଜନସଚେତନତାରେ ପରିଣତ କରିବା ପାଇଁ ରେଳ ବିଭାଗ ମଧ୍ୟ ଆଗେଇ ଆସିଛି । ତେଣୁ ଆଜି ପୁରୀ ରେଳ ଷ୍ଟେସନରେ ପୁରୀ ହାୱଡ଼ା ବନ୍ଦେ ଭାରତ ଏକ୍ସପ୍ରେସକୁ ମାତ୍ର 14 ମିନିଟରେ ସଫା କରାଯାଇ ଏକ ନୂଆ କୀର୍ତ୍ତିମାନ କରିଛି ପୂର୍ବତଟ ରେଳବାଇ । ଏଥିପାଇଁ ପୁରୀ ଷ୍ଟେସନରେ ଏକ ସ୍ବତନ୍ତ୍ର କାର୍ଯକ୍ରମ ଆୟୋଜନ କରାଯାଇଥିଲା ।

ତେବେ ଏହି କାର୍ଯ୍ୟକ୍ରମରେ ଖୋର୍ଦ୍ଧା ଡିଆରଏମ ଅଜେଶ ବାଗଲା, ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ ପ୍ରମୁଖ ଯୋଗ ଦେଇ ବନ୍ଦେ ଭାରତର ଏହି 14 ମିନିଟ୍‌ ସଫେଇ କାର୍ଯକ୍ରମକୁ ଆଗେଇ ନେଇଥିଲେ । ଖୋର୍ଦ୍ଧା ଡିଆରଏମ କହିଛନ୍ତି,"ପ୍ରଧାନମନ୍ତ୍ରୀଙ୍କ ଆହ୍ଵାନ କ୍ରମେ ଭାରତରେ ସ୍ୱଚ୍ଛତା ହିଁ ସେବା ଅଭିଯାନ ଜାରୀ ରହିଛି । ଏହି କାର୍ଯ୍ୟକ୍ରମକୁ ଜନ ଆନ୍ଦୋଳନରେ ପରିଣତ କରିବା ପାଇଁ ପୂର୍ବତଟ ରେଳୱେ ଏହି ସଫେଇ ଅଭିଯାନ ଆରମ୍ଭ କରିଛି । ପୁରୀ ହାୱଡ଼ା ବନ୍ଦେ ଭାରତ ଏକ୍ସପ୍ରେସର 16 ଟି ବଗିକୁ ମାତ୍ର 14 ମିନିଟରେ ସଫା କରାଯାଇଛି। ପୁର୍ବରୁ ଟ୍ରେନ୍ ସଫେଇ ପାଇଁ 45 ମିନିଟ ସମୟ ଲାଗୁଥିଲା । ଏବେ ଏହାକୁ ପରିବର୍ତ୍ତନ କରାଯାଇଛି । ଅଧିକ ସଫେଇ କର୍ମଚାରୀ, ଆଧୁନିକ ସଫେଇ ଯନ୍ତ୍ର ଯୋଗାଇ ଦିଆଯାଇଛି । ଆଗାମୀ ଦିନରେ ଅନ୍ୟ ଟ୍ରେନରେ ମଧ୍ୟ ଏହି ଭଳି ସଫେଇ ବ୍ୟବସ୍ଥା ଆରମ୍ଭ ହେବ।"

ଏହା ମଧ୍ୟ ପଢ଼ନ୍ତୁ...ଏକକାଳୀନ 9 ‘ବନ୍ଦେ ଭାରତ ଏକ୍ସପ୍ରେସ’ର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

ସେପଟେ ପୁରୀ ବିଧାୟକ ଜୟନ୍ତୀ ଷଡ଼ଙ୍ଗୀ ସ୍ୱଚ୍ଛତା ହିଁ ସେବା କାର୍ଯକ୍ରମକୁ ଉଚ୍ଚ ପ୍ରଶଂସା କରିଛନ୍ତି । ପରିବେଶ ସ୍ୱଚ୍ଛ ରହିଲେ ମନ ସ୍ୱଚ୍ଛ ରହିବ ଓ ଶରୀର ମଧ୍ୟ ସୁସ୍ଥ ରହିବ । ତେଣୁ ସଫେଇ କାର୍ଯ୍ୟକ୍ରମକୁ ନେଇ ଲୋକମାନେ ସଚେତନ ହୋଇଥିବା ବେଳେ ଏଥିରେ ସହଯୋଗ କରିବା ଉଚିତ୍ ବୋଲି ପୁରୀ ବିଧାୟକ କହିଛନ୍ତି । ତେବେ ବନ୍ଦେ ଭାରତ ଏକ୍ସପ୍ରେସକୁ ମାତ୍ର 14 ମିନିଟରେ ସଫେଇ କରାଯାଇ ଏକ ସୁନ୍ଦର ବାର୍ତ୍ତା ଦିଆଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପଦକ୍ଷେପକୁ ସେ ସ୍ଵାଗତ କରିଛନ୍ତି । ଅନ୍ୟପକ୍ଷେ ଖୁବ କମ୍ ସମୟରେ ବନ୍ଦେ ଭାରତର ସଫେଇକୁ ନେଇ ପ୍ରାଶଂସା କରିଛନ୍ତି ଯାତ୍ରୀ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ଵଚ୍ଚ ଭାରତ କାର୍ଯ୍ୟକ୍ରମ ଦ୍ଵାରା ଲୋକ ମାନେ ବହୁତ୍ ସଚେତନ ହେଲେଣି । ସ୍ୱଚ୍ଛତା ହିଁ ଆଗକୁ ନେବା ପାଇଁ ରାସ୍ତା ବୋଲି ଯାତ୍ରୀମାନେ କହିଛନ୍ତି ।

ଇଟିଭି ଭାରତ, ପୁରୀ

TAGGED:

ABOUT THE AUTHOR

...view details