ଓଡିଶା

odisha

ETV Bharat / state

ଚାଲିଛି ରଥ ନିର୍ମାଣ ପ୍ରସ୍ତୁତି, ସରକାରଙ୍କ ନିର୍ଦ୍ଦେଶ ଅପେକ୍ଷାରେ ଶ୍ରୀମନ୍ଦିର ପ୍ରଶାସକ - rathyatra Preparations underway

ପୁରୀରେ ଏଥର ମହାପ୍ରଭୁଙ୍କ ରଥଯାତ୍ରା ଅୟୋଜନ ହେବ କି ନାହିଁ ସେ ନେଇ ଚର୍ଚ୍ଚା ଲାଗି ରହିଛି । ଅକ୍ଷୟ ତୃତୀୟା ସମେତ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା ଓ ରଥ ନିର୍ମାଣ କାର୍ଯ୍ୟର ପ୍ରସ୍ତୁତି ମଧ୍ୟ ଜୋରସୋରରେ ଚାଲିଛି ।

rathyatra-preparations-underway
ଚାଲିଛି ରଥ ନିର୍ମାଣ ପ୍ରସ୍ତୁତି, ସରକାରଙ୍କ ନିର୍ଦ୍ଦେଶ ଅପେକ୍ଷାରେ ଶ୍ରୀମନ୍ଦିର ନୀତି ପ୍ରଶାସକ

By

Published : Apr 17, 2020, 7:17 PM IST

ପୁରୀ: କୋରୋନା ସଂକ୍ରମଣ ଆଶଙ୍କାକୁ ଦୃଷ୍ଟିରେ ରଖି ପୁରୀରେ ଏଥର ମହାପ୍ରଭୁଙ୍କ ରଥଯାତ୍ରା ଅୟୋଜନ ହେବ କି ନାହିଁ ସେ ନେଇ ଚର୍ଚ୍ଚା ଲାଗି ରହିଛି। ତେବେ ଇତି ମଧ୍ୟରେ ଅକ୍ଷୟ ତୃତୀୟା ସମେତ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା ଓ ରଥ ନିର୍ମାଣ କାର୍ଯ୍ୟର ପ୍ରସ୍ତୁତି ମଧ୍ୟ ଜୋରସୋରରେ ଚାଲିଛି ।

ଚାଲିଛି ରଥ ନିର୍ମାଣ ପ୍ରସ୍ତୁତି

ତେବେ ଏହି ପ୍ରସଙ୍ଗକୁ ନେଇ ଶ୍ରୀମନ୍ଦିର ନୀତି ପ୍ରଶାସକ ଓ ବରିଷ୍ଠ ସେବାୟତ ନିଜର ପ୍ରତିକ୍ରିୟା ରଖିଛନ୍ତି। ସରକାରଙ୍କ ନିର୍ଦ୍ଦେଶ ମୁତାବକ ରଥ ନିର୍ମାଣ ପାଇଁ କାଠ ସଂଗ୍ରହ ଚାଲିଥିବାବେଳେ ଅକ୍ଷୟ ତୃତୀୟାକୁ ମଧ୍ୟ ପରମ୍ପରା ଅନୁଯାୟୀ ପାଳନ ସହ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା ଓ ରଥ ନିର୍ମାଣ କାର୍ଯ୍ୟ ହେବ ଶ୍ରୀମନ୍ଦିର ନୀତି ପ୍ରଶାସକ କହିଛନ୍ତି।

ତେବେ ସବୁ କିଛି ପରମ୍ପରା ଅନୁଯାୟୀ ଚାଲୁ ରହିଛି। ରଥ ନିର୍ମାଣ ନେଇ କୌଣସି ସମସ୍ୟା ନାହିଁ। ତେବେ ରଥଯାତ୍ରା ଅୟୋଜନ ହେବ କି ନାହିଁ ସେ ନିଷ୍ପତ୍ତି ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ହେବ । ଅନ୍ୟପଟେ ବରିଷ୍ଠ ସେବାୟତ ବିନାୟକ ଦାସ ମହାପାତ୍ରଙ୍କ କହିଛନ୍ତି ଯେ, ରଥଯାତ୍ରା ଓ ଚନ୍ଦନ ଯାତ୍ରା ମହାପ୍ରଭୁଙ୍କର ହେବ। ସେ ନେଇ ପ୍ରସ୍ତୁତି ଚାଲିଛି । ତେବେ ଯଦି ପରିସ୍ଥିତି ନବଦଳେ ବିନା ଭକ୍ତଙ୍କ ଉପସ୍ଥିତରେ ଚଳିତ ବର୍ଷ ରଥଯାତ୍ରା ହେବ। ଦରକାର ପଡିଲେ ରଥଯାତ୍ରାରେ ସାମିଲ ହେଉଥିବା ସେବାୟତ, ପୋଲିସ, ପ୍ରଶାସନିକ ଅଧିକାରୀ ଓ କର୍ମଚାରୀଙ୍କ କୋରୋନା ଟେଷ୍ଟ ହୋଇ ରଥଯାତ୍ରା ଅୟୋଜନ ନେଇ ବ୍ୟବସ୍ଥା ହେବ।

ତେବେ ମହାପ୍ରଭୁଙ୍କ ରଥଯାତ୍ରା ଚଳିତ ବର୍ଷ ହେବ ବୋଲି ତାଙ୍କର ଆଶା ଥିବା ବରିଷ୍ଠ ଦଇତାପତି ସେବାୟତ ବିନାୟକ ଦାସ ମହାପାତ୍ର କହିଛନ୍ତି।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details