ପୁରୀ: ଶ୍ରୀଗୁଣ୍ଡିଚା ଯାତ୍ରା ପାଇଁ ଆସନ୍ତା ସୋମବାର ବଡଦାଣ୍ଡକୁ ବାହାରିବେ ମହାପ୍ରଭୁ । ତେବେ ଏହା ପୂର୍ବରୁ ମହାପ୍ରଭୁଙ୍କ ଚରଣରେ ସମର୍ପିତ ହେବା ପାଇଁ ଜଣେ ସାଧୁ ଏକ ବିଶାଳ ଧୂପ କାଠି ଆଣିଛନ୍ତି । ଯାହାକି ଏବେ ପୁରୀ ସହରରେ ଚର୍ଚ୍ଚାର ବିଷୟ ହୋଇଛି ।
ଏହି ଧୂପ କାଠିର ଲମ୍ଭ 10 ଫୁଟ । ଚଳିତ ଗୁଣ୍ଡିଚା ଯାତ୍ରାରେ ମହାପ୍ରଭୁଙ୍କ ରଥ ଆଗରେ ମହାପ୍ରଭୁଙ୍କ ଉଦେଶ୍ୟ ଧୂପ ଜାଳିବାକୁ ଇଚ୍ଛା ରଖିଛନ୍ତି । କିନ୍ତୁ କୋଭିଡ କଟକଣା ହେତୁ ଏଥର ତାଙ୍କୁ ପ୍ରଶାସନ ରଥଯାତ୍ରାରେ ଅନୁମତି ଦେବ କି ନାହିଁ ସେ ସାନ୍ଦିହାନ ଥିବା ବେଳେ ମହାପ୍ରଭୁ ଚାହିଁଲେ ସବୁ କିଛି ସମ୍ଭବ ବୋଲି ବାବା ଭୈରବାନନ୍ଦ ଆଶା ପ୍ରକଟ କରିଛନ୍ତି । ସୁଦୂର ମୟୁରଭଞ୍ଜ ଠାକୁର ମୁଣ୍ଡାର ଆଶ୍ରମରୁ ବାବା ଶ୍ରୀକ୍ଷେତ୍ର ଆସିଛନ୍ତି । ସେ ପ୍ରତିବର୍ଷ ମହାପ୍ରଭୁଙ୍କ ରଥଯାତ୍ରା ଆସି ଏହି ବିଶାଳ 10 ଫୁଟିଆ ଧୂପ କାଠି ଭକ୍ତି ସହକାରେ ଜାଳିଥାନ୍ତି ।