ପୁରୀ: ଶ୍ରୀକ୍ଷେତ୍ରରେ ପହଣ୍ଡିରେ ଆସୁଛନ୍ତି ପ୍ରଭୁ ବଳଭଦ୍ର । ସୁଦର୍ଶନଙ୍କ ପହଣ୍ଡି ପଛକୁ ପଛ ଆରମ୍ଭ ହୋଇଛି ବଳଦେବଙ୍କ ପହଣ୍ଡି । ବଡ଼ ଠାକୁରଙ୍କୁ ବାଇଶି ପାହାଚ ଦେଇ ସେବକମାନେ ରଥକୁ ଆଣିଛନ୍ତି । ବଳଦେବଙ୍କୁ ବଡ଼ଦାଣ୍ଡରେ ଅପେକ୍ଷାରତ ତାଳଧ୍ବଜରେ ରଥାରୂଢ ହୋଇଛନ୍ତି । ଦିବ୍ୟ, ଭବ୍ୟ, ମନୋଜ୍ଞ, ଟାହିଆ ହଲେଇ ରଥରେ ବିରାଜିଛନ୍ତି ଶ୍ରୀବଳଦେବ ବଡଠାକୁର ।
ପହଣ୍ଡିବିଜେ ନୀତି: ତାଳଧ୍ବଜରେ ବିରାଜିଲେ ଶ୍ରୀବଳଦେବ
ସୁଦର୍ଶନଙ୍କ ପହଣ୍ଡି ପଛକୁ ପଛ ଆରମ୍ଭ ହୋଇଛି ବଳଦେବଙ୍କ ପହଣ୍ଡି । ବଡ଼ ଠାକୁରଙ୍କୁ ବାଇଶି ପାହଚ ଦେଇ ସେବକମାନେ ରଥକୁ ଆଣିଛନ୍ତି । ବଳଦେବଙ୍କୁ ବଡ଼ଦାଣ୍ଡରେ ଅପେକ୍ଷାରତ ତାଳଧ୍ବଜରେ ରଥାରୂଢ ହୋଇଛନ୍ତି । ଦିବ୍ୟ, ଭବ୍ୟ, ମନୋଜ୍ଞ, ଟାହିଆ ହଲେଇ ରଥରେ ବିରାଜିଛନ୍ତି ଶ୍ରୀବଳଦେବ ବଡଠାକୁର ।
ଡିଜାଇନ ଫଟୋ
ପହଣ୍ଡି ବିଜେ ନୀତି ଆରମ୍ଭ ହେବା ପରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ପହଣ୍ଡି କରାଯାଉଛି। ପ୍ରଥମେ ଚକ୍ରରାଜ ସୁଦର୍ଶନଙ୍କ ପହଣ୍ଡି ଶେଷ ହୋଇଛି। ମା' ସୁଭଦ୍ରାଙ୍କ ଦେବଦଳନ ରଥରେ ପ୍ରଭୁଙ୍କୁ ସ୍ଥାପନା କରାଯିବା ପରେ ବଡ଼ଠାକୁର ବଳଭଦ୍ରଙ୍କ ପହଣ୍ଡି ସରିଛି । ପରେ ଭଉଣୀ ସୁଭଦ୍ରା ପହଣ୍ଡି ବିଜେ କରାଯାଉଛି। ସେହିଭଳି ପଛରେ ମହାପ୍ରଭୁ ଶ୍ରୀ ଜଗନ୍ନାଥ। ଦିବ୍ୟ ଟାହିଆ ସୁଶୋଭିତ ହୋଇ ଭକ୍ତ ଓ ସେବାୟତଙ୍କ ଗହଣରେ ପ୍ରଭୁ ବାଇଶି ପାହାଚରୁ ଓହ୍ଲାଇ ଆସିବାର ଦୃଶ୍ୟ ସମସ୍ତଙ୍କୁ ବିମୋହିତ କରୁଛି।
ପୁରୀରୁ ଶକ୍ତିପ୍ରସାଦ ମିଶ୍ର, ଇଟିଭି ଭାରତ