ଓଡିଶା

odisha

ETV Bharat / state

15 ଯାଏଁ ଜଗା ଦର୍ଶନ ବନ୍ଦ, ପ୍ରଭାବିତ ହେବନି ରଥକାର୍ଯ୍ୟ - ପୁରୀରେ ରଥ କାର୍ଯ୍ୟ ଜାରି

ପ୍ରତ୍ୟେକ ବର୍ଷ ପରି ଏବର୍ଷ ମଧ୍ୟ ହେବ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା, ସ୍ନାନ ଯାତ୍ରା ଏବଂ ରଥଯାତ୍ରା । ଏନେଇ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କଲା ଶ୍ରୀମନ୍ଦିର ପ୍ରଶାସନ । ଅଧିକ ପଢନ୍ତୁ...

15 ଯାଏଁ ଜଗା ଦର୍ଶନ ବନ୍ଦ, ପ୍ରଭାବିତ ହେବନି ରଥକାର୍ଯ୍ୟ
15 ଯାଏଁ ଜଗା ଦର୍ଶନ ବନ୍ଦ, ପ୍ରଭାବିତ ହେବନି ରଥକାର୍ଯ୍ୟ

By

Published : Apr 24, 2021, 4:34 PM IST

Updated : Apr 24, 2021, 4:41 PM IST

ପୁରୀ: ଶ୍ରୀମନ୍ଦିରରେ କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ନୂଆ ଏସଓପି ଜାରି କରାଯାଇଛି । ଆସନ୍ତା 15 ପର୍ଯ୍ୟନ୍ତ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ ବନ୍ଦ ରହିଥିବାବେଳେ ରଥକାର୍ଯ୍ୟ ଜାରି ରହିବା ନେଇ ନିଷ୍ପତ୍ତି ନିଆଯାଇଛି । ପ୍ରତ୍ୟେକ ବର୍ଷ ପରି ଏବର୍ଷ ମଧ୍ୟ ଚନ୍ଦନ ଯାତ୍ରା, ସ୍ନାନ ଯାତ୍ରା ଏବଂ ରଥଯାତ୍ରା ଅନୁଷ୍ଠିତ ହେବ ।

15 ଯାଏଁ ଜଗା ଦର୍ଶନ ବନ୍ଦ, ପ୍ରଭାବିତ ହେବନି ରଥକାର୍ଯ୍ୟ

ଏଥିପାଇଁ କଡା ସୁରକ୍ଷା ମଧ୍ୟରେ ଜାରି ରହିବ ରଥ ନିର୍ମାଣ କାର୍ଯ୍ୟ । ଏନେଇ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ତେବେ ରଥ ନିର୍ମାଣ ସମୟରେ କୋଭିଡ କଟକଣାକୁ ଗୁରୁତ୍ବ ଦିଆଯିବ ବୋଲି ମନ୍ଦିର ପ୍ରଶାସନ କହିଛି । ଏହି ସମୟରେ ମାସ୍କ, ସାନିଟାଇଜର ଏବଂ ସାମାଜିକ ଦୂରତା ଉପରେ ଗୁରୁତ୍ବ ଦିଆଯିବ । ଏନେଇ ଲୋକଙ୍କୁ ମଧ୍ୟ ସଚେତନ କରାଯିବ । ସେହିପରି ମହାପ୍ରଭୁଙ୍କ ନୀତିକାନ୍ତି ଏବଂ ରଥ ନିର୍ମାଣ କାର୍ଯ୍ୟରେ ନିୟୋଜିତ ଥିବା ସେବାୟତଙ୍କୁ ଟୀକାକରଣ କରାଯିବ ।

ଗୁରୁତର ରୋଗୀଙ୍କ ଅଧିକ ଚିକିତ୍ସା ପାଇଁ ଭୁବନେଶ୍ବର ସ୍ଥାନାନ୍ତର କରାଯିବ । ଏଥିପାଇଁ ସମ୍ ଏବଂ ଅନ୍ୟାନ୍ୟ ଡାକ୍ତରଖାନାର ବ୍ୟବସ୍ଥା କରାଯାଇଛି । ସେହିପରି ନୋଡାଲ ଅଫିସରମାନଙ୍କୁ ମଧ୍ୟ ନିୟୋଜିତ କରାଯିବା ନେଇ ସୂଚନା ମିଳିଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Last Updated : Apr 24, 2021, 4:41 PM IST

ABOUT THE AUTHOR

...view details