ଓଡିଶା

odisha

ETV Bharat / state

ଶ୍ରୀକ୍ଷେତ୍ରରେ ଜମିବନି ଭକ୍ତଙ୍କ ଭିଡ଼, ବିନା ଭକ୍ତରେ ହେବ ରଥଯାତ୍ରା ! - ପୁରୀ ଖବର

ଏଥର ଶ୍ରୀକ୍ଷେତ୍ରରେ ଜମିବନି ଭକ୍ତଙ୍କ ଭିଡ଼ । ଗୁଣ୍ଡିଚା ମନ୍ଦିରକୁ ରଥ ଟାଣି ଟାଣି ନେବେ ନାହିଁ ଭକ୍ତ । କୋରୋନା କଟକଣା ଯୋଗୁଁ ବିନା ଭକ୍ତଙ୍କ ଭିଡରେ ରଥଯାତ୍ରା ପାଇଁ ନିଷ୍ପତ୍ତି ହୋଇଛି । ତେବେ ସରକାରଙ୍କ ନିର୍ଦ୍ଦେଶ ପରେ ହେବ ଆନୁଷ୍ଠାନିିକ ଘୋଷଣା । ଅଧିକ ପଢ଼ନ୍ତୁ...

Ratha Yatra to be held without devotees,  corona effect, Ratha Yatra, puri news, ଶ୍ରୀକ୍ଷତ୍ରରେ ଜମିବନି ଭକ୍ତଙ୍କ ଭିଡ଼, ବିନା ଭକ୍ତରେ ହେବ ରଥଯାତ୍ରା, ପୁରୀ ଖବର
ଶ୍ରୀକ୍ଷତ୍ରରେ ଜମିବନି ଭକ୍ତଙ୍କ ଭିଡ଼, ବିନା ଭକ୍ତରେ ହେବ ରଥଯାତ୍ରା !

By

Published : Jun 14, 2020, 3:42 AM IST

Updated : Jun 14, 2020, 6:33 AM IST

ପୁରୀ: ଚଳିତ ବର୍ଷ ବିନା ଭକ୍ତଙ୍କ ଉପସ୍ଥିତିରେ ହେବ ମହାପ୍ରଭୁଙ୍କ ରଥଯାତ୍ରା। ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପ୍ରସ୍ତୁତି ଆରମ୍ଭ କରି ଦେଇଛି। ତେବେ କେବଳ ସରକାରଙ୍କ ଆନୁଷ୍ଠାନିକ ଘୋଷଣାକୁ ଅପେକ୍ଷା ଥିବା ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନା କହିଛନ୍ତି ।

ଶ୍ରୀକ୍ଷେତ୍ରରେ ଜମିବନି ଭକ୍ତଙ୍କ ଭିଡ଼, ବିନା ଭକ୍ତରେ ହେବ ରଥଯାତ୍ରା !

କୋରୋନାରେ ପ୍ରଭାବିତ ହୋଇଛି ସାରା ବିଶ୍ବ । ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏମିତି ସମୟରେ ସରକାର ସାମାଜିକ ଦୂରତ୍ବ ତଥା ଭିଡ଼ ନିୟନ୍ତ୍ରଣ ଉପରେ ଅଧିକ ଗୁରୁତ୍ବ ଦେଉଛନ୍ତି । ତେବେ ମହାପ୍ରଭୁ ଜଗନ୍ନାଥ ଯିଏ ଭକ୍ତଙ୍କ ଭକ୍ତିରେ ବନ୍ଧା, ଭକ୍ତଙ୍କ ବିନା ଯିଏ ଅଧା ତାଙ୍କର ରଥଯାତ୍ରା ମଧ୍ୟ ଏଥର ଜନଶୂନ୍ୟ ହେବ ।

ସରକାରଙ୍କ ନିର୍ଦ୍ଦେଶ ଆସିଲେ ବିନା ଭକ୍ତରେ ରଥଯାତ୍ରା ହେବା ନେଇ ଆନୁଷ୍ଠାନିକ ଘୋଷଣା ହେବ। ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଅନ୍ୟପଟେ କୋଭିଡ-19 କଟକଣା ପାଇଁ ସୀମିତ ସେବକମାନେ ଏଥର ରଥଯାତ୍ରାରେ ସାମିଲ ହେବେ। ସେହିପରି ତିନି ରଥକୁ ସେବାୟତ ମାନେ ଟାଣିବା ନେଇ ନିଷ୍ପତ୍ତି ହୋଇଛି। ଅନ୍ୟପଟେ କୋଭିଡ ଗାଇଡ଼ ଲାଇନ ଅନୁଯାୟୀ ରଥଯାତ୍ରାରେ ସାମିଲ ସମସ୍ତ ସେବାୟତ ମାସ୍କ ବ୍ୟବହାର କରିବେ। । କୋରୋନା ସଂକ୍ରମଣରୁ ବର୍ତ୍ତିବା ପାଇଁ ଶ୍ରୀମନ୍ଦିର ସେବାୟତଙ୍କୁ ମାସ୍କ ବଣ୍ଟନ କରିବ ଶ୍ରୀମନ୍ଦିର ପ୍ରଶାସନ । ଏ ନେଇ ମାସ୍କ ତିଆରି ପାଇଁ ବୟନିକାକୁ ଅର୍ଡର ଦିଆଯାଇଛି ।

ସେବାୟତଙ୍କ ସୁରକ୍ଷା ପାଇଁ ଶ୍ରୀମନ୍ଦିର ପ୍ରଶାସନ ସମସ୍ତ ସେବାୟତଙ୍କୁ ମାସ୍କ ଯୋଗାଇ ଦେବାପାଇଁ ସ୍ଥିର କରିଛନ୍ତି । ଏଥିପାଇଁ ବୟନିକାକୁ ୫ହଜାର ମାସ୍କ ଯୋଗାଇ ଦେବାକୁ ଅନୁରୋଧ କରାଯାଇଛି। ଶ୍ରୀମନ୍ଦିର ପ୍ରଶାସନର ଅନୁରୋଧ ପରେ ଶନିବାର ଠାରୁ ବୟନିକା ପକ୍ଷରୁ ମାସ୍କ ପ୍ରସ୍ତୁତି ଆରମ୍ଭ ହୋଇଛି। ତିନି ରଥର ରଙ୍ଗକୁ ଆଧାର କରି ନାଲି-ହଳଦିଆ, କଳା-ନାଲି, ସବୁଜ-ନାଲି ରଙ୍ଗରେ ମାସ୍କ ପ୍ରସ୍ତୁତ କରାଯିବ ବୋଲି ବୟନିକା ପକ୍ଷରୁ କୁହାଯାଇଛି । ଏହି ମାସ୍କ ସବୁ ବାନ୍ଧ ବସ୍ତ୍ରରେ ପ୍ରସ୍ତୁତ ହେବ ଓ ଯଥା ଶୀଘ୍ର ପ୍ରଦାନ କରାଯିବ ବୋଲି ବୟନିକା ପକ୍ଷରୁ କୁହାଯାଇଛି । ତିନି ରଥର କପଡା ରଙ୍ଗ ଅନୁଯାୟୀ ମାସ୍କ ପ୍ରସ୍ତୁତ ହେବ। ପ୍ରତ୍ୟେକ ରଥରେ ନିୟୋଜିତ ସେବାୟତଙ୍କୁ ଉକ୍ତ ରଥର ରଙ୍ଗ ଅନୁଯାୟୀ ମାସ୍କ ଯୋଗାଇ ଦିଆଯିବ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Last Updated : Jun 14, 2020, 6:33 AM IST

ABOUT THE AUTHOR

...view details