ପୁରୀ: ଶ୍ରୀଗୁଣ୍ଡିଚା ମନ୍ଦିରରେ ପହଞ୍ଚିଲା ଚତୁର୍ଦ୍ଧାମୂର୍ତ୍ତୀଙ୍କ ତିନି ରଥ । ପ୍ରଥମେ ପ୍ରଭୁ ବଳଭଦ୍ର ପରେ ଦେବୀ ଶୁଭଦ୍ରାଙ୍କ ଦେବଦଳନ ରଥ ପରେ ମହାପ୍ରଭୁ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ମାଉସୀ ମା ମନ୍ଦିରରେ ଲାଗିଛି । କଟକଣା ଯୋଗୁଁ ବିନା ଭକ୍ତରେ ରଥଟଣା ହୋଇଥିଲା। ସମସ୍ତ କଟକଣା ମଧ୍ୟ ରଥାଯାତ୍ରା ସମ୍ପନ୍ନ ହୋଇଛି। ସୁରକ୍ଷାକର୍ମୀ ଓ ସେବାୟତ ମିଶି ତିନି ରଥ ଟାଣିଥିଲେ।
ଗୁଣ୍ଡିଚା ମନ୍ଦିରରେ ପହଞ୍ଚିଲା ତିନି ରଥ - LIVE UPDATE

17:46 July 12
ଶରଧାବାଲିରେ ପହଞ୍ଚିଲା ତିନି ରଥ
17:11 July 12
ଶ୍ରୀଗୁଣ୍ଡିଚା ମନ୍ଦିରରେ ମା' ସୁଭଦ୍ରାଙ୍କ ଦେବଦଳନ ରଥ
ଶ୍ରୀଗୁଣ୍ଡିଚା ମନ୍ଦିରରେ ପହଞ୍ଚିଛି ମା' ସୁଭଦ୍ରାଙ୍କ ଦେବଦଳନ ରଥ । ଆଗରୁ ବଡ ଠାକୁର ବଳଭଦ୍ରଙ୍କ ତାଳଧ୍ବଜ ରଥ ପହଞ୍ଚିସାରିଛି ।
16:30 July 12
ଗୁଣ୍ଡିଚା ମନ୍ଦିରରେ ପହଞ୍ଚିଲା ତାଳଧ୍ବଜ ରଥ
ପୁରୀ: ଶ୍ରୀଗୁଣ୍ଡିଚା ମନ୍ଦିରରେ ପହଞ୍ଚିଛି ପ୍ରଭୁ ବଳଭଦ୍ରଙ୍କ ତାଳଧ୍ବଜ ରଥ । ଏପର୍ଯ୍ୟନ୍ତ ଦେବୀ ସୁଭଦ୍ରା ଓ ମହାପ୍ରଭୁଙ୍କ ନନ୍ଦିଘୋଷ ରଥ ପହଞ୍ଚି ପାରିନାହିଁ । 3 ଘଣ୍ଟା ପୂର୍ବରୁ ଘୋଷଯାତ୍ରା ଆରମ୍ଭ ହୋଇଥିଲା । ଆଜି(ସୋମବାର) ସକାଳେ ତିନି ଠାକୁର ରଥାରୁଢ଼ ହେବାପରେ ରଥାଟଣା ଆରମ୍ଭ ହୋଇଥିଲା। ମହାପ୍ରଭୁଙ୍କ ଆଶର୍ବାଦ ନେଇ ସୁରକ୍ଷାକର୍ମୀ ଓ ସେବାୟତ ରଥଟଣା ଆରମ୍ଭ କରିଥିଲେ ।
16:06 July 12
ଗୁଣ୍ଡିଚା ମନ୍ଦିର ଅଭିମୁଖେ ଗଡ଼ି ଚାଲିଛି ତିନି ରଥ
ଗୁଣ୍ଡିଚା ଅଭିମୁଖେ ଗଡ଼ି ଚାଲିଛି ଚତୁର୍ଦ୍ଧାମୁର୍ତ୍ତୀଙ୍କ ତିନି ରଥ । ନିର୍ଦ୍ଧାରିତ ସମୟ ଆଗରୁ ରଥଟଣା ଆରମ୍ଭ ହୋଇଥିଲା । ତାଳଧ୍ବଜ ଓ ଦର୍ପଦଳନ ପରେ ଘର୍ଘର ନାଦ କରି ପଛେପଛେ ଗଡ଼ି ଚାଲିଛି ମହାପ୍ରଭୁଙ୍କ ନନ୍ଦିଘୋଷ ରଥ । ସେବାୟତ ଭକ୍ତିଭାବନେଇ ସୁରକ୍ଷାକର୍ମୀ ଓ ସେବାୟତା ତିନି ରଥକୁ ଟାଣି ନେଉଛନ୍ତି । ସେପଟେ ଅଗ୍ନିଶମ ବାହିନୀ ପକ୍ଷରୁ ଲଗତାର ରଥ ଟାଣୁଥିବା ସେବାୟତଙ୍କ ଉପରକୁ ପାଣି ସିଞ୍ଚନ କରାଯାଉଛି ।
14:12 July 12
ଗଡିଲା ଜଗନ୍ନାଥଙ୍କ ନନ୍ଦିଘୋଷ ରଥ
ପବିତ୍ର ରଥଯାତ୍ରାରେ ଶ୍ରୀଗୁଣ୍ଡିଚା ମନ୍ଦିର ମୁହାଁ ହୋଇଛନ୍ତି 3ରଥ । ପ୍ରଥମେ ବଳଭଦ୍ରଙ୍କ ତାଳଧ୍ବଜ ରଥ ପରେ ଦେବୀ ସୁଭଦ୍ରାଙ୍କ ଦେବଦଳନ ଓ ଶେଷରେ ଗଡିଲା ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ । କୋରୋନା ଯୋଗୁଁ ଆସିଲେନି ଭକ୍ତ । ସେବାୟତଙ୍କ ଦ୍ବାରା ଟଣା ହେଲା ରଥ । ନିର୍ଦ୍ଧାରିତ ସମୟର ୩ ଘଣ୍ଟା ଆଗରୁ ଆରମ୍ଭ ହେଇଥିଲା ରଥଟଣା । କୋଭିଡ ନେଗେଟିଭ୍ ସେବାୟତଙ୍କୁ ରଥଟଣା ପାଇଁ ମିଳିଥିଲା ଅନୁମତି ।
14:12 July 12
ଗୁଣ୍ଡିଚାମନ୍ଦିର ଅଭିମୁଖ୍ୟେ ଦେବୀ ସୁଭଦ୍ରାଙ୍କ ରଥ
ଗୁଣ୍ଡିଚାମନ୍ଦିର ଅଭିମୁଖ୍ୟେ ଦେବୀ ସୁଭଦ୍ରାଙ୍କ ରଥ । ବଡ ଭାଇଙ୍କ ପରେ ଟଣା ହେଲା ଭଉଣୀଙ୍କ ରଥ ।
13:06 July 12
ଘାଇଁ ଘାଇଁ ଗଡୁଛି ତାଳଧ୍ବଜ ରଥ
ତିନି ରଥରେ ଚାରମାଳ ଫିଟାଯାଇ ଘୋଡା ଯୋଚା ସମ୍ପନ୍ନ ହେବା ପରେ ଆରମ୍ଭ ହୋଇଛି ରଥଟଣା । ନିର୍ଦ୍ଧାରିତ ସମୟର 3ଘଣ୍ଟା ପୂର୍ବରୁ ରଥଟଣା ଆରମ୍ଭ ହୋଇଛି । ସବୁପ୍ରତିକ୍ଷାର ଅନ୍ତଘଟି ଗଡିଲା ବଳଭଦ୍ରଙ୍କ ତାଳଧ୍ବଜ ରଥ । ରଥ ଟାଣୁଛନ୍ତି ସେବାୟତ ।
12:53 July 12
ରଥଟଣା ପୂର୍ବରୁ ବଡଦାଣ୍ଡର ଦୃଶ୍ୟ
ଚଳଚଞ୍ଚଳ ବଡଦାଣ୍ଡ । ରଥଟଣା ପୂର୍ବରୁ ବଡଦାଣ୍ଡର ଦୃଶ୍ୟ । କେବଳ ସୁରକ୍ଷା କର୍ମୀ ଓ ସେବାୟତଙ୍କ ଗହଣରେ ରଥଟଣା ଆରମ୍ଭ ।
12:37 July 12
ଚାରମାଳ ଫିଟାଯିବା ପରେ ତିନି ରଥରେ ସରିଲା ଅଶ୍ବ ଯୋଚା କାର୍ଯ୍ୟ
ଚାରମାଳ ଫିଟାଯିବା ପରେ ତିନି ରଥରେ ସରିଲା ଅଶ୍ବ ଯୋଚା କାର୍ଯ୍ୟ । ଗଡିଲା ରଥ ।
12:20 July 12
ଗୁଣ୍ଡିଚା ମନ୍ଦିର ଅଭିମୁଖ୍ୟେ ବଳଭଦ୍ରଙ୍କ ରଥ
ପୁରୀରେ ଆରମ୍ଭ ହେଲା ରଥଟଣା। ଗୁଣ୍ଡିଚାମନ୍ଦିର ଅଭିମୁଖେ ବଳଭଦ୍ରଙ୍କ ରଥ । ପ୍ରଥମେ ତାଳଧ୍ବଜଙ୍କ ରଥକୁ ଟାଣିଲେ ସେବାୟତ । କୋଭିଡ କଟକଣା ମଧ୍ୟରେ ଆରମ୍ଭ ହେଲା ରଥ ଟଣା ।
12:07 July 12
ତିନିରଥରେ ସରିଲା ଛେରାପହଁରା
ତିନିରଥରେ ସରିଲା ଛେରାପହଁରା
11:56 July 12
ସୁଭଦ୍ରାଙ୍କ ରଥରେ ଗଜପତିଙ୍କ ଛେରାପହଁରା ଶେଷ
ସୁଭଦ୍ରାଙ୍କ ରଥରେ ଗଜପତିଙ୍କ ଛେରାପହଁରା ଶେଷ
11:30 July 12
ନନ୍ଦିଘୋଷ ରଥରେ ଛେରାପହଁରା କରୁଛନ୍ତି ଗଜପତି
କାଳିଆ ଠାକୁରଙ୍କ ନନ୍ଦିଘୋଷ ରଥରେ ସୁନାର ଖଡିକାରେ ଛେରା ପହଁରା କରୁଛନ୍ତି ଗଜପତି ମହାରାଜା
11:10 July 12
ରଥରେ 3ବାଡରେ ସୋଲ ଚିତାଲାଗି ହେଉଛି
ରଥାରୁଢ ତିନିଠାକୁର । ଅନ୍ୟାନ୍ୟ ନୀତି ପରେ ସୋଲ ଚିତା ତିନି ବାଡରେ ଲାଗି ହେଉଛି ।
11:04 July 12
ଆରମ୍ଭ ହେଲା ଗଜପତି ମହାରାଜାଙ୍କ ଛେରାପହଁରା
ବଳଭଦ୍ରଙ୍କ ତାଳଧ୍ବଜ ରଥରେ ଛେରାପହଁରା କରୁଛନ୍ତି ଗଜପତି
10:49 July 12
ରଥରେ ଶଙ୍କରାଚାର୍ଯ୍ୟଙ୍କ ଶ୍ରୀବିଗ୍ରହ ଦର୍ଶନ, ଛେରାପହଁରା ପାଇଁ ଗଜପତିଙ୍କ ଆଗମନ
ରଥାରୁଢ ଶ୍ରୀଜିଉଙ୍କ ରଥରେ ଛେରା ପହଁରା ପାଇଁ ଦିବ୍ୟ ସିଂ ଗଜପତିଙ୍କ ଆଗମନ
10:19 July 12
ବଡଦାଣ୍ଡରେ ପହଞ୍ଚିଲେ ଜଗତ ଗୁରୁ ଶଙ୍କରାଚାର୍ଯ୍ୟ
ରଥାରୁଢ ତିନି ଠାକୁର । ବଡଦାଣ୍ଡରେ ପହଞ୍ଚିଲେ ଜଗତ ଗୁରୁ ଶଙ୍କରାଚାର୍ଯ୍ୟ । ପୁରୀ ଗୋବର୍ଦ୍ଧନ ମଠର ଶ୍ରୀ ଶ୍ରୀ ଶଙ୍କରାଚାର୍ଯ୍ୟ ସ୍ବାମୀ ନିଶ୍ଚଳାନନ୍ଦ ସରସ୍ବତୀ ପବିତ୍ର ରଥ ବେଦୀରେ ମହାପ୍ରଭୁଙ୍କ ନିକଟରେ ଭକ୍ତି ନିବେଦନ ନିମନ୍ତେ ଉପନୀତ ହୋଇଛନ୍ତି ।
10:01 July 12
ଘଣ୍ଟନାଦରେ କମ୍ପୁଛି ବଡଦାଣ୍ଡ । ସୁରକ୍ଷାବଳୟ ମଧ୍ୟରେ 3 ରଥ
ଘଣ୍ଟନାଦରେ କମ୍ପୁଛି ବଡଦାଣ୍ଡ । ସୁରକ୍ଷାବଳୟ ମଧ୍ୟରେ 3 ରଥ ।
09:59 July 12
ଲକ୍ଷ୍ଣଣରେଖା ଟାଣିଛି କୋଭିଡ, ପାଖକୁ ନଯାଇ ପାରି ଦୂରରୁ କରୁଛି ଦଣ୍ଡବତ
ଭକ୍ତିରସରେ ଜଡସଡ ଭକ୍ତଟିଏ କୋଭିଡ କଟକଣା ପାଇଁ ଜଗା ଶ୍ରୀମୁଖ ଦର୍ଶନ ନ ପାଇ ଦୂରରୁ କରୁଛି ଦଣ୍ଡବତ ।
09:49 July 12
ରଥାରୁଢ ହେଲେ ମହାପ୍ରଭୁ ଶ୍ରୀ ଜଗନ୍ନାଥ
ରଥାରୁଢ ହେଲେ ମହାପ୍ରଭୁ ଶ୍ରୀ ଜଗନ୍ନାଥ । ଭକ୍ତକୁ ଖୋଜୁଛି ଚକା ଆଖି ।
09:16 July 12
ରଥଯାତ୍ରା ଉପଲକ୍ଷେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ
ରଥଯାତ୍ରା ଉପଲକ୍ଷେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି । ଟ୍ବିଟ ଯୋଗେ ଦେଲେ ଶୁଭେଚ୍ଛା ବାର୍ତ୍ତା ।
09:09 July 12
ରଥାରୁଢ ହେଲେ ଦେବୀ ସୁଭଦ୍ରା
ରଥ ଉପରେ ବିଜେ କରୁଛନ୍ତି ଦେବୀ ସୁଭଦ୍ରା ।
09:01 July 12
ତାଳଧ୍ବଜ ରଥରେ ବିଜେ କଲେ ପ୍ରଭୁ ବଳଭଦ୍ର
ତାଳଧ୍ବଜ ରଥରେ ବିଜେ କଲେ ପ୍ରଭୁ ବଳଭଦ୍ର ।
08:54 July 12
ଧାଡି ପହଣ୍ଡି ସମୟରେ ଜଗନ୍ନାଥଙ୍କ ଅପୂର୍ବ ଦୃଶ୍ୟ
ଧାଡି ପହଣ୍ଡି ସମୟରେ ଜଗନ୍ନାଥଙ୍କ ଅପୂର୍ବ ଦୃଶ୍ୟ ।
08:53 July 12
ଧାଡ଼ି ପହଣ୍ଡି ସମୟରେ ପ୍ରଭୁ ଶ୍ରୀ ବଳଭଦ୍ରଙ୍କ ଅପୂର୍ବ ଦୃଶ୍ୟ
ଧାଡ଼ି ପହଣ୍ଡି ସମୟରେ ପ୍ରଭୁ ଶ୍ରୀ ବଳଭଦ୍ରଙ୍କ ଅପୂର୍ବ ଦୃଶ୍ୟ ।
08:46 July 12
ମହାପ୍ରଭୁଙ୍କ ସ୍ବାଗତ ପାଇଁ ସଜେଇ ହୋଇଛି ଶ୍ରୀମନ୍ଦିର, ଦେଖନ୍ତୁ ଦୃଶ୍ୟ
ଆସୁଛନ୍ତି ଜଗତର ନାଥ ଜଗନ୍ନାଥ । ମହାପ୍ରଭୁଙ୍କ ସ୍ବାଗତ ପାଇଁ ସଜେଇ ହୋଇଛି ଶ୍ରୀମନ୍ଦିର ।
08:20 July 12
ଭକ୍ତ ଶୂନ୍ୟ ବଡଦାଣ୍ଡ
ଭକ୍ତ ଶୂନ୍ୟ ବଡଦାଣ୍ଡ ।
08:20 July 12
ଧାଡି ପହଣ୍ଡି ସମୟରେ ସୁଭଦ୍ରା ଦେବୀଙ୍କ ଅପୂର୍ବ ଦୃଶ୍ୟ
ଧାଡି ପହଣ୍ଡି ସମୟରେ ସୁଭଦ୍ରା ଦେବୀଙ୍କ ଅପୂର୍ବ ଦୃଶ୍ୟ
07:59 July 12
ଫୁଲରେ ସଜେଇ ହୋଇଛି ଶ୍ରୀମନ୍ଦିରର ପବିତ୍ର ସିଂହଦ୍ବାର
ରଥ ଯାତ୍ରା ନିମନ୍ତେ ସୁନ୍ଦର ପୁଷ୍ପମାଳାର ଭବ୍ୟ ତୋରଣ ସଦୃଶ ସାଜସଜ୍ଜିତ ନବୀନ ରୂପରେ ପ୍ରତିଭାତ ଶ୍ରୀମନ୍ଦିରର ପବିତ୍ର ସିଂହଦ୍ବାର ।
07:57 July 12
ରାଜ୍ୟବାସୀଙ୍କୁ ରଥଯାତ୍ରାର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ
ରାଜ୍ୟବାସୀଙ୍କୁ ରଥଯାତ୍ରାର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏନେଇ ଟ୍ବିଟ ଯୋଗେ ମୁଖ୍ୟମନ୍ତ୍ରୀ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇବା ସହ ଚତୁର୍ଦ୍ଧାମୂର୍ତ୍ତିଙ୍କ ଅପାର କରୁଣାରୁ କୋଭିଡ ସଙ୍କଟ ଶୀଘ୍ର ଦୂର ହେଉ ଏବଂ ସମସ୍ତଙ୍କ ସୁଖ, ସମୃଦ୍ଧି ଓ ମଙ୍ଗଳମୟ ଜୀବନ ପାଇଁ ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ମୁଖ୍ୟମନ୍ତ୍ରୀ ।
07:46 July 12
ଶ୍ରୀକ୍ଷେତ୍ରର ମନରୋମ ଦୃଶ୍ୟ
ଆଜି ବିଶ୍ବ ପ୍ରସିଦ୍ଧ ବିଶ୍ବନିୟନ୍ତାଙ୍କ ଘୋଷଯାତ୍ରା । ଭକ୍ତ ଜନଙ୍କୁ ଦର୍ଶନ ପାଇଁ ରତ୍ନବେଦୀରୁ ଜନ୍ମବେଦୀକୁ ନବ ଦିନାତ୍ମକ ଯାତ୍ରାରେ ଯିବେ ମହାବାହୁ । ଦେଖନ୍ତୁ ଶ୍ରୀକ୍ଷେତ୍ରର ମନରୋମ ଦୃଶ୍ୟ ।
07:34 July 12
ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପହଣ୍ଡି ଆରମ୍ଭ
ବଡ ଭାଇ ଓ ସାନ ଭଉଣୀଙ୍କ ପରେ ଧାଡିପହଣ୍ଡିରେ ବାହାରିଲେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ।
07:26 July 12
ଦେବୀ ସୁଭଦ୍ରାଙ୍କ ପହଣ୍ଡି ଆରମ୍ଭ
ବଡ ଭାଇ ପ୍ରଭୁ ଶ୍ରୀବଳଭଦ୍ରଙ୍କ ପରେ ଧାଡିପହଣ୍ତିରେ ବାହାରିଲେ ଦେବୀ ସୁଭଦ୍ରା ।
07:20 July 12
ପ୍ରଭୁ ଶ୍ରୀବଳଭଦ୍ରଙ୍କ ପହଣ୍ଡି ଆରମ୍ଭ
ଶ୍ରୀ ଚକ୍ରରାଜ ସୁଦର୍ଶନଙ୍କ ପହଣ୍ଡି ପରେ ଆରମ୍ଭ ହେଲା ପ୍ରଭୁ ଶ୍ରୀ ବଳଭଦ୍ରଙ୍କ ପହଣ୍ଡି ।
07:14 July 12
ଶ୍ରୀ ଚକ୍ରରାଜ ସୁଦର୍ଶନ ପ୍ରଭୁଙ୍କ ପହଣ୍ଡି ଆରମ୍ଭ
ରଥ ପ୍ରତିଷ୍ଠା ପରେ ଆରମ୍ଭ ହେଲା ପ୍ରଭୁ ଶ୍ରୀ ଚକ୍ରରାଜ ସୁଦର୍ଶନଙ୍କ ପହଣ୍ଡି ।
06:44 July 12
ରଥଯାତ୍ରା ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି
ନୂଆଦିଲ୍ଲୀ: ବିଶ୍ବପ୍ରସିଦ୍ଧ ରଥଯାତ୍ରା ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ବିଶେଷକରି ଓଡିଶାର ସମସ୍ତ ଭକ୍ତଙ୍କୁ ଟ୍ବିଟ ଯୋଗେ ଜଣାଇଲେ ଶୁଭେଚ୍ଛା ।
06:40 July 12
ତିନିରଥ ରଥ ପ୍ରତିଷ୍ଠା କାର୍ଯ୍ୟ ଆରମ୍ଭ, ପରେ ପରେ ହେବ ରଥ ପ୍ରତିଷ୍ଠା ହୋମ
ତିନିରଥ ରଥ ପ୍ରତିଷ୍ଠା କାର୍ଯ୍ୟ ଆରମ୍ଭ, ପରେ ପରେ ହେବ ରଥ ପ୍ରତିଷ୍ଠା ହୋମ
06:12 July 12
ରଥଯାତ୍ରା LIVE UPDATE: ଧାଡି ପହଣ୍ଡିରେ ଶ୍ରୀଜିଉ
ପୁରୀ: ଆଜି ମହାପ୍ରଭୁଙ୍କ ବିଶ୍ବପ୍ରସିଦ୍ଧ ଘୋଷଯାତ୍ରା । ରଥାରୁଢ ହେବେ 3ଠାକୁର । ବର୍ଷକର ପ୍ରତିକ୍ଷା ପରେ ଆଜି ଶ୍ରୀଗୁଣ୍ଡିଚା ମନ୍ଦିରରୁ ଯାତ୍ରା କରିବେ ମହାପ୍ରଭୁ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରା । ରତ୍ନ ବେଦୀକୁ ଛାଡି ଜନ୍ମବେଦୀରେ ବିରାଜିବେ ଚତୁର୍ଦ୍ଧାମୂର୍ତ୍ତି । ଗତବର୍ଷ ପରି ଚଳିତ ବର୍ଷ ମଧ୍ୟ ବିନା ଭକ୍ତରେ ହେବ ରଥଯାତ୍ରା । କାଳିଆସାଆନ୍ତେଙ୍କୁ ଦେଖିବାକୁ ଆସିବେନି ଭକ୍ତ । ଭକ୍ତ ଶୂନ୍ୟ ରହିବ ବଡଦାଣ୍ଡ । ଏଥି ପାଇଁ ଶେଷ ହୋଇଛି ସମସ୍ତ ପ୍ରସ୍ତୁତି । ଆଜି ସକାଳ 4ଟାରେ ମଙ୍ଗଳଆଳତି ଶେଷ ହୋଇଛି ।