ପୁରୀ: ରଥଯାତ୍ରା ଦାବି କଲେ ପୁରୀ ବାସିନ୍ଦା । ରଥଯାତ୍ରା ବନ୍ଦ ପ୍ରସଙ୍ଗକୁ ନେଇ ପୁରୀ ସହରରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ପୁରୀ ବାସିନ୍ଦା ବିନା ଭକ୍ତରେ ମହାପ୍ରଭୁଙ୍କ ରଥଯାତ୍ରା ଦାବି କରିଛନ୍ତି।
ମହାପ୍ରଭୁଙ୍କ ରଥଯାତ୍ରା ଦାବି କଲେ ପୁରୀ ବାସିନ୍ଦା - rathayatra 2020
ରଥଯାତ୍ରା ବନ୍ଦ ପ୍ରସଙ୍ଗକୁ ନେଇ ପୁରୀ ସହରରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ପୁରୀ ବାସିନ୍ଦା ବିନା ଭକ୍ତରେ ମହାପ୍ରଭୁଙ୍କ ରଥଯାତ୍ରା ଦାବି କରିଛନ୍ତି। ଅଧିକ ପଢନ୍ତୁ...
ମହାପ୍ରଭୁଙ୍କ ରଥଯାତ୍ରା ଦାବି କଲେ ପୁରୀ ବସିନ୍ଦା
ରଥଯାତ୍ରା ବନ୍ଦ ପ୍ରସଙ୍ଗକୁ ପୁରୀ ସହର ବାସିନ୍ଦା ରଥ ଖଳାରେ ଏକାଠି ହୋଇ ନିରବ ଓ ଶାନ୍ତିପୂର୍ଣ୍ଣ ପ୍ରତିବାଦ କରିଛନ୍ତି। ରାଜ୍ୟ ସରକାର ତୁରନ୍ତ ରଥଯାତ୍ରା ଅୟୋଜନ ନେଇ ହସ୍ତକ୍ଷେପ କରିବାକୁ ଦାବି ହୋଇଛି। ଅନ୍ୟପଟେ ସରକାର ଯେଭଳି ସୁପ୍ରିମକୋର୍ଟକୁ ପ୍ରକୃତ ତଥ୍ୟ ନ ଦେଇ କୋର୍ଟକୁ ଅନ୍ଧାର ରେ ରଖିଲେ ତାକୁ ନେଇ ରାଜ୍ୟ ସରକାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି ଶ୍ରୀଜଗନ୍ନାଥ ପ୍ରେମୀ। ଚଳିତ ବର୍ଷ ରଥଯାତ୍ରା ବନ୍ଦ ହେଲେ ଏକ କଳଙ୍କିତ ଇତିହାସ ହୋଇ ରହିବ ବୋଲି ଜଗନ୍ନାଥ ପ୍ରେମୀ କହିଛନ୍ତି।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର,ଇଟିଭି ଭାରତ