ଓଡିଶା

odisha

ETV Bharat / state

ଭକ୍ତଙ୍କ ବିନା ଖାଁ ଖାଁ ବଡଦାଣ୍ଡ - ଭକ୍ତଙ୍କ ବିନା ଖାଁ ଖାଁ ବଡଦାଣ୍ଡ

ରଥ ଉପରେ ବାମନ ମୂର୍ତ୍ତୀ ଦର୍ଶନ ପାଇଁ ବର୍ଷେ ହେଲା ଚାହିଁ ରହିଥିବା ଭକ୍ତ ନିରାଶ । ବାଧକ ସାଜିଛି ବ୍ୟାଧି । କାଳିଆ ଦର୍ଶନ ପାଇଁ କୋରୋନା କାଳ ସାଜିଛି । କଟକଣା ଭିତରେ ଚାଲିଛି ରଥଯାତ୍ରା । ହେଲେ ଭକ୍ତ ବିନା ଖାଁ ଖାଁ ବଡଦାଣ୍ଡ । ରଥଯାତ୍ରାରେ ଜନସମୁଦ୍ର ପାଲଟୁଥିବା ବଡଦାଣ୍ଡ ଜନଶୂନ୍ୟ ।

ଡିଜାଇନ ଫଟୋ
ଡିଜାଇନ ଫଟୋ

By

Published : Jun 23, 2020, 12:48 PM IST

ପୁରୀ: ଭକ୍ତ ଶୂନ୍ୟ ବଡଦାଣ୍ଡ । ଭକ୍ତଙ୍କ ପାଇଁ ନୀଳଚକ୍ରେ ନେତ, ଭକତଙ୍କ ପାଇଁ ରଥଯାତ୍ରା । ଭକ୍ତ ଭଗବାନଙ୍କ ମଧ୍ୟରେ ପାଚେରୀ ସାଜିଛି କୋରୋନା । ରଥ ଉପରେ ବାମନ ମୂର୍ତ୍ତୀ ଦର୍ଶନ ପାଇଁ ବର୍ଷେ ହେଲା ଚାହିଁ ରହିଥିବା ଭକ୍ତ ନିରାଶ । ବାଧକ ସାଜିଛି ବ୍ୟାଧି । କାଳିଆ ଦର୍ଶନ ପାଇଁ କୋରୋନା କାଳ ସାଜିଛି । କଟକଣା ଭିତରେ ଚାଲିଛି ରଥଯାତ୍ରା । ହେଲେ ଭକ୍ତ ବିନା ଖାଁ ଖାଁ ବଡଦାଣ୍ଡ । ରଥଯାତ୍ରାରେ ଜନସମୁଦ୍ର ପାଲଟୁଥିବା ବଡଦାଣ୍ଡ ଜନଶୂନ୍ୟ ।

ଭକ୍ତଙ୍କ ବିନା ଖାଁ ଖାଁ ବଡଦାଣ୍ଡ

ସୂଚନା ଯେ, ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ରଥଯାତ୍ରା ପାଇଁ ସଟଡାଉନ ହୋଇଛି ପୁରୀ । ସୋମବାର ରାତି ୯ଟାରୁ ପୁରୀ ଜିଲ୍ଲାକୁ ସମ୍ପୂର୍ଣ୍ଣ ଭାବେ ସଟଡାଉନ୍‌ କରାଯାଇଛି । ଏହା କର୍ଫ୍ୟୁ ଭଳି । ଆସନ୍ତା ୨୪ ତାରିଖ ଦିନ ୨ଟା ଯାଏଁ ସଟଡାଉନ ବଳବତ୍ତର ରହିବ । ସଟଡାଉନ୍‌ ବେଳେ ରଥଯାତ୍ରାରେ ନିୟୋଜିତ କର୍ମଚାରୀ ଓ ସେବାୟତଙ୍କୁ ବାଦ ଦେଲେ, ଅନ୍ୟ କାହାରିକୁ ପୁରୀକୁ ଆସିବାକୁ ଅନୁମତି ନାହିଁ । କୋରୋନା କଟକଣାର ସମସ୍ତ ଦିଗକୁ ଧ୍ୟାନ ରଖି ରଥଯାତ୍ରା ସୂଚାରୁରୂପେ ସମ୍ପନ୍ନ ହେଉଛି ।

ପୁରୀରୁ ଶକ୍ତିପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details