ପୁରୀ: ରଥଯାତ୍ରା ଦିନ ଛାତ ଉପରେ ଠିଆ ହୋଇ ଭକ୍ତ ରଥଯାତ୍ରା ଦେଖି ଥିବା ଅଭିଯୋଗକୁ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଜାରି ରହିଛି । ବଡ଼ଦାଣ୍ଡର ମାଉସୀ ମା ମନ୍ଦିର ନିକଟରେ ଥିବା ଅକ୍ଷୟ ପାତ୍ର ଫାଉଣ୍ଡେସନକୁ ପୁରୀ ଜିଲ୍ଲା ପ୍ରଶାସନ ସିଲ କରିଥିବା ଜଣାପଡିଛି । ପୁରୀ ଉପଜିଲ୍ଲାପାଳ ଓ ତହସିଲଦାର ଉଭୟଙ୍କ ଉପସ୍ଥିତିରେ ଏହି ସିଲ କରାଯାଇଛି ।
ବାଲକୋନିରୁ ରଥଯାତ୍ରା ଦେଖିବା ଘଟଣା, ସିଲ ହେଲା ଅକ୍ଷୟ ପାତ୍ର ଫାଉଣ୍ଡେସନ - Akshay Patra Foundation
କଟକଣା ସତ୍ତ୍ବେ ମଧ୍ୟ ବାଲକୋନିରୁ ରଥ ଦେଖିବା ଫଟୋ ଭାଇରାଲ ହେବା ଘଟଣା । କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲା ଜିଲ୍ଲା ପ୍ରଶାସନ । ଅକ୍ଷୟ ପାତ୍ର ଫାଉଣ୍ଡେସନ ହେଲା ସିଲ । ଅଧିକ ପଢନ୍ତୁ...
ବାଲକୋନିରୁ ରଥ ଦେଖିବା ଘଟଣା, ସିଲ ହେଲା ଅକ୍ଷୟ ପାତ୍ର ଫାଉଣ୍ଡେସନ
ଅଭିଯୋଗ ଅନୁଯାୟୀ ରଥଯାତ୍ରା ସମୟରେ ବଡଦାଣ୍ଡର ଉଭୟ ପାର୍ଶ୍ବରେ ଥିବା ଅଟ୍ଟାଳିକାର ଛାତ କମ୍ବା ବାଲକୋନିରେ ଛିଡା ହୋଇ ରଥଯାତ୍ରା ଦେଖିବା ଉପରେ କଟକଣା ଜାରି କରିଥିଲା ଜିଲ୍ଲା ପ୍ରଶାସନ । ତେବେ କିଛି ଭକ୍ତ ଅକ୍ଷୟ ପାତ୍ର ଫାଉଣ୍ଡେସନ ବିଲ୍ଡିଂର ଛାତ ଓ ବାଲକୋନିରେ ଠିଆ ହୋଇ ରଥଯାତ୍ରା ଦେଖିଥିଲେ । ଏନେଇ କିଛି ଫଟୋ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ତେବେ ଅଭିଯୋଗର ପ୍ରମାଣ ମିଳିବା ପରେ ଉକ୍ତ ସଂସ୍ଥାକୁ ସିଲ କରାଯାଇଛି । ସେପଟେ ଗତକାଲି ବଡ଼ଦାଣ୍ଡର ବଳଗଣ୍ଡି ଛକରେ ଥିବା ଗଙ୍ଗା ଲଜକୁ ମଧ୍ୟ ଏହି ସମାନ ଅଭିଯୋଗ ନେଇ ସିଲ କରାଯାଇଥିଲା ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର , ଇଟିଭି ଭାରତ