ପୁରୀ: ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ଚଳିତ ବର୍ଷ ପାଇଁ ରଥଯାତ୍ରା ପ୍ରସ୍ତୁତି ବୈଠକ ଅନୁଷ୍ଠିତ । ରଥଯାତ୍ରାକୁ ୟୁନେସ୍କୋରେ ସ୍ଥାନ ଦେବାକୁ ହେବ ବ୍ୟବସ୍ଥା । ପୁରୀ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ପୁରୀ ଜିଲ୍ଲା ପ୍ରଶାସନର ବିଭିନ୍ନ ବିଭାଗର ଅଫିସର, ଶ୍ରୀମନ୍ଦିର ପ୍ରଶାସନର ଅଧିକାରୀ ଓ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ଏହି ବୈଠକରେ ଯୋଗ ଦେଇଥିଲେ ।
ଚଳିତ ବର୍ଷ ଶାନ୍ତି ଶୃଙ୍ଖଳାରେ ରଥଯାତ୍ରା ଆୟୋଜନ କିପରି ହେବ, ସେନେଇ ଆଲୋଚନା ହୋଇଛି । ତେବେ ଜିଲ୍ଲା ପ୍ରଶାସନର ବିଭିନ୍ନ ବିଭାଗ ପକ୍ଷରୁ କରାଯାଇ ଥିବା ଆକ୍ସନ ପ୍ଲାନ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି । ଚଳିତ ବର୍ଷ ରଥଯାତ୍ରା ପାଇଁ ଦୁଇଟି ପ୍ଲାନ କରାଯାଇଛି ।
ତେବେ ଯଦି କୋଭିଡ ମହାମାରୀ ପ୍ରଭାବ ନ ରୁହେ, କିପରି ଭକ୍ତଙ୍କୁ ନେଇ ରଥଯାତ୍ରା ହେବ ଆଲୋଚନା ହୋଇଥିଲା । ସେହିପରି କୋଭିଡର ପ୍ରଭାବ ଥିଲେ ବିନା ଭକ୍ତରେ ରଥଯାତ୍ରା ହେଲେ ତାହା ପାଇଁ କେଉଁ ବ୍ୟବସ୍ଥା ହେବ, ସେନେଇ ଆଲୋଚନା ହୋଇଥିଲା । ଗତ ୨ବର୍ଷ କୋଭିଡ କଟକଣା ଯୋଗୁଁ ବିନା ଭକ୍ତରେ ରଥଯାତ୍ରା ଅନୁଷ୍ଠିତ ହୋଇଥିଲା ।