ଓଡିଶା

odisha

ETV Bharat / state

ରଥଯାତ୍ରା ପାଇଁ 4 ଥର କୋଭିଡ ପରୀକ୍ଷା - ରଥଯାତ୍ରା ବୈଠକ

କୋଭିଡ ଗାଇଡ଼ଲାଇନ ଅନୁଯାୟୀ ମହାପ୍ରଭୁଙ୍କ ସ୍ନାନଯାତ୍ରା ଓ ରଥଯାତ୍ରାକୁ ଆୟୋଜନ ନେଇ ଏକ ବୈଠକ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବୈଠକର ନିଷ୍ପତ୍ତି ଅନୁଯାୟୀ ରଥଯାତ୍ରା ପାଇଁ 4 ଥର କୋଭିଡ ପରୀକ୍ଷା କରାଯିବ ।

ରଥଯାତ୍ରା ପାଇଁ 4 ଥର କୋଭିଡ ପରୀକ୍ଷା
ରଥଯାତ୍ରା ପାଇଁ 4 ଥର କୋଭିଡ ପରୀକ୍ଷା

By

Published : Jun 18, 2021, 4:05 PM IST

ପୁରୀ: କୋଭିଡ ଗାଇଡ଼ଲାଇନ ଅନୁଯାୟୀ ମହାପ୍ରଭୁଙ୍କ ସ୍ନାନଯାତ୍ରା ଓ ରଥଯାତ୍ରାକୁ ଅୟୋଜନ ନେଇ ଏକ ବୈଠକ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବୈଠକର ନିଷ୍ପତ୍ତି ଅନୁଯାୟୀ ରଥଯାତ୍ରା ପାଇଁ 4 ଥର କୋଭିଡ ପରୀକ୍ଷା କରାଯିବ ।

ରଥଯାତ୍ରା ପାଇଁ 4 ଥର କୋଭିଡ ପରୀକ୍ଷା

48 ଘଣ୍ଟା ପୂର୍ବରୁ ରୀତିନୀତି ସହିତ ଜଡିତ ସମସ୍ତ ସେବା ପାଇଁ ଥିବା ସେବାୟତଙ୍କ RT-PCR ପରୀକ୍ଷା କରାଯିବ । ସେହିଭଳି ପୋଲିସ କର୍ମଚାରୀ ଏବଂ ମନ୍ଦିର ଅଧିକାରୀମାନଙ୍କ ମଧ୍ୟ କୋଭିଡ ପରୀକ୍ଷା ହେବ। ଏହି ପରୀକ୍ଷା ଚାରିଟି ପର୍ଯ୍ୟାୟରେ ଯଥା ସ୍ନାନା ଯାତ୍ରା ପୂର୍ବରୁ, ଗୁଣ୍ଡିଚା ଯାତ୍ରା ପୂର୍ବରୁ, ବାହୁଡା ଯାତ୍ରା ପୂର୍ବରୁ ଏବଂ ଶେଷରେ ନିଲାଦ୍ରି ବିଜେର 15 ଦିନ ପରେ କରାଯିବ ।

ସମସ୍ତ ସେବାୟତ ଏବଂ ଅଧିକାରୀଙ୍କ ଟୀକାକରଣ ଶେଷ । ସମସ୍ତ କାର୍ଯ୍ୟରେ ସମନ୍ବୟ ରକ୍ଷା ପାଇଁ ଶ୍ରୀମନ୍ଦିର ପ୍ରଶାସନ, ପୁରୀ ଜିଲ୍ଲା ପ୍ରଶାସନ ଏବଂ ସିଡିଏମଓ କାର୍ଯ୍ୟାଳୟରୁ ଜଣେ ନୋଡାଲ ଅଫିସର ନିଯୁକ୍ତ ହେବେ । ସ୍ନାନା ଯାତ୍ରା ଏବଂ ରଥଯାତ୍ରା ସମୟରେ ସେବାୟତମାନଙ୍କୁ ପର୍ଯ୍ୟାପ୍ତ ସଂଖ୍ୟକ ମାସ୍କ ବଣ୍ଟନ କରାଯିବ ।

COVID-19 ନିୟମ ଅନୁପାଳନ ନେଇ ସଚେତନତା ନିମନ୍ତେ ଲିଫଲେଟ ବଣ୍ଟନ ହେବ। କୋଭିଡକୁ ନେଇ ରଥଯାତ୍ରା ପାଇଁ ହୋଇଥିବା ସବୁ ଗାଇଡଲାଇନ ନିର୍ଦ୍ଦେଶ ଦେଇଥିବା ସ୍ବତନ୍ତ୍ର ରିଲିଫ କମିଶନରଙ୍କ ନିର୍ଦ୍ଦେଶକୁ ସମ୍ପୂର୍ଣ୍ଣ ଅନୁପାଳନ କରିବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details