ଓଡିଶା

odisha

ETV Bharat / state

ଶେଷ ହେଲା ପହଣ୍ଡି ବିଜେ, ରଥାରୂଢ ହୋଇ ଭକ୍ତଙ୍କୁ ଦର୍ଶନ ଦେଲେ କାଳିଆ ରଜା - ଶେଷ ହେଲା ପହଣ୍ଡି ବିଜେ

ଶେଷ ହେଲା ପହଣ୍ଡି ବିଜେ ନୀତି। ରଥାରୂଢ ହେଇ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ଶ୍ରୀଜିଉ। ଭଗବାନଙ୍କୁ ପାଖରେ ପାଇଁ ଭାବବିହ୍ବଳ ଭକ୍ତ। ଅଧିକ ପଢନ୍ତୁ

rath yatra 2023
rath yatra 2023

By

Published : Jun 20, 2023, 11:38 AM IST

ପୁରୀ: ବିଶ୍ବ ନିଅନ୍ତାଙ୍କ ବିଶ୍ବ ପ୍ରସିଦ୍ଧ ଘୋଷଯାତ୍ରା । ଜୟ ଜଗନ୍ନାଥ, ଘଣ୍ଟଘଣ୍ଟା ଶଙ୍ଖନାଦ ଓ ପାରମ୍ପରିକ ବାଦ୍ୟ ଯନ୍ତ୍ରରେ ପ୍ରକମ୍ପିତ ହେଉଛି ବଡଦାଣ୍ଡ। ଶ୍ରୀମନ୍ଦିରରୁ ବାହାରି ଆସି ବଡଦାଣ୍ଡରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ଭକ୍ତ ଓ ଭଗବାନଙ୍କ ହୋଇଛି ଅପୂର୍ବ ମିଳନ। କାଳିଆର ସେ ଚକା ଆଖି ଦେଖି ଭାବବିହ୍ବଳ ହୋଇଛନ୍ତି ଭକ୍ତ। ନୀତି ନିର୍ଘଣ୍ଟ ଅନୁଯାୟୀ ଶେଷ ହେଉଛି ତିନି ଠାକୁର ଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ପହଣ୍ଡି ବିଜେ ନୀତି। ଧାଡି ପହଣ୍ଡିରେ ଆସି ରଥାରୂଢ ହୋଇଛନ୍ତି ତିନି ଠାକୁର । ବର୍ଷକୁ ଥରେ ରତ୍ନସିଂହାସନରୁ ଓହ୍ଳାଇ ଭକ୍ତଙ୍କୁ ବଡଦାଣ୍ଡରେ ଦର୍ଶନ ଦେବା ସହ ଜନ୍ମବେଦୀକୁ ନବଦିନାତ୍ମକ ଯାତ୍ରାରେ ଯିବେ ମହାବାହୁ।

ପ୍ରଥମେ ଚକ୍ରରାଜ ସୁଦର୍ଶନଙ୍କ ପହଣ୍ଡି ବିଜେ ଆରମ୍ଭ ହୋଇଥିବା ବେଳେ ପରେ ପରେ ବଡଠାକୁର ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଓ ଶେଷରେ ଧାଡି ପହଣ୍ଡିରେ ଶ୍ରୀମନ୍ଦିରରୁ ବଡଦାଣ୍ଡକୁ ଆସିଥିଲେ ପ୍ରଭୁ ଜଗନ୍ନାଥ। ପହଣ୍ଡି ବିଜେ ଶେଷ ହେବା ପରେ ଏବେ ପ୍ରଭୁ ଶ୍ରୀ ବଳଭଦ୍ର ତାଳଧ୍ୱଜ ରଥ, ଦେବୀ ସୁଭଦ୍ରା ଦର୍ପଦଳନ ରଥ ଓ ଶ୍ରୀଜଗନ୍ନାଥ ନନ୍ଦିଘୋଷ ରଥରେ ବିଜେ କରିଥିଲେ । କାଳିଆ ତା ଚକାନୟନରେ ଭକ୍ତଙ୍କୁ ଦେଖୁଛି। ଭକ୍ତଙ୍କୁ ଦେଖି କାଳିଆର ଖୁସି କହିଲେ ନସରେ, ଭକ୍ତବି ଜଗାକୁ ଦେଖି ଆତ୍ମତୃପ୍ତି ପାଇଛି। ରତ୍ନ ସିଂହାସନ ଛାଡି ବଡଦାଣ୍ଡକୁ ଓହ୍ଲାଇ ଆସିଛନ୍ତି ଦାରୁବ୍ରହ୍ମ । ସକାଳୁ ନୀତିକାନ୍ତି ସରିବା ପରେ ଆରମ୍ଭ ହୋଇଥିଲା ପହଣ୍ଡି ବିଜେ ନୀତି।

ଏହା ମଧ୍ୟ ପଢନ୍ତୁ-ଘୋଷଯାତ୍ରାର କଣ ରହିଛି ମାହାତ୍ମ୍ୟ, ଶୁଣନ୍ତୁ ଜଗନ୍ନାଥ ସଂସ୍କୃତି ପ୍ରଚାରକଙ୍କ ମୁହଁରୁ

ସକାଳ ୬.୧୦ରେ ମଇଲମ, ୬.୩୦ ତଡ଼ପ ଲାଗି, ୬.୨୦ରେ ରୋଷ ହୋମ, ୭ଟା ରେ ଅବକାଶ, ୭.୧୦ରେ ସୂର୍ଯ୍ୟପୂଜା, ୭.୩୦ରେ ଦ୍ବାରପାଳ ପୂଜା, ୭.୩୦ରେ ବେଶ ଶେଷ ହୋଇଥିଲା । ଏହାପରେ ସକାଳ ୮ଟାରେ ଶ୍ରୀଜିଉଙ୍କ ନିକଟରେ ଖେଚୁଡି ଭୋଟ ଗୋଇଥିଲା। ରଥପ୍ରତିଷ୍ଠା ପରେ ଆରମ୍ଭ ହୋଇଥିଲା ଶ୍ରୀବିଗ୍ରହଙ୍କ ପହଣ୍ଡି ବିଜେ।

ବଡଠାକୁରଙ୍କୁ ଦେଖିବାକୁ ବଡଦାଣ୍ଡରେ ଲକ୍ଷାଧିକ ଲୋକଙ୍କ ଭିଡ ଜମିଛି। ଲୋକାରଣ୍ୟ ହୋଇଛି ଶ୍ରୀକ୍ଷେତ୍ର। ଜୟଜଗନ୍ନାଥ ଧ୍ବନିରେ ପ୍ରକମ୍ପିତ ହେଉଛି ଚତୁଃପାର୍ଶ୍ୱ । ବର୍ଷକୁ ଥରେ ଜଗାର ଏହି ଯାତ୍ରା ଦେଖିବାକୁ ଦେଶ ବିଦେଶରୁ ଛୁଟିଥାଏ ଭକ୍ତଙ୍କର ସୁଅ। ରଥଯାତ୍ରା ପାଇଁ ଘଣ୍ଟ କାହାଳୀରେ ଦୁଲୁକୁଛି ବଡଦାଣ୍ଡ । ବଡଦାଣ୍ଡରେ ନୃତ୍ୟ ପରିବେଷଣ କରୁଛନ୍ତି ନୃତ୍ୟଶିଳ୍ପୀ। ପାରମ୍ପିରକ ନୃତ୍ୟ ପରିବେଷଣ କରି ଆଜିର ଦିନକୁ ଭଗବାନଙ୍କ ନିକଟରେ ଉତ୍ସର୍ଗୀକୃତ କରିଛନ୍ତି ଓଡିଶୀ ନୃତ୍ୟକାର।

ABOUT THE AUTHOR

...view details