ଓଡିଶା

odisha

ETV Bharat / state

ଆସୁଛି ରଥଯାତ୍ରା: ବଡଦାଣ୍ଡ ଓ ଶ୍ରୀମନ୍ଦିର ଚତୁଃପାର୍ଶ୍ବରେ RAFର ମକଡ୍ରିଲ - ଶ୍ରୀକ୍ଷେତ୍ର ମକଡ୍ରିଲ ଖବର

ଶ୍ରୀକ୍ଷେତ୍ରରେ ଲକ୍ଷଲକ୍ଷ ଭକ୍ତଙ୍କ ସମାଗମ ହେବ । ତେଣୁ ଭିଡ ନିୟନ୍ତ୍ରଣ ଓ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ପୁରୀ ପୋଲିସ ଓ ରାପିଡ ଆକ୍ସନ ଫୋର୍ସ କରିଛନ୍ତି ମକଡ୍ରିଲ । ଅଧିକ ପଢନ୍ତୁ

ରଥଯାତ୍ରା ସୁରକ୍ଷା ବ୍ୟବସ୍ଥାକୁ ନେଇ ରାପିଡ ଆକ୍ସନ ଫୋର୍ସର ମକଡ୍ରିଲ
ରଥଯାତ୍ରା ସୁରକ୍ଷା ବ୍ୟବସ୍ଥାକୁ ନେଇ ରାପିଡ ଆକ୍ସନ ଫୋର୍ସର ମକଡ୍ରିଲ

By

Published : Jun 8, 2022, 8:14 PM IST

ପୁରୀ: ରଥଯାତ୍ରାରେ ସୁରକ୍ଷା ବ୍ୟବସ୍ଥାକୁ ନେଇ ରାପିଡ ଆକ୍ସନ ଫୋର୍ସ ପକ୍ଷରୁ ମକଡ୍ରିଲ । ଭକ୍ତମୟ ପରିବେଶରେ ହେବ ସ୍ନାନପୂର୍ଣ୍ଣିମା ଓ ରଥଯାତ୍ରା । ଶ୍ରୀକ୍ଷେତ୍ରରେ ଲକ୍ଷଲକ୍ଷ ଭକ୍ତଙ୍କ ସମାଗମ ହେବ । ତେଣୁ ଭିଡ ନିୟନ୍ତ୍ରଣ ଓ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ପୁରୀ ପୋଲିସ ଓ ରାପିଡ ଆକ୍ସନ ଫୋର୍ସଙ୍କର ହୋଇଛି ମକଡ୍ରିଲ । ଆରଏଏଫର ଗୋଟିଏ କମ୍ପାନୀ ଅର୍ଥାତ ୨୨୨ ଜଣ ଓ ବଜ୍ରବାହନ ବଡଦାଣ୍ଡ ଓ ଶ୍ରୀମନ୍ଦିର ଚତୁଃପାର୍ଶ୍ବରେ ମକଡ୍ରିଲ କରିଛି ।

ରଥଯାତ୍ରା ସୁରକ୍ଷା ବ୍ୟବସ୍ଥାକୁ ନେଇ ରାପିଡ ଆକ୍ସନ ଫୋର୍ସର ମକଡ୍ରିଲ

ରଥଯାତ୍ରାରେ ସୁରକ୍ଷା ବ୍ୟବସ୍ଥା ସହ ଭିଡ ନିୟନ୍ତ୍ରଣ ଓ ରଥଟଣା ସମୟରେ ରଥ ସୁରକ୍ଷା ପାଇଁ ପୁରୀ ପୋଲିସ ସହାୟତାରେ କରାଯାଇଥିଲା ମକଡ୍ରିଲ । ତେବେ ରଥଯାତ୍ରାବେଳେ ୨୪୦ ଜଣ ଆରଏଏଫ ଯବାନ ନିୟୋଜିତ ହେବାକୁ ଥିବା ବେଳେ ବିଶେଷ ଭାବେ ରଥ ସମ୍ମୁଖ ଭାଗ କର୍ଡନରେ ଭିଡ ନିୟନ୍ତ୍ରଣ କରିବେ । ତେବେ ଆରଏଏଫ ଯବାନମାନେ କୌଣସି ଅସ୍ତ୍ରଶସ୍ତ୍ର ନୁହେଁ ଖାଲି ହାତରେ ସେବା ମନୋବୃତ୍ତି ନେଇ କାର୍ଯ୍ୟ କରିବେ ବୋଲି କହିଛନ୍ତି ।

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details