ଓଡିଶା

odisha

ETV Bharat / state

ଶ୍ରୀମନ୍ଦିରରେ ରାକ୍ଷୀ ପୂର୍ଣ୍ଣିମା, କାଳିଆ ହାତରେ ଶୋଭା ପାଇବ ସୁଭଦ୍ରାଙ୍କ ରାକ୍ଷୀ - ଶ୍ରୀମନ୍ଦିରରେ ଜଗନ୍ନାଥ ଓ ବଳଭଦ୍ର

ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ବଳଭଦ୍ରଙ୍କର ଜନ୍ମୋତ୍ସବ । ଶ୍ରୀମନ୍ଦିରରେ ଜଗନ୍ନାଥ ଓ ବଳଭଦ୍ରଙ୍କୁ ଭଉଣୀ ସୁଭଦ୍ରା ରାକ୍ଷୀ ବାନ୍ଧିଥାନ୍ତି । ଏଥିପାଇଁ ପାଟରା ବିଶୋଇ ସେବାୟତଙ୍କ ଦ୍ବାରା 4ଟି ଲେଖାଏଁ ପାଟରାକ୍ଷୀ ଓ ଗୁଆମାଳ ତିଆରି କରି ଶ୍ରୀମନ୍ଦିରକୁ ଦେଇଥାନ୍ତି ।

କାଳିଆ ହାତରେ ଶୋଭା ପାଇବ ସୁଭଦ୍ରାଙ୍କ ରାକ୍ଷୀ

By

Published : Aug 14, 2019, 8:05 PM IST

ପୁରୀ: ରାତି ପାହିଲେ ପବିତ୍ର ରକ୍ଷା ବନ୍ଧନ । ଏହାସହ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ବଳଭଦ୍ରଙ୍କର ଜନ୍ମୋତ୍ସବ । ଭାଇ ଭଉଣୀ ସମ୍ପର୍କର ଅନନ୍ୟ ପରିଭାଷାର ନିଦର୍ଶନ ହେଉଛି ଗହ୍ମାପୁଣ୍ଣିମା ବା ରାକ୍ଷୀ ପୁର୍ଣ୍ଣିମା ।

କାଳିଆ ହାତରେ ଶୋଭା ପାଇବ ସୁଭଦ୍ରାଙ୍କ ରାକ୍ଷୀ

ଯାହାର ନିଦର୍ଶନ ସ୍ବରୁପ ଶ୍ରୀମନ୍ଦିରରେ ଜଗନ୍ନାଥ ଓ ବଳଭଦ୍ରଙ୍କୁ ଭଉଣୀ ସୁଭଦ୍ରା ରାକ୍ଷୀ ବାନ୍ଧିଥାନ୍ତି । ଏଥିପାଇଁ ପାଟରା ବିଶୋଇ ସେବାୟତଙ୍କ ଦ୍ବାରା 4ଟି ଲେଖାଏଁ ପାଟରାକ୍ଷୀ ଓ ଗୁଆମାଳ ତିଆରି କରି ଶ୍ରୀମନ୍ଦିରକୁ ଦେଇଥାନ୍ତି । ଭଉଣୀର ରକ୍ଷା କରିବା ପାଇଁ ବଦ୍ଧ ପରିକର ଭାଇ ତଥା ଭାଇର ଦୀର୍ଘାୟୁ କାମନାର ନିଦର୍ଶନ ହେଉଛି ରକ୍ଷା ବନ୍ଧନ ବା ରାକ୍ଷୀ ପୁର୍ଣ୍ଣିମା ।

ଖାଲି ମନୁଷ୍ୟଙ୍କର ଏହି ପରମ୍ପରା ନୁହେଁ ଦେବତା ମଧ୍ୟ ଏହାକୁ ପାଳନ କରିଥାନ୍ତି । ଶ୍ରୀମନ୍ଦିରରେ ମହାପ୍ରଭୁ ଜଗନ୍ନାଥ ଓ ବଡଭାଇ ବଳଭଦ୍ରଙ୍କୁ ଭଉଣୀ ସୁଭଦ୍ରା ରାକ୍ଷୀ ବାନ୍ଧିଥାନ୍ତି । ଏହାକୁ ଶ୍ରୀମନ୍ଦିରର ପାଟରା ବିଶୋଇ ସେବାୟତ 10 ଦିନ ପୂର୍ବରୁ ନିଷ୍ଠାର ସହ ରହି ଘରେ ରାକ୍ଷୀ ପ୍ରସ୍ତୁତ କରିଥାନ୍ତି । ସେଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଦିଆଯାଇଥିବା ବାସୁଙ୍ଗା ପାଟରେ 4ଟି ରଙ୍ଗର ପାଟ ଦଉଡି କରାଯାଇ ରାକ୍ଷୀ କାର୍ଯ୍ୟ ଆରମ୍ଭ ହୋଇଥାଏ ।


ପାଟେରା ବିଶୋଇ ସେବାୟତ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କର ଚିତାଲାଗି, ରାକ୍ଷୀ ପୁର୍ଣ୍ଣିମା , ରେଖା ପଞ୍ଚମୀ ସମୟରେ ବାସୁଙ୍ଗାପାଟର ସାମଗ୍ରୀ ପ୍ରସ୍ତୁତ କରିବା ପାଇଁ 15 କିଲୋ ବାସୁଙ୍ଗା ପାଟ ଲାଗିଥାଏ । ଏହି 4ଟି ରାକ୍ଷୀ ସହିତ 54ଟି ଗୁଆରେ 4ଟି ଗୁଆମାଳ ପ୍ରସ୍ତୁତ କରିଥାନ୍ତି । ହଳଦିଆ, ନାଲିର ରାକ୍ଷୀ ଓ ଗୁଆମାଳ ଜଗନ୍ନାଥଙ୍କୁ ସେହିପରି ନେଳି ଓ ବାଇଗେଣୀ ବଳଭଦ୍ରଙ୍କୁ ଲାଗିକରାଯାଏ । ଏହାକୁ ରାକ୍ଷୀ ପୁର୍ଣ୍ଣିମା ଦିନ ଗୋପାଳବଲ୍ଲଭ ଧୁପ ପରେ ପାଟେରା ବିଶୋଇ ଶ୍ରୀମନ୍ଦିରକୁ ନେଇକରି ନିକାପକୁ ଦେଇଥାନ୍ତି । ପରେ ସିଂହାରି ସେବକ ଏହି ରାକ୍ଷୀକୁ ମହାପ୍ରଭୁଙ୍କୁ ଲାଗିକରିଥାନ୍ତି ।

ମାନବୀୟ ଲୀଳା ପରି ଶ୍ରୀଜିଉଙ୍କର ଲୀଳା ମଧ୍ୟ ଅପରମ୍ପାର । କେବଳ ପାଟେରା ସେବାୟତ ଶ୍ରୀଜିଉଙ୍କୁ 4ଟି ରାକ୍ଷୀ ଛଡା ମଧ୍ୟ ପାର୍ଶ୍ବ ଦେବାଦେବୀଙ୍କ ପାଇଁ 8ଟି ରାକ୍ଷୀ ତିଆରି କରି ଶ୍ରୀମନ୍ଦିରକୁ ଦେଇଥାନ୍ତି । ଯାହାକି ଭାଇ ଭଉଣୀ ପରମ୍ପରା ରୂପରେ ଶ୍ରୀମନ୍ଦିରରେ ପାଳନ କରାଯାଏ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details