ଓଡିଶା

odisha

ETV Bharat / state

ସୁଦର୍ଶନ ପଟ୍ଟନାୟକଙ୍କ ଉପରେ ସନ୍ଦର୍ଭ ଲେଖି PhD ପାଇଲେ ଅଣଓଡିଆ - କୋମଲ ପ୍ରଜାପତ

ଖ୍ୟାତିନାମା ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ଉପରେ ସନ୍ଦର୍ଭ ଲେଖି PhD ପାଇଲେ ରାଜସ୍ଥାନ ଛାତ୍ରୀ । ଅଭିନନ୍ଦନ ଜଣାଇଲେ ବାଲୁକା ଶିଳ୍ପୀ ।

ସୁଦର୍ଶନ ପଟ୍ଟନାୟକଙ୍କ ଉପରେ ସନ୍ଦର୍ଭ ଲେଖି PhD ପାଇଲେ ଅଣଓଡିଆ
ସୁଦର୍ଶନ ପଟ୍ଟନାୟକଙ୍କ ଉପରେ ସନ୍ଦର୍ଭ ଲେଖି PhD ପାଇଲେ ଅଣଓଡିଆ

By

Published : Nov 13, 2022, 12:53 PM IST

ପୁରୀ: ଆନ୍ତର୍ଜାତିକ ଖ୍ୟାତସମ୍ପନ୍ନ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ଜୀବନ ଓ ବାଲୁକା କଳା ଉପରେ ଗବେଷଣା କରି ଜଣେ ଅଣଓଡିଆ ଛାତ୍ରୀ ପିଏଚଡି ଲାଭ କରିଛନ୍ତି । ଏହି ଛାତ୍ରୀ ହେଉଛନ୍ତି ରାଜସ୍ଥାନର କୋମଲ ପ୍ରଜାପତ । କୋମଲ ରାଜସ୍ଥାନର ଉଦୟପୁର ଭୂପାଲ ନୋବେଲସ ବିଶ୍ବବିଦ୍ୟାଳୟରୁ(Bhupal Nobles University) ପିଏଚଡ଼ି ହାସଲ କରିଛନ୍ତି(Rajasthan Student Received PhD On Sudarsan Pattnaik) । ସେ ନିଜ ଟ୍ବିଟର ଆକାଉଣ୍ଟରେ ଏ ସମ୍ପର୍କରେ ଟ୍ବିଟ୍ କରି ଜଣାଇଛନ୍ତି ।

ସୁଦର୍ଶନ ପଟ୍ଟନାୟକଙ୍କ ଉପରେ ସନ୍ଦର୍ଭ ଲେଖି PhD ପାଇଲେ ଅଣଓଡିଆ

କୋମଳ ଟ୍ବିଟ୍ କରିଛନ୍ତି, ସୁଦର୍ଶନ ପଟ୍ଟନାୟକଙ୍କ ଉପରେ ନିଜ ସନ୍ଦର୍ଭ ଲେଖି ସେ ବହୁତ୍ ଖୁସି । ଏନେଇ ବାଲୁକା ଚିତ୍ରଶିଳ୍ପୀ ଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ସୁଦର୍ଶନ ପଟ୍ଟନାୟକ କହିଛନ୍ତି, "ପିଏଚଡି ସମ୍ପର୍କରେ ଜାଣିବା ପରେ ସେ କୋମଳଙ୍କ ସହ କଥା ହୋଇଥିଲେ । ପୂର୍ବରୁ ଯେଉଁମାନେ ପିଏଚଡ଼ି କରୁଥିଲେ ସେମାନେ ଦିବଙ୍ଗତ ବ୍ୟକ୍ତିଙ୍କ ଉପରେ ଗବେଷଣା କରୁଥିଲେ । କିନ୍ତୁ ପ୍ରଥମ ଥର ପାଇ କୋମଳ ଜଣେ ଜୀବନ୍ତ ବ୍ୟକ୍ତିଙ୍କ ଜୀବନଶୈଳୀ ଓ ବାଲୁକା ଚିତ୍ରକଳା ଉପରେ ପିଏଚଡ଼ି କରିଛନ୍ତି । ଏହା ମୋ ପାଇଁ ସୌଭାଗ୍ୟର ବିଷୟ । ଓଡ଼ିଶା ମାଟି ପାଇଁ ଏହା ଏକ ସ୍ଵତନ୍ତ୍ର ଉପହାର । ଏହି ଅବସରରେ ବାଲୁକା ଶିଳ୍ପୀ କୋମଳଙ୍କ ଉଜ୍ଜଳ ଭବିଷ୍ୟତର କାମନା କରିଛନ୍ତି ।

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details