ପୁରୀ: 4 ଘଣ୍ଟା ବିଳମ୍ବରେ ହେଲା ମହାପ୍ରଭୁଙ୍କ ସୁନାବେଶ । ସିଂହାରୀ ଓ ମେକାପ ସେବକଙ୍କ ମଧ୍ୟରେ ବିବାଦ ହେତୁ ସୁନାବେଶରେ ବିଳମ୍ବ ହୋଇଥିବା ନେଇ ଜଣାପଡିଛି।
ଆଜି ପୌଷ ପୂର୍ଣ୍ଣିମାରେ ପ୍ରତିବର୍ଷ ପରି ମହାପ୍ରଭୁଙ୍କ ପବିତ୍ର ରାଜରାଜେଶ୍ବର ବେଶ ଅନୁଷ୍ଠିତ ହୁଏ । ତେବେ ବେଶ ବିଳମ୍ବିତ ହେବାରୁ ଅନେକ ଭକ୍ତ ଏହି ବେଶ ଦେଖି ପାରିନାହାନ୍ତି । ଏନେଇ ଭକ୍ତ ମହଲରେ ଅସନ୍ତୋଷ ସୃଷ୍ଟି ହୋଇଥିଲା।
ଆଜି ରତ୍ନ ସିଂହାସନରେ ଶ୍ରୀଜୀଉମାନେ ରାଜରାଜେଶ୍ବର ବେଶ ବା ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦିଅନ୍ତି । ପୂର୍ବଦିନରୁ ଅଧିବାସ ଗୃହରେ ଅଧିବାସ ହୋଇ ରହିଥିବା ଘିଅ ମିଶ୍ରିତ ୧୦୮ ଗରା ଜଳରେ ଚନ୍ଦନ ଲାଗି ପରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଅଭିଷେକ କରାଯାଏ ।