ଓଡିଶା

odisha

ETV Bharat / state

ଶ୍ରୀମନ୍ଦିରରେ ବିଜୟାଦଶମୀ, ରାଜ ରାଜେଶ୍ୱର ବେଶରେ ଦର୍ଶନ ଦେଲେ ଶ୍ରୀଜିଉ - ମହାପ୍ରଭୁଙ୍କ ରାଜ ରାଜେଶ୍ବର ବେଶ

ଆଜି ପବିତ୍ର ବିଜୟାଦଶମୀ । ଏହି ଅବସରରେ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ରାଜ ରାଜେଶ୍ବର ବେଶ ଅନୁଷ୍ଠିତ ହୋଇଛି । ଅଧିକ ପଢ଼ନ୍ତୁ

ରାଜ ରାଜେଶ୍ୱର ବେଶରେ ଦର୍ଶନ ଦେବେ ମହାପ୍ରଭୁ
Raja rajeswar besha of lord jagannath

By ETV Bharat Odisha Team

Published : Oct 24, 2023, 10:49 AM IST

Updated : Oct 24, 2023, 4:24 PM IST

ଶ୍ରୀମନ୍ଦିରରେ ବିଜୟାଦଶମୀ, ରାଜ ରାଜେଶ୍ୱର ବେଶରେ ଦର୍ଶନ ଦେଲେ ଶ୍ରୀଜିଉ

ପୁରୀ:ଆଜି ପବିତ୍ର ଦଶହରା ବା ବିଜୟାଦଶମୀ । ଏନେଇ ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହୋଇଛି । ରାଜରାଜେଶ୍ବର ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି ଶ୍ରୀଜିଉ । ଆଜି ଶ୍ରୀମନ୍ଦିରରେ ଦଶମୀ ନୀତି ଅନୁଷ୍ଠିତ ହୋଇଛି । ପରମ୍ପରା ଅନୁଯାୟୀ ଶ୍ରୀମନ୍ଦିରରେ ମହାପ୍ରଭୁ ସୁନାବେଶ ବା ରାଜରାଜଶ୍ୱେର ବେଶରେ ସଜ୍ଜିତ ହୋଇ ଭକ୍ତମାନଙ୍କୁ ମହାପ୍ରଭୁ ଦର୍ଶନ ଦେଇଥାନ୍ତି । ସେହି କ୍ରମରେ ଆଜି ରାଜ ରାଜେଶ୍ବର ବେଶରେ ଦର୍ଶନ ଦେଇଛନ୍ତି ମହାପ୍ରଭୁ ।

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଅବକାଶ ନୀତି ପରେ, ଚନ୍ଦନ, ନୂଆ ଲୁଗା, ୩୨ ମୂର୍ତ୍ତି ସ୍ୱର୍ଣ୍ଣ ଅଳଙ୍କାର ପରେ ସୁନାବେଶ ଅନୁଷ୍ଠିତ ହୋଇଛି । ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ମଦନମୋହନ, ରାମକୃଷ୍ଣ ବୀରବେଶ ଧାରଣ କରି ଶ୍ରୀଜଗନ୍ନାଥ ବଲ୍ଲଭ ମଠ ସ୍ଥିତ ମହାଖଳା ବା ଦଶହରା ପଦାକୁ ବିଜେ କରିଛନ୍ତି । ପବିତ୍ର ବିଜୟା ଦଶମୀରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ସକାଳୁ ଶ୍ରୀମନ୍ଦିରକୁ ଭକ୍ତ ସୁଅ ଛୁଟିବାରେ ଲାଗିଛି । ସେପଟେ ଦଶହରା ଅବସରରେ ମା' ବିମଳାଙ୍କ ପ୍ରତିନିଧି ଭାବେ ପୂଜା ପାଉଥିବା ମା' କାକୁଡ଼ିଖାଇଙ୍କର ଆଜି ରାତିରେ ବିସର୍ଜନ ସହ ଆସନ୍ତାକାଲି(ବୁଧବାର) ଅନ୍ୟ ସମସ୍ତ ଗୋଷାଣୀ ମାନଙ୍କର ଶ୍ରୀମନ୍ଦିର ସମ୍ମୁଖରେ ଦେବୀସଭା ହେବା ପରେ ବିସର୍ଜନ ଅନୁଷ୍ଠିତ ହେବ ।

ଏହା ବି ପଢନ୍ତୁ...ଶ୍ରୀମନ୍ଦିରରେ ରାଧାଷ୍ଟମୀ ନୀତି, ନଗର ପରିକ୍ରମା କଲେ ଚକ୍ରରାଜ ସୁଦର୍ଶନ

ସେପଟେ ବିଭିନ୍ନ ଦେଵୀ ପିଠ ଗୁଡିକରେ ଆଜି ବିଜୟା ଦଶମୀ ନୀତି ହୋଇଛି । ଏଥିପାଇଁ ଶ୍ରୀକ୍ଷେତ୍ରରେ ଥିବା ବିଭିନ୍ନ ଦେବୀ ପୀଠ ଚଳଚଞ୍ଚଳ ହୋଇଛି । ମନ୍ତ୍ର ଧ୍ଵନୀରେ ପୀଠ ଗୁଞ୍ଜରିତ ହୋଇଛି । ଭକ୍ତ ମାନେ ଦେଵୀ ପୀଠରେ ମା' ଙ୍କ କୃପା ଲାଭ କରିଛନ୍ତି । ଦେବୀ ପୀଠ ଗୁଡିକରେ ଆଜି ଶଙ୍ଖୁଡ଼ି ଭୋଗ ତଥା ଆମିଷ ଭୋଗ ହୋଇ ନଥାଏ । କେବଳ ଶୀତଳ ଭୋଗ ଲାଗି ହୋଇଥାଏ । ବିଜୟା ଦଶମୀରେ ସ୍ଵତନ୍ତ୍ର ପୂଜା ଅନୁଷ୍ଠିତ ପରେ ଶ୍ରୀକ୍ଷେତ୍ରରେ ପୂଜା ପାଉଥିବା ଗୋଷାଣୀଙ୍କ ବିସର୍ଜନ ହୋମ ଅନୁଷ୍ଠିତ ହେବ । ଆସନ୍ତାକାଲି ଗୋଷାଣୀ ଯାତ ଅନୁଷ୍ଠିତ ହେବା ସହ ଭସାଣୀ ଉତ୍ସବ ଅନୁଷ୍ଠିତ ହେବ । ଶ୍ରୀମନ୍ଦିର ସମ୍ମୁଖରେ ସଂଧ୍ୟାରେ ଦେବ ସଭାରେ ସବୁ ଗୋଷାଣୀ, ନାଗା ମୂର୍ତ୍ତି ଏକତ୍ର ହେବେ । ଏକାଦଶୀରେ ମହାପ୍ରଭୁଙ୍କ ମହାଦୀପ ଉଠିବା ପରେ ଏହାକୁ ଦର୍ଶନ କରି ଦେବ ସଭା ସମାପନ ସହ ମୂର୍ତ୍ତି ବିସର୍ଜନ ଅନୁଷ୍ଠିତ ହେବ ।

ଏହା ବି ପଢନ୍ତୁ...ଆଜି ଶ୍ରୀଜିଉଙ୍କ ଦୁର୍ଲଭ ପଦ୍ମବେଶ, ଦର୍ଶନ ପାଇଁ ଶ୍ରୀକ୍ଷେତ୍ରରେ ହଜାର ହଜାର ଭକ୍ତଙ୍କ ସମାଗମ

ଆଜି ପାପର ବିନାଶ ପାଇଁ ଧରାପୃଷ୍ଠକୁ ଅବତରଣ କରିଥିବା ମା' ଦୁର୍ଗତୀନାଶିନୀଙ୍କ ଦଶହରା ବା ପବିତ୍ର ବିଜୟାଦଶମୀ । ଅସତ୍ୟ ଉପରେ ସତ୍ୟର ବିଜୟ ସ୍ବରୂପ ଏହି ପର୍ବ ପାଳନ ହୋଇଥାଏ । ଆଜି ଅଧର୍ମ ଉପରେ ଧର୍ମର ଜୟ ହୋଇଥିଲା । ଏହି ପବିତ୍ର ଦିନରେ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ସ୍ବତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହୋଇଥାଏ । ରାଜ ରାଜେଶ୍ବର ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି ମହାପ୍ରଭୁ ।

Last Updated : Oct 24, 2023, 4:24 PM IST

ABOUT THE AUTHOR

...view details