ପୁରୀ: ବର୍ଷା ଯୋଗୁଁ ଲୋକନାଥଙ୍କ ପୀଠରେ ପାଣି ଜମି ରହିଥିବା ଦେଖିବାକୁ ମିଳିଛି । ସୋମବାର ଅବସରରେ ସକାଳୁ ମନ୍ଦିରରେ ପ୍ରବଳ ଭିଡ ହୋଇଥିଲା । ହେଲେ ମନ୍ଦିର ପରିସରରେ ପାଣି ଜମି ରହିଥିବାରୁ ଭକ୍ତ ଅସନ୍ତୋଷ ପ୍ରକାଶ କରିଛନ୍ତି । ତେବେ ଆଜି ବିଳମ୍ବରେ ମନ୍ଦିର ପ୍ରଶାସନ ପକ୍ଷରୁ ପମ୍ପ ଯୋଗେ ଜଳ ନିଷ୍କାସନ କରାଯାଇଛି।
ଲୋକନାଥ ପୀଠ ଜଳମଗ୍ନ - rain watar in loknath temple
ପ୍ରସିଦ୍ଧ ଶୈବପୀଠ ଲୋକନାଥଙ୍କ ମନ୍ଦିର ପରିସରରେ ପାଣି ଜମି ରହିଥିବାର ଦେଖିବାକୁ ମିଳିଛି। ଏହାକୁ ନେଇ ଭକ୍ତଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଥିଲା ।
ଫଟୋ ସୌଜନ୍ୟ: ସମ୍ବାଦଦାତା, ପୁରୀ
ଗତ ଦୁଇଦିନ ଧରି ଲଘୁଚାପ ବର୍ଷାରେ ମନ୍ଦିର ପରିସର ଜଳମଗ୍ନ ହୋଇ ପଡ଼ିଥିଲା। ହେଲେ ଦୁଇ ଦିନ ପୂର୍ବରୁ ପାଣି ଜମି ରହିଥିଲେ ହେଁ ପ୍ରଶାସନ ପକ୍ଷରୁ ଜଳ ନିଷ୍କାସନର ବ୍ୟବସ୍ଥା କରାଯାଇ ନଥିଲା । ଏକ ପ୍ରସିଦ୍ଧ ଶୈବପୀଠର ଏପରି ଅବ୍ୟବସ୍ଥାକୁ ନେଇ ଭକ୍ତଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ