ପୁରୀ: ପଶ୍ଚିମବଙ୍ଗରେ ନାଗରିକତା ସଂଶୋଧନ ଆଇନ(ସିଏଏ) ବିରୁଦ୍ଧର ଚାଲିଥିବା ବିକ୍ଷୋଭ ପାଇଁ ରେଳ ସେବା ପ୍ରଭାବିତ ହୋଇଛି। ଯେଉଁ କାରଣରୁ ସେଠାରୁ ଓଡ଼ିଶାକୁ ଆସୁଥିବା ଏବଂ ଯାଉଥିବା ବିଭିନ୍ନ ଟ୍ରେନର ସମୟକୁ ପରିବର୍ତ୍ତନ କରାଯାଇଛି। ପୁରୀ ଷ୍ଟେସନରେ ମଧ୍ୟ ଏହାର ପ୍ରଭାବ ପଡିଛି। ପୁରୀରୁ ଆସିବାକୁ ଥିବା ଓ ଯିବାକୁ ଥିବା 5ଟି ଟ୍ରେନକୁ ବାତିଲ ହୋଇଛି। ଯାହା ଫଳରେ ଯାତ୍ରୀ ନାହିଁନଥିବା ଅସୁବିଧା ଭୋଗୁଛନ୍ତି।
ପଶ୍ଚିମବଙ୍ଗରେ ସିଏଏକୁ ବିରୋଧ, ରେଳସେବା ପ୍ରଭାବିତ - ନାଗରିକତା ସଂଶୋଧନ ଆଇନ ବିରୋଧରେ ବିକ୍ଷୋଭ
ନାଗରିକତା ସଂଶୋଧନ ଆଇନ(ସିଏଏ) ବିରୋଧରେ ପଶ୍ଚିମବଙ୍ଗରେ ବିଭିନ୍ନ ସଂଙ୍ଗଠନ ପକ୍ଷରୁ ବିକ୍ଷୋଭ ଓ ପ୍ରତିବାଦ କରାଯାଉଛି। ଯାହା ଫଳରେ 5ଟି ଟ୍ରେନକୁ ବାତିଲ କରାଯାଇଛି।
ଓଡିଶାରେ CAAର ବିରୋଧ ପ୍ରଭାବ
ଓଡିଶାରେ CAAର ବିରୋଧ ପ୍ରଭାବ
ବିଶେଷ କରି ପଶ୍ଚିମବଙ୍ଗ ଯିବାକୁ ଥିବା ଯାତ୍ରୀ ଓ ପର୍ଯ୍ୟଟକ ଅଧିକ ସମସ୍ୟାର ସାମ୍ନା କରୁଛନ୍ତି। ନାଗରିକତା ସଂଶୋଧନ ଆଇନ ବିରୋଧରେ ପଶ୍ଚିମବଙ୍ଗରେ ବିଭିନ୍ନ ସଂଙ୍ଗଠନ ପକ୍ଷରୁ ବିକ୍ଷୋଭ ଓ ପ୍ରତିବାଦ କରାଯାଉଛି । ଫଳରେ ରେଳ ଚଳାଚଳ ଉପରେ ଏହାର ପ୍ରଭାବ ପଡିଛି । କେତେକ ଯାତ୍ରୀ ଏବଂ ପର୍ଯ୍ୟଟକ ଷ୍ଟେସନ ପରିସରରେ ଅଟକି ରହିଛନ୍ତି। ପୁରୀ-ସାନ୍ତ୍ରାଗାଛି, ପୁରୀ-ଚେନ୍ନାଇ, ପୁରୀ-ଚେନ୍ନାଇ ସ୍ପେଶାଲ, ପୁରୀ-ଖୋର୍ଦ୍ଧା ପାସେଞ୍ଜର ଟ୍ରେନକୁ ବାତିଲ କରାଯାଇଛି।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ
Last Updated : Dec 15, 2019, 5:30 PM IST