ଓଡିଶା

odisha

ETV Bharat / state

ମାଟିଆପଡାରେ ହେବ ରେଳ ଓଭରବ୍ରିଜ, ଆରମ୍ଭ ହେଲା ସର୍ଭେ - ପୁରୀ ମାଟିଆପଡା ଠାରେ ଓବରବ୍ରିଜ ନିର୍ମାଣ

ପୁରୀକୁ ଏକ ବିଶ୍ବସ୍ତରୀୟ ସହର ଭାବେ ଗଢି ତୋଳିବା ପାଇଁ ଏବେ ରାଜ୍ୟ ସରକାରଙ୍କ ଉଦ୍ୟମରୁ ମାଟିଆପଡା ଠାରେ ଓଭରବ୍ରିଜ ନିର୍ମାଣ ପାଇଁ ଆରମ୍ଭ ହୋଇଛି ସର୍ବେକ୍ଷଣ ।

Railway over bridge
ରେଲୱେ ଓବରବ୍ରିଜ ସର୍ଭେ

By

Published : Jan 20, 2020, 5:18 PM IST

ପୁରୀ : ପୂରଣ ହେବାକୁ ଯାଉଛି ପୁରୀବାସୀଙ୍କ ଦୀର୍ଘବର୍ଷର ଦାବି । ପୁରୀକୁ ଏକ ବିଶ୍ବସ୍ତରୀୟ ସହର ଭାବେ ଗଢି ତୋଳିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ପରିକଳ୍ପନା ବାସ୍ତବରୂପ ନେବାକୁ ଯାଉଥିବା ବେଳେ ଏବେ ରାଜ୍ୟ ସରକାରଙ୍କ ଉଦ୍ୟମରୁ ମାଟିଆପଡା ଠାରେ ଓବରବ୍ରିଜ ନିର୍ମାଣ ପାଇଁ ଆରମ୍ଭ ହୋଇଛି ସର୍ବେକ୍ଷଣ ।

ରେଲୱେ ଓବରବ୍ରିଜ ସର୍ଭେ

ପୁରୀରୁ କୋଣାର୍କ ଯିବା ରାସ୍ତାରେ ସିଦ୍ଧ ମହାବୀର ରେଳ ଓଭରବ୍ରିଜ ପଡିଥାଏ । ଦୈନିକ ପୁରୀକୁ ଯିବା ଆସିବା ପାଇଁ 50 ଟି ଟ୍ରେନ ଯାଉଥିବାବେଳେ ପ୍ରତି ଅଧଘଣ୍ଟାରେ ଥରେ ଲେଖାଏଁ ରେଳ ଫାଟକ ପଡିଥାଏ | ଫଳରେ ରାସ୍ତାର ଦୁଇ ପାର୍ଶ୍ବରେ ହଜାର ହଜାର ଗାଡି ଅଟକି ରହିବା ସହ ଟ୍ରାଫିକ ସମସ୍ୟା ଉପୁଜିଥାଏ ।

ଏପରିକି ଗୁରୁତର ରୋଗୀଙ୍କୁ ନେଇ ଆସୁଥିବା ଆମ୍ବୁଲାନ୍ସ ଓ ଅଗ୍ନିଶମ ଗାଡି ମଧ୍ୟ ଟ୍ରାଫିକ ଜାମରେ ଫଶି ରହିବା କାରଣରୁ ଅନେକ ସମୟରେ ଧନ ଜୀବନ କ୍ଷତି ହେଉଛି । ଏହାକୁ ନେଇ ରେଲୱେ ଓଭର ବ୍ରିଜ ସର୍ବେକ୍ଷଣ ଆରମ୍ଭ ହୋଇଥିବାବେଳେ ଏଥିରେ ବିସ୍ଥାପିତ ହେଉଥିବା ବ୍ୟକ୍ତିମାନେ ସହଯୋଗ କରିବାକୁ ପୁରୀ ଜିଲ୍ଲାପାଳ ବଲବନ୍ତ ସିଂ ଅନୁରୋଧ କରିଛନ୍ତି। ତେବେ ରେଳ ଓଭର ବ୍ରିଜ ନିର୍ମାଣରେ 53 କୋଟି ଟଙ୍କା ଖର୍ଚ୍ଚ ନେଇ ବ୍ୟୟବରାଦ କରାଯାଇଛି।


ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details