ଓଡିଶା

odisha

ETV Bharat / state

ରଘୁନନ୍ଦନ ଲାଇବ୍ରେରୀର ହେବ ନବକଳେବର - ପୁରୀ

ବହୁ ପୁରାତନ ଏମାର ମଠରେ ଥିବା ରଘୁନନ୍ଦନ ଲାଇବ୍ରେରୀର ହେବ ନବୀକରଣ । ଗଛିତ ରହିଛି ବହୁ ପୁରାତନ ପୁସ୍ତକ, ତାଳପତ୍ର ପୋଥି । ତେଣୁ ଏହାକୁ ସୁରକ୍ଷିତ ରଖିବା ପାଇଁ ଜିଲ୍ଲା ପ୍ରଶାସନ କରିବ ନୂଆ ଲାଇବ୍ରେରୀ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ପୁରୀ

By

Published : Aug 28, 2019, 7:07 PM IST

ପୁରୀ: ଏମାର ମଠରେ ଥିବା ରଘୁନନ୍ଦନ ଲାଇବ୍ରେରୀର ଉନ୍ନତୀକରଣ ହେବ । ଅତ୍ୟାଧୁନିକ ଭାବେ ଲାଇବ୍ରେରୀକୁ ପ୍ରତିଷ୍ଠା କରାଯିବ । ଏଥିପାଇଁ ରାଜ୍ୟ ବାହାରୁ ଆସିବେ ଏକ୍ସପର୍ଟ ଟିମ । କିଭଳି ବିରଳ ବହି ଗୁଡିକ ସଂରକ୍ଷଣ କରିହେବ ସେ ନେଇ ଉଦ୍ୟମ କରାଯିବ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ପୁରୀ ଜିଲ୍ଲାପାଳ ବଲବନ୍ତ ସିଂ ।

ଭିଡ଼ିଓ ସୌଜନ୍ୟ: ସମ୍ବାଦଦାତା, ପୁରୀ

ଏମାର ମଠ ର ନୂଆ ଗୃହ ରେ ଏହି ରଘୁନନ୍ଦନ ଲାଇବ୍ରେରୀକୁ ପୁନଃ ପ୍ରତିଷ୍ଠା କରାଯିବା ନେଇ ସରକାରଙ୍କୁ ଅବଗତ କରାଯିବ । ତେବେ ସୂଚନା ଅନୁଯାୟୀ 5 ରୁ ଅଧିକ ମୂଲ୍ୟବାନ ବହି ରହିଛି ଏହି ଲାଇବ୍ରେରୀରେ । ତେବେ ସଠିକ ଗଣନା ପରେ କେତେ ବହି ରହିଛି ତାହା ଜଣାପଡିବ । ବହୁ ତାଳପତ୍ର ପୋଥି ଏଠାରେ ରହିଛି । ଲାଇବ୍ରେରୀ ନିୟମ ଅନୁଯାୟୀ ବହି ଗୁଡ଼ିକୁ ବିଭିନ୍ନ ବର୍ଗରେ ନାମ କରଣ କରାଯିବ ।

ସେହିପରି ନଷ୍ଟ ହୋଇ ଯାଇଥିବା ବହି ଗୁଡିକୁ କେମିକାଲ ଦିଆଯାଇ ସଂରକ୍ଷଣ କରାଯିବ । ଏହାକୁ ପରବର୍ତୀ ସମୟରେ ଡିଜିଟାଇଜେସନ କରାଯିବ ବୋଲି ପୁରୀ ଜିଲ୍ଲାପାଳ ସୂଚନା ଦେଇଛନ୍ତି । ତେବେ ରଘୁନନ୍ଦନ ଲାଇବ୍ରେରୀରେ ଥିବା ବହି ଗୁଡିକୁ ଜିଲା ପ୍ରଶାସନ ନିଜ ହେପାଜତକୁ ନେଇଛି । ଗତକାଲି ମଠ ଉଚ୍ଛେଦ ପରେ ଏହି ବହିଗୁଡ଼ିକୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଏକ କୋଠରୀରେ ରଖାଯାଇଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details