ପୁରୀ: ଶ୍ରୀଜଗନ୍ନାଥ ମେଡିକାଲ କଲେଜରେ ରାଗିଂ ଅଭିଯୋଗ। ପ୍ରଥମବର୍ଷର ଛାତ୍ରଙ୍କୁ ରାଗିଂ କଲେ ଦ୍ବିତୀୟ ବର୍ଷର ଛାତ୍ର । ରାଗିଂ ସମୟରେ ଜଣେ ଛାତ୍ରଙ୍କର ନିଶ ଦାଢିକୁ ସିନିୟରମାନେ କାଟି ଦେଇ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି। ଏନେଇ ପ୍ରଥମ ବର୍ଷର ଛାତ୍ର କଲେଜର ଡିନଙ୍କୁ ଜଣାଇବା ପରେ ପୁରୀ ପେଣ୍ଠକଟା ମେରାଇନ ଥାନାରେ ଅଭିଯୋଗ ହୋଇଛି । ଏତଲା ଆଧାରରେ ପୋଲିସ ମାମଲା ରୁଜୁ କରି ତଦନ୍ତ କରୁଛି ।
ଗତ 17 ତାରିଖରେ ଶ୍ରୀଜଗନ୍ନାଥ ମେଡିକାଲରେ ପ୍ରଥମ ବର୍ଷର ଛାତ୍ରଙ୍କୁ ଦ୍ବିତୀୟ ବର୍ଷର ଛାତ୍ରମାନେ ରାଗିଂ କରିଥିଲେ । ପ୍ରଥମ ବର୍ଷ ଛାତ୍ରଙ୍କର ନିଶ ଦାଢିକୁ ଦ୍ବିତୀୟ ବର୍ଷର ଛାତ୍ର କାଟି ଦେଇ ଥିବା କଲେଜର ଡିନଙ୍କୁ ଅଭିଯୋଗ ହୋଇଥିଲା । ପରେ ଆଣ୍ଟି ରାଗିଂ କମିଟିରେ ବିସ୍ତୃତ ଭାବରେ ଏନେଇ ଆଲୋଚନା କରାଯାଇ ମେରାଇନ ଥାନାରେ ଅଭିଯୋଗ କରାଯାଇଥିଲା । ମେରାଇନ ଥାନା ପକ୍ଷରୁ ଘଟଣାର ତଦନ୍ତ କରାଯାଉଛି ବୋଲି ଏସ୍ଡିପିଓଙ୍କ ସୂଚନା ଦେଇଛନ୍ତି ।
ସେପଟେ ରାଗିଂ ମେଡିକାଲ କଲେଜର ପ୍ରଥମ ଘଟଣା ବୋଲି କୁହାଯାଉଛି । ପୂର୍ବରୁ କଲେଜରେ ରାଗିଂ ହୋଇଥିବା ଘଟଣା କେବେବି ସାମ୍ନାକୁ ଆସିନାହିଁ । ଆଣ୍ଟି ରାଗିଂ ସେଲର ନିୟମ ମୁତାବକ ପଦକ୍ଷେପ ନିଆଯିବ। ରାଗିଂ ଘଟଣାଟି ଗତ ୧୭ତାରିଖରେ ଘଟିଥିଲା, ପରେ ଆଣ୍ଟି ରାଗିଂ କମିଟିରେ ପଡିବା ପରେ ରବିବାର ଥାନାରେ ଅଭିଯୋଗ ହୋଇଥିଲା। ବର୍ତ୍ତମାନ ପୋଲିସ ତଦନ୍ତ କରୁଛି। ତେବେ ମେଡିକାଲ କଲେଜରେ ପୁଣି ରାଗିଂ ଘଟଣା ଏବେ ଚର୍ଚ୍ଚାର ବିଷୟ ହୋଇଛି । ଏହି ଘଟଣାକୁ ନେଇ ଶ୍ରୀ ଜଗନ୍ନାଥ ମେଡିକାଲ କଲେଜର ଡିନ୍ କହିଛନ୍ତି, "ପୂର୍ବରୁ ଏପରି ହୋଇନଥିଲା । ପ୍ରଥମ କରି ଏଭଳି ଘଟଣା ସାମନାକୁ ଆସିଛି। ଏନେଇ ଆଣ୍ଟି ରାଗିଂ ସେଲ ଗଠନ ହୋଇ ତଦନ୍ତ ଆରମ୍ଭ ହୋଇଛି ।"