ପୁରୀ: ଶ୍ରୀମନ୍ଦିର ଚୌହଦିର ଉଚ୍ଛେଦ ପ୍ରକ୍ରିୟା ଚାଲିଥିବା ବେଳେ ସୋମବାର ସିଂହଦ୍ବାର ସମ୍ମୁଖରେ ଥିବା ରାଧାବଲ୍ଲଭ ମଠର ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହୋଇଛି। ପ୍ରଶାସନ ଚିହ୍ନଟ କରିଥିବା ଗୃହଗୁଡ଼ିକ ଭାଇବ୍ରେଟର ମେସିନ ଲଗାଯାଇ ଉଛେଦ କରାଯାଉଛି।
ଉଚ୍ଛେଦ କାର୍ଯ୍ୟ ସୁରୁଖୁରୁରେ ହେବା ପାଇଁ ସିଂହଦ୍ବାର ଥାନା ଆଇଆଇସି ସମେତ ଏକ ପ୍ଲାଟୁନ୍ ପୋଲିସ ଫୋର୍ସ, ଓବିସିସିର ଯନ୍ତ୍ରୀ ଉପସ୍ଥିତ ରହିଛନ୍ତି। ତେବେ ମଠ ପରିସରରେ ଥିବା ଦୋକାନ ଗୃହ ଉଚ୍ଛେଦ କାର୍ଯ୍ୟ ପର୍ଯ୍ୟାୟ କ୍ରମେ କରାଯିବ।