ପୁରୀ: ପ୍ରବାସୀ ଶ୍ରମିକ ଓଡିଶା ଆସିବା ପରେ ସେମାନଙ୍କୁ କ୍ବାରେଣ୍ଟିନ ସେଣ୍ଟରରେ ରଖିବା ନେଇ ରାଜ୍ୟ ସରକାର ବ୍ୟବସ୍ଥା କରିଛନ୍ତି। ଏହାମଧ୍ୟରେ କେତେକ କ୍ବାରେଣ୍ଟିନ ସେଣ୍ଟରରେ ବ୍ୟାପକ ଅବ୍ୟବସ୍ଥା ହେଉଥିବା ଦେଖିବାକୁ ମିଳିଛି । ସମସ୍ୟା ସମାଧାନ ନହେବା ହେତୁ ସୋସିଆଲ ମିଡିଆରେ ବିଭିନ୍ନ ଭିଡିଓ ଭାଇରାଲ କରାଯାଇ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଉଛି। ଏଭଳି ଏକ ଭାଇରଲ ଭିଡିଓ ନଜର ଆସିଛି ପୁରୀ ଜିଲ୍ଲାର।
କ୍ବାରେଣ୍ଟିନ ସେଣ୍ଟରରେ ଅବ୍ୟବସ୍ଥା, ଗୋଟିଏ ରୁମରେ ମହିଳା ଓ ପୁରୁଷ ରହିବାକୁ ବ୍ୟବସ୍ଥା - କ୍ବାରେଣ୍ଟିନ ସେଣ୍ଟର
କେତେକ କ୍ବାରେଣ୍ଟିନ ସେଣ୍ଟରରେ ବ୍ୟାପକ ଅବ୍ୟବସ୍ଥା ହେଉଥିବା ଦେଖିବାକୁ ମିଳିଛି । ସମସ୍ୟା ସମାଧାନ ନହେବା ହେତୁ ସୋସିଆଲ ମିଡିଆରେ ବିଭିନ୍ନ ଭିଡିଓ ଭାଇରାଲ କରାଯାଇ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଉଛି। ଏଭଳି ଏକ ଭାଇରଲ ଭିଡିଓ ନଜର ଆସିଛି ପୁରୀ ଜିଲ୍ଲାର।
କ୍ବାରେଣ୍ଟିନ ସେଣ୍ଟରରେ ଅବ୍ୟବସ୍ଥା
ଏହି ଭାଇରାଲ ଭିଡିଓରେ ଗୋପ ବ୍ଲକ ନୟାହାଟ ଉଚ୍ଚ ବିଦ୍ୟାଳୟରେ ଥିବା ଅସ୍ଥାୟୀ ସ୍ବାସ୍ଥ୍ୟ ଶିବିରର ଗୋଟିଏ ରୁମରେ ପ୍ରବାସୀ ଓଡ଼ିଆ ଯୁବକମାନଙ୍କ ସହ ଯୁବତୀମାନଙ୍କୁ ରଖାଯାଇଥିବା ଦେଖିବାକୁ ମିଳିଛି। ଏପଟେ ଗୋଟିଏ ରୁମରେ କିଭଳି ପୁରୁଷ ଓ ମହିଳା ଏକାଠି ରହିବେ ସେନେଇ ପ୍ରଶ୍ନ ଉଠାଇଛନ୍ତି କ୍ଵାରେଣ୍ଟିନରେ ରହିଥିବା ଜଣେ ପୁରୁଷ ବ୍ୟକ୍ତି। ଏଥିସହ ସେ ମହିଳାଙ୍କୁ ଅନ୍ୟ ଏକ ରୁମରେ ରଖିବା ପାଇଁ ଦାବି କରିଛନ୍ତି। ସେହିପରି ଟଏଲେଟ ଓ ସ୍କୁଲ ପରିସର କିଭଳି ଅପରିଷ୍କାର ହୋଇ ପଡିରହିଛି ସେନେଇ ମଧ୍ୟରେ ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ