ଓଡିଶା

odisha

ETV Bharat / state

ଅରୁଣ ସ୍ତମ୍ଭକୁ ଛୁଇଁଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପୁରୀ ଯୁବ କଂଗ୍ରେସର ପ୍ରତିବାଦ - union minister Dharmendra pradhan

କୋଭିଡ କଟକଣା ପାଇଁ ଭକ୍ତଙ୍କୁ ଶ୍ରୀମନ୍ଦିର ପ୍ରବେଶକୁ ବାରଣ କରାଯାଇଛି । ଏପରିକି ଅରୁଣ ସ୍ତମ୍ଭ ସ୍ପର୍ଶ କରିବା ନେଇ ମଧ୍ୟ କଟକଣା ରହିଛି । ତେବେ ଏହି ନିୟମକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉଲ୍ଲଂଘନ କରିଥିବା ପୁରୀ ଯୁବ କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯାଇଛି ।

member of  Puri Youth congress protest over union minister Dharmendra pradhan
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବିରୋଧରେ ପୁରୀ ଯୁବ କଂଗ୍ରେସର ବିକ୍ଷୋଭ

By

Published : Oct 3, 2020, 10:01 PM IST

ପୁରୀ: କୋଭିଡ କଟକଣା ପାଇଁ ଭକ୍ତଙ୍କୁ ଶ୍ରୀମନ୍ଦିର ପ୍ରବେଶକୁ ବାରଣ କରାଯାଇଛି । ଏପରିକି ଅରୁଣ ସ୍ତମ୍ଭ ସ୍ପର୍ଶ କରିବା ନେଇ ମଧ୍ୟ କଟକଣା ରହିଛି । ତେବେ ଏହି ନିୟମକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉଲ୍ଲଂଘନ କରିଥିବା ପୁରୀ ଯୁବ କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯାଇଛି ।

ଶୁକ୍ରବାର ଶ୍ରୀମନ୍ଦିର ସିଂହ ଦ୍ୱାର ନିକଟକୁ ଯାଇ ଅରୁଣ ସ୍ତମ୍ଭ ସ୍ପର୍ଶ କରି ମହାପ୍ରଭୁଙ୍କ ଦର୍ଶନ କରିଥିଲେ । ଏହାର ପ୍ରତିବାଦରେ ପୁରୀ ଯୁବ କଂଗ୍ରେସ ଶାଖା ପକ୍ଷରୁ ପ୍ରତିବାଦ କରାଯାଇଛି ।

ନିୟମ ସମସ୍ତଙ୍କ ପାଇଁ ହୋଇଥିବାବେଳେ ରାଜନେତା ଓ ବଡ଼ ବଡ଼ିଆଙ୍କ ପାଇଁ କଣ ଅଲଗା ନିୟମ ଅଛି କି ବୋଲି ଯୁବ କଂଗ୍ରେସ ନେତା ଆଲୋକ କୁମାର ଦାସ ପ୍ରଶ୍ନ କରିଛନ୍ତି । ପ୍ରତିବାଦରେ ପୁରୀ ଯୁବ କଂଗ୍ରେସ କର୍ମୀମାନେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବିରୋଧରେ ନାରାବାଜି କରିଛନ୍ତି ।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବିରୋଧରେ ପୁରୀ ଯୁବ କଂଗ୍ରେସର ବିକ୍ଷୋଭ

ସେହିପରି ବଡ଼ ଦାଣ୍ଡ ମଝିରେ ଅସ୍ଥାୟୀ ବ୍ୟାରିକେଡ ଥିବା ଯୋଗୁ ରାସ୍ତା ସଂକୀର୍ଣ୍ଣ ଯୋଗୁଁ ଲୋକେ ଯାତାୟାତରେ ଅସୁବିଧା ଭୋଗୁଛନ୍ତି। ସେଥିପାଇଁ ବ୍ୟାରିକେଡକୁ ଏମାର ମଠ ଥିବା ସ୍ଥାନରେ ନିର୍ମାଣ କରିବାକୁ ଯୁବ କଂଗ୍ରେସ ନେତା ଆଲୋକ ଦାସ ଦାବି କରିଛନ୍ତି ।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ


ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details