ପୁରୀ:ଆଜି ବିଶ୍ବ ରେଡିଓ ଦିବସ । ପ୍ରତିବର୍ଷ ଫେବୃୟାରୀ ୧୩କୁ ରେଡିଓ ଦିବସ ରୂପେ ପାଳନ କରାଯାଏ । ୟୁନେସ୍କୋ ପକ୍ଷରୁ ଏହି ଦିବସ ଘୋଷଣା ପରେ ସାରା ବିଶ୍ବରେ ରେଡିଓ ଦିବସ ପାଳନ କରାଯାଉଛି । ଯୋଗାଯୋଗ, ସୂଚନା ପ୍ରଦାନ କ୍ଷେତ୍ରରେ ରେଡିଓର ଉପକରିତା ଓ ଆବଶ୍ୟକତା ବିଷୟରେ ଲୋକଙ୍କ ମଧ୍ୟରେ ସଚେତନତା ରେଡିଓ ଦିବସର ମୂଳ ଲକ୍ଷ୍ୟ ।
ଏହି ଅବସରରେ ଯୁବଶିଳ୍ପୀ ଶାଶ୍ବତ ରଂଜନ ସାହୁ ୧୧ଶହ ଦିଆସିଲି କାଠିରେ ପୁରୁଣା ରେଡିଓ ମଡେଲ RF562DD ର କଳାକୃତି ତିଆରି କରିଛନ୍ତି । ଏହି ନିଆରା ରେଡ଼ିଓର ଉଚ୍ଚତା ୮ ଇଞ୍ଚ ଓ ଲମ୍ବ ୧୩ ଇଞ୍ଚ ରହିଛି । ଦିଆସିଲି କାଠିରେ ରେଡ଼ିଓ କଳାକୃତି ତିଆରି କରିବାକୁ ଶ୍ୱାସତଙ୍କୁ ତିନିଦିନ ସମୟ ଲାଗିଥିଲା ।