ଓଡିଶା

odisha

By

Published : Sep 17, 2019, 5:45 PM IST

Updated : Sep 17, 2019, 8:06 PM IST

ETV Bharat / state

ପଶ୍ଚିମ ଦ୍ବାର ପଟୁ ଉଚ୍ଛେଦ ନେଇ ଆରମ୍ଭ ହେଲା ମାପଚୁପ

ଶ୍ରୀକ୍ଷେତ୍ରର ସୁରକ୍ଷା ଓ ପୁରୀର ବିକାଶ ପାଇଁ ରାଜ୍ୟ ସରକାର ଅଣ୍ଟା ଭିଡିଛନ୍ତି । ଏଥିପାଇଁ ଶ୍ରୀମନ୍ଦିରର 75 ମିଟର ପର୍ଯ୍ୟନ୍ତ ଅଞ୍ଚଳରେ ଉଚ୍ଛେଦ ପ୍ରକ୍ରିୟା ଚାଲିଛି । ଏହି କ୍ରମରେ ଆଜି ପଶ୍ଚିମ ଦ୍ବାର 75 ମିଟର ପର୍ଯ୍ୟନ୍ତ ଅଞ୍ଚଳକୁ ଉଚ୍ଛେଦ ପାଇଁ ମାପ ଚୁପ ପ୍ରକ୍ରିୟା ଆରମ୍ଭ କରାଯାଇ ସ୍ଥାନ ଚିହ୍ନଟ ଚାଲିଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ପୁରୀ


ପୁରୀ: ଶ୍ରୀକ୍ଷେତ୍ର ପୁରୀରେ ଚାଲୁଥିବା ଉଚ୍ଛେଦ କାର୍ଯ୍ୟ କିଛି ଦିନ ବନ୍ଦ ରହିଥିଲା । ପୁନର୍ବାର ଉଚ୍ଛେଦ କାର୍ଯ୍ୟକୁ ଆଗେଇ ନେବା ପାଇଁ ପ୍ରଶାସନ ପକ୍ଷରୁ ପ୍ରୟାସ ଆରମ୍ଭ ହୋଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ପୁରୀ

ଆଜି ଠାରୁ ଶ୍ରୀମନ୍ଦିରର ପଶ୍ଚିମ ଦ୍ବାର 75 ମିଟର ପର୍ଯ୍ୟନ୍ତ ଅଞ୍ଚଳକୁ ଉଚ୍ଛେଦ ପାଇଁ ମାପଚୁପ ପ୍ରକ୍ରିୟା ଆରମ୍ଭ କରାଯାଇ ସ୍ଥାନ ଚିହ୍ନଟ ହୋଇଛି । ପୋଲିସ ଫୋର୍ସ ଉପସ୍ଥିତିରେ ଏହି ଚିହ୍ନଟ ପ୍ରକ୍ରିୟା ଚାଲିଛି । ଉଚ୍ଛେଦ ପାଇଁ ଚିହ୍ନଟ ହୋଇଥିବା ଜାଗା ଗୁଡିକରୁ ଲୋକଙ୍କୁ ବିସ୍ଥାପିତ କରାଯିବ । ତେବେ ବିସ୍ଥାପିତଙ୍କ ଅଭିଯୋଗ ଶୁଣିବାକୁ ଜିଲ୍ଲାପାଳଙ୍କ ଅଫିସରେ ଏକ ସ୍ବତନ୍ତ୍ର ସେଲର ଗଠନ ହୋଇଛି ।

ସେହିପରି ପୁରୀରେ ଉଚ୍ଛେଦ ଓ ଭିତ୍ତିଭୂମି କାର୍ଯ୍ୟର ଅଗ୍ରଗତି ନେଇ 5 ନୂଆ ଆଇଏଏସ ଅଫିସରଙ୍କୁ ପୁରୀ ଜିଲ୍ଲାପାଳ ବିଭିନ୍ନ ଦାୟିତ୍ବ ବଣ୍ଟନ କରିଛନ୍ତି । ନିଯୁକ୍ତ ଏହି ସ୍ବତନ୍ତ୍ର ଅଫିସରମାନେ ସିଧାସଳଖ ବିସ୍ଥାପିତଙ୍କ ସହ ଆଲୋଚନା କରି ବିସ୍ଥାପିତଙ୍କ ସମସ୍ୟାର ସମାଧାନ କରିବେ । ଏଥିସହିତ ପୁରୀରେ ହେବାକୁ ଥିବା ବିଭିନ୍ନ ଭିତ୍ତିଭୂମି କାର୍ଯ୍ୟର ଅଗ୍ରଗତି ନେଇ ସମୀକ୍ଷା ମଧ୍ୟ କରିବେ ।

ତେବେ ଶ୍ରୀକ୍ଷେତ୍ରର ସୁରକ୍ଷା ଓ ପୁରୀର ବିକାଶ ପାଇଁ ରାଜ୍ୟ ସରକାର ଅଣ୍ଟା ଭିଡିଛନ୍ତି । ଏଥିପାଇଁ ଏକାଧିକ ପ୍ରକଳ୍ପର ପରିକଳ୍ପନା ମଧ୍ୟ କରାଯାଇଛି । ସରକାରଙ୍କ ଏହି ନିଷ୍ପତ୍ତିରେ ସ୍ଥାନୀୟ ଲୋକଙ୍କୁ ସହଯୋଗ କରିବାକୁ ପୁରୀ ଜିଲ୍ଲାପାଳ ନିବେଦନ କରିଛନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Last Updated : Sep 17, 2019, 8:06 PM IST

ABOUT THE AUTHOR

...view details