ପୁରୀ:ଆଉ ମାତ୍ର କିଛି ବର୍ଷ ପରେ ଶ୍ରୀକ୍ଷେତ୍ର ତଥା ପୁରୀବାସୀ ପାନୀୟ ଜଳ ଟୋପାଏ ପାଇଁ ସଙ୍କଟର ସମ୍ମୁଖୀନ ହେବାର ଆଶଙ୍କା ରହିଛି। ବିଶେଷ କରି ସମୁଦ୍ର କୂଳରେ ଥିବାବେଳେ ଏହାର ଭୂତଳ ଜଳ ସମ୍ପୂର୍ଣ୍ଣ ଲବଣାକ୍ତ । ତେଣୁ ଏହା ପିଇବା ପାଇଁ ସମ୍ପୂର୍ଣ୍ଣ ଅନୁପଯୁକ୍ତ। ତେବେ ତାଳବଣିଆ ଅଞ୍ଚଳରେ ଥିବା ଏକମାତ୍ର ମଧୁର ଭୂତଳ ଜଳ ଭଣ୍ଡାରରୁ ଜଳସ୍ତର ମଧ୍ୟ ଦ୍ରୁତ ଗତିରେ ହ୍ରାସ ପାଇବାରେ ଲାଗିଛି। ସୁଦୂର କଟକ ମୁଣ୍ଡଳି ବ୍ୟାରେଜରୁ ଜଳ ଛଡାଗଲେ ପୁରୀ ବାସୀ ପାନୀୟ ଜଳ ପାଉଛନ୍ତି। ମୁଣ୍ଡଳୀ ବ୍ୟାରେଜରୁ ଛଡ଼ା ଯାଉଥିବା ଜଳ ମେନ୍ କେନାଲ୍ ଦେଇ ଭାର୍ଗବୀ ନଦୀରେ ପ୍ରବେଶ କରିବା ପରେ ଏହାର ଶାଖା ନଦୀ ଧଉଡିଆ ଦେଇ ଏହା ପୁରୀରେ ପ୍ରବେଶ କରୁଛି।
ମଙ୍ଗଳାଘାଟ ଠାରେ ଥିବା ଜଳ ବିଶୋଧନ ଗାରରେ ଏହାକୁ ବିଶୋଧନ କରାଯିବା ପରେ ପୁରୀ ସହରବାସୀଙ୍କୁ ଏହା ପାନୀୟ ଜଳ ଭାବେ ଯୋଗାଇ ଦିଆଯାଉଛି। ତେବେ ପାଣିପାଗରେ ଧିରେ ଧିରେ ପରିବର୍ତ୍ତନ ହେଉଥିବାବେଳେ ମୁଣ୍ଡଳୀ ଠାରୁ ଆସୁଥିବା ପାଣି ମଧ୍ୟ ଠିକ୍ ପରିମାଣରେ ପୁରୀରେ ପହଞ୍ଚି ପାରୁନାହିଁ। ଏଣୁ ପୁରୀ ସହର ବାସୀ ପାନୀୟ ଜଳର ଅପଚୟ ନରୋକିଲେ ଖୁବଶୀଘ୍ର ଏଭଳି ଦିନ ଆସିବ ଟୋପାଏ ପାନୀୟ ଜଳ ପାଇଁ ସହରବାସୀ କଲବଲ ହେବେ ବୋଲି ଆଶଙ୍କା ପ୍ରକାଶ କରିଛନ୍ତି ବୁଦ୍ଧିଜୀବୀ ଓ ଜଳସେଚନ ବିଭାଗର ଅଧିକ୍ଷଣ ଯନ୍ତ୍ରୀ।