ଓଡିଶା

odisha

ETV Bharat / state

ବିନା ଅନୁମତିରେ ଅନଲାଇନରେ ମିଳୁଛି ନିର୍ମାଲ୍ୟ, ଅମାଜନ ବିରୋଧରେ ଏତଲା - nirmalya sale

ପ୍ରଭୁ ଜଗନ୍ନାଥଙ୍କ ନିର୍ମାଲ୍ୟ ଅନଲାଇନ ସାଇଟରେ ମିଳିବା ନେଇ ବଢିବାରେ ଲାଗିଛି ଅସନ୍ତୋଷ। ଶ୍ରୀମନ୍ଦିର ପ୍ରଶାସନର ବିନା ଅନୁମତିରେ ଏଭଳି କାର୍ଯ୍ୟ ହେଉଥିବା ଏବଂ ଏହାଦ୍ବାରା ନିର୍ମାଲ୍ୟର ଅପମାନ ହେଉଥିବା ଦର୍ଶାଇ ଶ୍ରୀମନ୍ଦିର ନୀତି ପ୍ରଶାସକ ଜିତେନ୍ଦ୍ର ସାହୁ ସିଂହଦ୍ବାର ଥାନାରେ ଏହି ଲିଖିତ ଅଭିଯୋଗ କରିଛନ୍ତି।

puri temple administration fir
ଅମାଜନ ବିରୋଧରେ ଏତଲା

By

Published : Dec 4, 2020, 5:05 PM IST

ପୁରୀ: ଆମାଜନରେ ନିର୍ମାଲ୍ୟ ବିକ୍ରିକୁ ନେଇ ଆଜି(ଶୁକ୍ରବାର) ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସିଂହଦ୍ବାର ଥାନାରେ ଦିଆଯାଇଛି ଏତଲା। କୋଟି କୋଟି ଓଡିଆଙ୍କ ଆରାଧ୍ୟ ଦେବତା ପ୍ରଭୁ ଜଗନ୍ନାଥଙ୍କ ନିର୍ମାଲ୍ୟ ଅନଲାଇନ ସାଇଟରେ ମିଳିବା ନେଇ ବଢିବାରେ ଲାଗିଛି ଆମାଜନର ଅଡୁଆ ।

ଅମାଜନ ବିରୋଧରେ ଏତଲା

ଶ୍ରୀମନ୍ଦିର ପ୍ରଶାସନର ବିନା ଅନୁମତିରେ ଏଭଳି କାର୍ଯ୍ୟ ହେଉଥିବା ଏବଂ ଏହାଦ୍ବାରା ନିର୍ମାଲ୍ୟର ଅପମାନ ହେଉଥିବା ଦର୍ଶାଇ ଶ୍ରୀମନ୍ଦିର ନୀତି ପ୍ରଶାସକ ଜିତେନ୍ଦ୍ର ସାହୁ ସିଂହଦ୍ବାର ଥାନାରେ ଏହି ଲିଖିତ ଅଭିଯୋଗ କରିଛନ୍ତି । ଆମାଜନ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଲାଗି ସେ ନିବେଦନ କରିଛନ୍ତି।

ସୂଚନାଯୋଗ୍ୟ, ଆମାଜନରେ ନିର୍ମାଲ୍ୟ ବିକ୍ରିକୁ ନେଇ ଅସନ୍ତୋଷ ତୀବ୍ର ହେବାରେ ଲାଗିଛି। କିଛିଦିନ ତଳେ ଏହି ଘଟଣାରେ ଶ୍ରୀମନ୍ଦିର ସୁଆର ମହାସୁଆର ନିଯୋଗ ସିଂହଦ୍ବାର ଥାନାରେ ଏତଲା ଦେଇଥିଲା। ଆମାଜନର ଏହି କାର୍ଯ୍ୟ ମହାପ୍ରସାଦ ପ୍ରତି ଅପମାନସୂଚକ ହୋଇଥିବାବେଳେ ଏଦିଗରେ ବିହିତ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଥିଲା ନିଯୋଗ।

ସେପଟେ ପୁରୀ ଜିଲ୍ଲା ଯୁବ ଅଧିବକ୍ତା ସଂଘ ଆମାଜନର ନିର୍ମାଲ୍ୟ ବିକ୍ରିର ପ୍ରତିବାଦ କରିଛି। ସଂଘର ଆବାହକ ଅନିଲ କୁମାର ସାହୁ ଆମାଜନର ସିଇଓ ଅମିତ ଅଗ୍ରୱାଲଙ୍କୁ ନୋଟିସ ପଠାଇଛନ୍ତି। ୨୦ ଦିନ ଭିତରେ ଏହାର ଜବାବ ନରଖିଲେ ପରବର୍ତ୍ତୀ ଆଇନଗତ ପଦକ୍ଷେପ ନେବାକୁ ବାଧ୍ୟ ହେବେ ବୋଲି ନୋଟିସରେ ଉଲ୍ଲେଖ କରାଯାଇଛି ।

ଅନ୍ୟପଟେ ଶ୍ରୀ ଜଗନ୍ନାଥ ମନ୍ଦିର ବିଭିନ୍ନ ଆଇନ ଓ ଆଇପିସିର ଧାରାରେ ମାମଲା ରୁଜୁ କରିବାକୁ ଶ୍ରୀମନ୍ଦିର ପ୍ରଶାସନ ଏତାଲାରେ ଆଜି ଉଲ୍ଲେଖ କରିଛି।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details