ଓଡିଶା

odisha

By

Published : Dec 7, 2022, 5:34 PM IST

ETV Bharat / state

ପୁଣି ଶ୍ରୀକ୍ଷେତ୍ରରେ ବୁଲିବ ବୁଲଡୋଜର ! ବଢିଲା ଟେନସନ

ପୁରୀ ଭିଆଇପି ରୋଡର ସୁବାଷ ବୋଷ ଛକଠାରୁ ପେଣ୍ଠକଟା ଦେଇ ବୁଦାନ୍ ଛକ ପର୍ଯ୍ୟନ୍ତ ରାସ୍ତା ସଂପ୍ରସାରଣ ପ୍ରକ୍ରିୟା ହେବ ଆରମ୍ଭ । ଏନେଇ ପୌର ପ୍ରଶାସନ ପକ୍ଷରୁ ସରକାରୀ ଜାଗା ମାଡ଼ି ବସିଥିବା ବ୍ୟକ୍ତି ବିଶେଷଙ୍କୁ ନୋଟିସ । ଅଧିକ ପଢନ୍ତୁ

ରାସ୍ତା ପ୍ରଶସ୍ତିକରଣ ପାଇଁ ପ୍ରଶାସନ ପକ୍ଷରୁ ହେଲା ନୋଟିସ ଜାରି
ରାସ୍ତା ପ୍ରଶସ୍ତିକରଣ ପାଇଁ ପ୍ରଶାସନ ପକ୍ଷରୁ ହେଲା ନୋଟିସ ଜାରି

ପୁରୀ: ରାସ୍ତା ପ୍ରଶସ୍ତିକରଣ ପାଇଁ ପ୍ରଶାସନ ପକ୍ଷରୁ ହେଲା ନୋଟିସ ଜାରି । ପୁରୀକୁ ବିଶ୍ବ ଐତିହ୍ୟ ନଗରୀ ଭାବେ ଗଢି ତୋଳିବା ପାଇଁ ସରକାରଙ୍କ ପକ୍ଷରୁ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟ ଜୋରସୋରରେ ଆଗେଇ ଚାଲିଛି । ଏହି କ୍ରମରେ ପୁରୀ ସୁବାଷ ବୋଷ ଛକଠାରୁ ପେଣ୍ଠକଟା ଦେଇ ବୁଦାନ୍ ଛକ ପର୍ଯ୍ୟନ୍ତ ରାସ୍ତା ସଂପ୍ରସାରଣ ପ୍ରକ୍ରିୟା ଆରମ୍ଭ ହୋଇଛି। ତେବେ ରାସ୍ତା ପ୍ରଶସ୍ତିକରଣ ପାଇଁ ପ୍ରଶାସନ ପକ୍ଷରୁ ଖୁବଶୀଘ୍ର ଜମି ଅଧିଗ୍ରହଣ ପ୍ରକ୍ରିୟା ଆରମ୍ଭ ହେବାକୁ ଥିବାବେଳେ ପୌର ପ୍ରଶାସନ ପକ୍ଷରୁ ସରକାରୀ ଜାଗା ମାଡ଼ି ବସିଥିବା ବ୍ୟକ୍ତି ବିଶେଷଙ୍କୁ ନୋଟିସ କରାଯାଇଛି। ଫଳରେ ରାସ୍ତାର ଉଭୟ ପାର୍ଶ୍ବରେ ଥିବା କିଛି ବ୍ୟବସାୟୀ ନିଜ ଦୋକାନକୁ ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ କରିଛନ୍ତି।

ରାସ୍ତା ପ୍ରଶସ୍ତିକରଣ ପାଇଁ ପ୍ରଶାସନ ପକ୍ଷରୁ ହେଲା ନୋଟିସ ଜାରି

ଏନେଇ ରାସ୍ତା ପ୍ରଶସ୍ତିକରଣ କାର୍ଯ୍ୟକୁ ଅନେକ ଲୋକ ସ୍ବାଗତ କରିଥିବା ବେଳେ ବିସ୍ଥାପିତ କ୍ଷୁଦ୍ର ବ୍ୟବସାୟୀଙ୍କୁ ଆର୍ଥିକ ସହାୟତା ଦେବା ପାଇଁ ହୋଇଛି ଦାବି। ପୁରୀ ସୁବାଷ ବୋଷ ଛକ ଠାରୁ ପେଣ୍ଠକଟା ଦେଇ ଭୂଦାନ ଛକ ପର୍ଯ୍ୟନ୍ତ ରାସ୍ତା ସମ୍ପ୍ରସାରଣ କାର୍ଯ୍ୟ ଖୁବ ଶୀଘ୍ର ଆରମ୍ଭ ହେବ। ସୁବାଷ ବୋଷ ଛକରୁ ପେଣ୍ଠକଟା ପର୍ଯ୍ୟନ୍ତ ଦୁଇ ଲେନ୍ ଓ ଆଇଟିଡିଏ ଛକରୁ ଠାରୁ ଭୁଦାନ୍ ଛକ ଯାଏଁ ଚାରି ଲେନ୍ ବିଶିଷ୍ଟ ରାସ୍ତା କରାଯିବ। ଏଥିପାଇଁ ଖୁବଶୀଘ୍ର ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହେବ। ଯାହାକୁ ନେଇ ପୌର ପ୍ରଶାସନ ପକ୍ଷରୁ ଗତ ୨୯ ତାରିଖରେ ନୋଟିସ ମଧ୍ୟ ଜାରି କରାଯାଇଛି।

ସୁବାଷ ବୋଷ ଛକରୁ ପେଣ୍ଠକଟା ରାସ୍ତାର ପଶ୍ଚିମ ପୂର୍ବ ଦିଗରେ ୧୫ ଫୁଟ ଓ ଉତ୍ତର ଦକ୍ଷିଣ ଦିଗରେ ୧୨ ଫୁଟ ଜବରଦଖଲ ଥିବା ସରକାରୀ ସ୍ଥାନକୁ ଉଚ୍ଛେଦ କରାଯିବ ବୋଲି ନୋଟିସ ମାଧ୍ୟମରେ ଜଣାଇ ଦିଆଯାଇଛି । ପ୍ରଶାସନ ଠାରୁ ଏହି ନୋଟିସ ପାଇବା ପରେ ରାସ୍ତା କଡରେ ଥିବା କିଛି କ୍ଷୁଦ୍ର ବ୍ୟବସାୟୀ ନିଜ ଦୋକାନକୁ ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ କରିଛନ୍ତି।‌ ତେବେ ଅନେକ ବ୍ୟକ୍ତି ବିଶେଷ ଆବାସିକ ଭାବେ ଏଠାରେ ରହୁଥିବା ବେଳେ ଏହି ଉଚ୍ଛେଦକୁ ନେଇ ସେମାନଙ୍କ ମଧ୍ୟରେ ଛନକା ପଶିଛି।

ସମ୍ପ୍ରସାରଣ ହେବାକୁ ଥିବା ପୁରୀ ସହରର ଚକ୍ରତୀର୍ଥ ରୋଡ ବେଶ୍ ଗୁରୁତ୍ବ ବହନ କରେ । ପେଣ୍ଠକଟାରେ ଶ୍ରୀଜଗନ୍ନାଥ ଷ୍ଟାଡିୟମର ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ହେଲିପ୍ୟାଡ୍, ସଂସ୍କୃତ ବିଶ୍ଵବିଦ୍ୟାଳୟ ସମେତ ଅନେକ ସରକାରୀ କାର୍ଯ୍ୟାଳୟ ଓ ଶିକ୍ଷାନୁଷ୍ଠାନ ଏଠାରେ ରହିଛି। କେବଳ ସେତିକି ନୁହେଁ କୋଣାର୍କ ଯିବା ପାଇଁ ଏହା ହେଉଛି ପ୍ରମୁଖ ରାସ୍ତା । ତେଣୁ ରାସ୍ତା ପ୍ରଶସ୍ତିକରଣ କରାଯିବା ଦ୍ବାରା ସ୍ଥାନୀୟ ଲୋକେ ଓ ପର୍ଯ୍ୟଟକଙ୍କ ଗମନାଗମନରେ ସୁବିଧା ହୋଇପାରିବ ବୋଲି କ୍ଷୁଦ୍ର ବ୍ୟବସାୟୀ କହିଛନ୍ତି । ତେବେ ପ୍ରଶାସନ ପକ୍ଷରୁ ୧୪ କୋଟି ଟଙ୍କା ବ୍ୟୟ କରାଯାଇ ଏହି ରାସ୍ତାର ସମ୍ପ୍ରସାରଣ କରାଯିବ ବୋଲି କହିଛନ୍ତି ପୂର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀ।

ଏହି ରାସ୍ତା ସମ୍ପ୍ରସାରଣ କାର୍ଯ୍ୟ ଆସନ୍ତା 2023 ମାର୍ଚ୍ଚ ସୁଦ୍ଧା ସାରିବା ପାଇଁ ଲକ୍ଷ ରଖିଛି ପୂର୍ତ୍ତ ବିଭାଗ । ତେବେ ସ୍ଥାନୀୟ ଲୋକଙ୍କ ସହ ପ୍ରଶାସନ ସମନ୍ବୟ ରଖି ରାସ୍ତା ପ୍ରଶସ୍ତିକରଣ କାର୍ଯ୍ୟ କଲେ କୌଣସି ଅସୁବିଧା ହେବ ନାହିଁ ବୋଲି ମତପ୍ରକାଶ ପାଇଛି ।

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details