ପୁରୀ: ଶ୍ରୀମନ୍ଦିର ଐତିହ୍ୟ କରିଡରରେ ରଥଯାତ୍ରାର ଏକ ପରିକଳ୍ପିତ ଦୃଶ୍ୟ ମୁଖ୍ୟମନ୍ତ୍ରୀ ଲୋକଲୋଚନକୁ ଆଣିଥିଲେ। ହେଲେ ଦେଖାଯାଇଥିବା ଆନିମେଟେଡ ଦୃଶ୍ୟରେ ରଥଯାତ୍ରା ସିଂହଦ୍ବାର ପରିବର୍ତ୍ତେ ରଥଖଳାରୁ ହେବା ନେଇ ଦେଖିବାକୁ ମିଳିଥିଲା ଓ ଅରୁଣ ସ୍ତମ୍ଭ ମଧ୍ୟ ନଥିଲା। ଯାହାକୁ ନେଇ ବିବାଦ ଓ ଦ୍ଵନ୍ଦ ଉପୁଜିଥିଲା।
ମୁଖ୍ୟମନ୍ତ୍ରୀଙ୍କ ପ୍ରଦର୍ଶିତ ଦୃଶ୍ୟରେ ରଥଯାତ୍ରା ରଥଖଳାରୁ ହେବ ବୋଲି ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଥିଲା। ଯାହାକୁ ନେଇ ଶୁକ୍ରବାର ପ୍ରକଳ୍ପର ଆର୍କିଟେକ ଶ୍ରୀମନ୍ଦିର ପରିଚାଳନା କମିଟିର ସଦସ୍ୟଙ୍କୁ ନେଇ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ କରିଛନ୍ତି। ଏଥିରେ ରଥଯାତ୍ରାର ସ୍ଥାନ ସିଂହଦ୍ବାରରେ ହିଁ ରହିବ ବୋଲି କୁହାଯାଇଛି। ଆଉ କିଛି ମଧ୍ୟ ନକ୍ସା ସଂଶୋଧିତ କରାଯିବାକୁ ଧାର୍ଯ୍ୟ ହୋଇଛି। ଏହା କେବଳ ତ୍ରୁଟି ଥିଲା ବୋଲି ଉକ୍ତ ଆର୍କିଟେକ ସଂସ୍ଥା ସ୍ପଷ୍ଟ କରିଛି। ସବୁ କିଛି ପରମ୍ପରା ଅନୁଯାୟୀ ହେବ ବୋଲି କୁହାଯାଇଛି।