ପୁରୀ: ଶ୍ରୀମନ୍ଦିର ଭିତର ବେଢା ଭିଡିଓ ଭାଇରାଲ ଘଟଣାରେ ଜଣେ ନାବାଳିକାଙ୍କୁ ଅଟକ ରଖିଛି ସିଂହଦ୍ବାର ପୋଲିସ ।
ସୂଚନା ଅନୁଯାୟୀ, ଭାଇରାଲ ଭିଡିଓରେ ଶ୍ରୀମନ୍ଦିର ଭୋଗମଣ୍ଡପ ସମ୍ମୁଖ ଭାଗ ଓ ଆନନ୍ଦ ବଜାରର ଭିଡିଓ ଭାଇରାଲ ହୋଇଥିଲା। ଏହି ଭିଡିଓକୁ ଜଣେ ନାବାଳିକା ଟିକଟକରେ ବ୍ୟବହାର କରିଥିଲେ । ଯେଉଁଥିରେ ଭଜନ ରହିଥିଲା । ତେବେ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏହି ଭିଡିଓ ପ୍ରସଙ୍ଗକୁ ପୋଲିସ ଗୁରୁତର ସହ ନେଇଥିଲା ।
ଯାହାଫଳରେ ଟିକଟକ୍ ଆକାଉଣ୍ଟ ଆଧାରରେ ପୋଲିସ ନାବାଳିକାଙ୍କୁ ଚିହ୍ନି ଗତ ବୁଧବାର ରାତିରେ ତାଙ୍କୁ ଥାନାକୁ ଅଣାଯାଇ ପଚରାଉଚରା କରାଯାଉଛି । ତେବେ ତାଙ୍କ ସହିତ ତାଙ୍କ ବାପାମାଆଙ୍କୁ ମଧ୍ୟ ପଚରାଉଚରା କରାଯାଉଛି ।