ଓଡିଶା

odisha

ETV Bharat / state

ଟିକଟକରେ ଭାଇରାଲ ଶ୍ରୀମନ୍ଦିର ଭିତର ଭିଡିଓ - puri srimandir video viral

ପୁଣି ଶ୍ରୀମନ୍ଦିରର ଭିତର ଭିଡିଓ ଭାଇରାଲ ହୋଇଛି। ସୋସିଆଲ ମିଡିଆରେ ଟିକଟକରେ ଭିଡିଓ ଭାଇରଲ ହୋଇଛି ଏହି ଭିଡିଓ ।  ଭିଡିଓରେ ଶ୍ରୀମନ୍ଦିର ଭିତର ବେଢ଼ା ଓ ଆନନ୍ଦ ବଜ଼ାରର ଦୃଶ୍ୟ ରହିଛି। ତେବେ ମାମାଲି ନାମକ ଜଣେ ଯୁବତୀ ନିଜ ଟିକଟକ ଆକାଉଣ୍ଟରେ ଏହି ଭିଡିଓ ଭାଇରାଲ କରିଥିବା ଜଣାପଡିଛି ।

ଫଟୋ ସୌଜନ୍ୟ:ସମ୍ବାଦଦାତା, ପୁରୀ

By

Published : Oct 28, 2019, 1:44 PM IST

ପୁରୀ: ପୁଣି ଶ୍ରୀମନ୍ଦିରର ଭିତର ଭିଡିଓ ଭାଇରାଲ ହୋଇଛି। ସୋସିଆଲ ମିଡିଆରେ ଟିକଟକରେ ଭିଡିଓ ଭାଇରାଲ ହୋଇଛି ଏହି ଭିଡିଓ । ଭିଡିଓରେ ଶ୍ରୀମନ୍ଦିର ଭିତର ବେଢ଼ା ଓ ଆନନ୍ଦ ବଜ଼ାରର ଦୃଶ୍ୟ ରହିଛି। ତେବେ ମାମାଲି ନାମକ ଜଣେ ଯୁବତୀ ନିଜ ଟିକଟକ ଆକାଉଣ୍ଟରେ ଏହି ଭିଡିଓ ଭାଇରାଲ କରିଥିବା ଜଣାପଡିଛି ।

ଭିଡିଓ ସୌଜନ୍ୟ:ସମ୍ବାଦଦାତା, ପୁରୀ

ତେବେ ଏତେ ନିରାପତ୍ତା ବ୍ୟବସ୍ଥା ମଧ୍ୟରେ କିଭଳି ଜଣେ ମୋବାଇଲ ନେଇପାରୁଛି ଓ ଭିଡିଓ ସୁଟିଂ ହେଲା ତାକୁ ନେଇ ଏବେ ପ୍ରଶ୍ନ ଉଠିଛି। ତେବେ ଗତ କିଛିଦିନ ତଳେ ଜଣେ ଓଲିଉଡ ଅଭିନେତ୍ରୀଙ୍କ ସେଲ୍ଫି ଫ ଟୋ ମଧ୍ୟ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିଲା। ଏହି ଘଟଣାରେ ଜଣେ ଯୁବକକୁ ସିଂହଦ୍ବାର ଥାନା ପୋଲିସ ଗିରଫ କରିଥିଲା। ତେବେ ଏହି ଘଟଣାରେ ପୋଲିସ କିଭଳି କାର୍ଯ୍ୟାନୁଷ୍ଠାନ ନେଉଛି ତାହା ଦେଖିବାକୁ0 ଏବେ ଅପେକ୍ଷା ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details