ଓଡିଶା

odisha

ETV Bharat / state

ଶ୍ରୀମନ୍ଦିର ୱାଚଟାୱାରରେ ବିଦେଶୀନି ଚଢିବା ମାମଲା: ମୁଁହ ଖୋଲିଲେ ଏସପି - ପୁରୀ ଏସପି ଉମାଶଙ୍କର ଦାସ

ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ପୁଣିଥରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ୱାଚ ଟାୱାରରେ ବିଦେଶୀନି ଚଢିବା ଘଟଣାରେ କ’ଣ କହୁଛନ୍ତି ପୁରୀ ଏସପି ପଢନ୍ତୁ...

PHOTO
Puri sp

By

Published : Dec 30, 2019, 6:12 PM IST

ପୁରୀ: ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାକୁ ନେଇ ବାରମ୍ବାର ପ୍ରଶ୍ନବାଚୀ ସୃଷ୍ଟି ହେଉଛି। ରବିବାର ଶ୍ରୀମନ୍ଦିର ସୁରକ୍ଷାକର୍ମୀଙ୍କ ପାଇଁ ଉଦ୍ଦିଷ୍ଟ ୱାଚ ଟାୱାରରେ ଚଢିଯାଇଥିଲେ ଜଣେ ବିଦେଶୀନି। ଖାଲି ଏତିକି ନୁହେଁ ୱାଚ ଟାୱାରରେ ଚଢି ଶ୍ରୀମନ୍ଦିରର ଫଟୋ ଓ ଭିଡିଓ ଉତ୍ତୋଳନ କରିଥିଲେ। ଯାହାକୁ ନେଇ ପୁଣିଥରେ ଶ୍ରୀମନ୍ଦିରର ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ୱାଚ ଟାୱାରରେ ବିଦେଶୀନି ଚଢିବା ମାମଲା ମୁଁହ ଖୋଲିଲେ ଏସପି

ଆଜି ଏ ଘଟଣା ସମ୍ପର୍କରେ ପ୍ରତିକ୍ରିୟା ରଖି ପୁରୀ ଏସପି ଡ.ଉମାଶଙ୍କର ଦାସ କହିଛନ୍ତି ଯେ, ବିଦେଶିନୀ ୱାଚ ଟାୱାରରେ ଚଢ଼ୁଥିବା ବେଳେ ଉପରେ ଥିବା ସୁରକ୍ଷାକର୍ମୀ ତାଙ୍କୁ ତାଗିଦ କରିଥିଲେ। ଫଳରେ ସେମାନେ ତଳକୁ ଓହ୍ଲାଇ ଆସିଥିଲେ। କେଉଁ ପରିସ୍ଥିତିରେ ସୁରକ୍ଷାକର୍ମୀ ଭିତରକୁ ମୋବାଇଲ ନେଲେ ୱାଚ ଟାୱାରର ଉପରକୁ ଗଲେ ସେ ନେଇ ଏସପି କୌଣସି ସ୍ପଷ୍ଟ ଉତ୍ତର ଦେଇନାହାଁନ୍ତି। ମନ୍ଦିରକୁ ସମ୍ପୂର୍ଣ୍ଣ ରୂପେ ମୋବାଇଲ ଫୋନ ବାରଣ ଥିବାବେଳେ ବିଭିନ୍ନ ସମୟରେ ସୁରକ୍ଷା ବଳୟ ଭେଦ କରି ପର୍ଯ୍ୟଟକ ମୋବାଇଲ ଫୋନ ନେଉଥିବାରୁ ମନ୍ଦିର ସୁରକ୍ଷାକୁ ଅଧିକ ସୁଦୃଢ କରିବାର ଆବଶ୍ୟକତା ରହିଛି।

ପୁରୀରୁ ଶକ୍ତିପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details