ଓଡିଶା

odisha

By

Published : Jun 22, 2021, 4:18 PM IST

Updated : Jun 22, 2021, 5:06 PM IST

ETV Bharat / state

ସ୍ନାନ ପୂର୍ଣ୍ଣିମା ସମୀକ୍ଷା ବୈଠକ: ମୁତୟନ ହେବେ 35 ପ୍ଲାଟୁନ ପୋଲିସ ଫୋର୍ସ

ଗୁରୁବାର ସ୍ନାନ ପୂର୍ଣ୍ଣିମାରେ ସୁରକ୍ଷା ବ୍ୟବସ୍ଥା ସମ୍ପର୍କରେ ପୁରୀ ଏସପି ସମୀକ୍ଷା ବୈଠକ କରିଛନ୍ତି । ଅଧିକ ପଢନ୍ତୁ...

ସ୍ନାନ ପୂର୍ଣ୍ଣିମା: ସୁରକ୍ଷା ବ୍ୟବସ୍ଥାକୁ ନେଇ SPଙ୍କ ସମୀକ୍ଷା ବୈଠକ
ସ୍ନାନ ପୂର୍ଣ୍ଣିମା: ସୁରକ୍ଷା ବ୍ୟବସ୍ଥାକୁ ନେଇ SPଙ୍କ ସମୀକ୍ଷା ବୈଠକ

ପୁରୀ: ଆସନ୍ତା 24 ତାରିଖରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ସ୍ନାନଯାତ୍ରା । କୋରୋନା ମହାମାରୀ ମାଧ୍ୟମରେ ସ୍ନାନଯାତ୍ରାକୁ ଶେଷ କରିବା ପାଇଁ ଜିଲ୍ଲା ପ୍ରଶାସନ ତତ୍ପରତା ଦେଖାଇଛି । ଶାନ୍ତିଶୃଙ୍ଖଳା ମଧ୍ୟରେ ସ୍ନାନ ପୂର୍ଣ୍ଣିମାର ଆୟୋଜନ କରିବା ପାଇଁ ପୁରୀ ଏସପି କେ ବିଶାଲ ସିଂ ମଙ୍ଗଳବାର ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ ଏକ ବୈଠକରେ ଆଲୋଚନା କରିଛନ୍ତି ।

ସ୍ନାନ ପୂର୍ଣ୍ଣିମା: ସୁରକ୍ଷା ବ୍ୟବସ୍ଥାକୁ ନେଇ SPଙ୍କ ସମୀକ୍ଷା ବୈଠକ

ବୈଠକରେ କିଭଳି ସୁରକ୍ଷା ବ୍ୟବସ୍ଥା ରହିବ, କେଉଁ ଅଫିସର କେଉଁଠି ଡ୍ୟୁଟିରେ ରହିବେ, କାହାକୁ ଛଡା ଯିବା କାହାକୁ ଛଡା ଯିବ ନାହିଁ ଏ ନେଇ SP ପୋଲିସ ଅଧିକାରୀଙ୍କୁ ସୂଚନା ଦେଇଛନ୍ତି । ପୁରୀ ଏସପିଙ୍କ ସୂଚନା ଅନୁଯାୟୀ ଦେବସ୍ନାନ ପୂର୍ଣ୍ଣିମାକୁ ଶାନ୍ତି ଶୃଙ୍ଖଳାରେ ଆୟୋଜନ କରିବା ଜିଲ୍ଲା ପୋଲିସର ମୂଳ ଲକ୍ଷ୍ୟ । ଏ ନେଇ ସ୍ବତନ୍ତ୍ର ବ୍ୟବସ୍ଥା ହୋଇଛି । ସ୍ନାନଯାତ୍ରା ଦିନ ବଡ଼ଦାଣ୍ଡ ସମେତ ଶ୍ରୀମନ୍ଦିର ଚାରିପଟେ 144 ଧାରା ଜାରି କରାଯାଇଛି ।

ରାଜ୍ୟରେ ଯେହେତୁ କୋଭିଡ କଟକଣା ରହିଛି ଏବଂ ବିନା ଭକ୍ତରେ ସ୍ନାନଯାତ୍ରା ଆୟୋଜନ ନେଇ ସରକାରଙ୍କ ନିର୍ଦ୍ଦେଶ ରହିଛି, ସେହି ଅନୁଯାୟୀ ସବୁ ପଦକ୍ଷେପ ନିଆଯାଇଛି । ତେବେ ସ୍ନାନଯାତ୍ରାରେ ସୁରକ୍ଷା ବ୍ୟବସ୍ଥାରେ 5 ଜଣ ଅତିରିକ୍ତ SP, 23 DSP, 41 ଜଣ ଇନ୍ସପେକ୍ଟର, 150 ଜଣ ଅନ୍ୟ ଅଫିସର, 35 ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ରହିବେ । ତେବେ ସ୍ନାନଯାତ୍ରା ଆୟୋଜନ ନେଇ ସେବାୟତଙ୍କ ସହ ଆଲୋଚନା ସରିଛି। କେବଳ ନୀତି ସହିତ ସମ୍ପୃକ୍ତ ସେବାୟତ ତଥା ପ୍ରଶାସନ ପକ୍ଷରୁ ଅନୁମତି ଦିଆଯାଇଥିବା ସେବାୟତଙ୍କୁ ଶ୍ରୀମନ୍ଦିର ଭିତରକୁ ଛଡାଯିବ।

ଅନ୍ୟ କୌଣସି ବ୍ୟକ୍ତିକୁ ପ୍ରବେଶ ଅନୁମତି ଦିଆଯିବ ନାହିଁ । ସେବାୟତଙ୍କୁ ଚିହ୍ନଟ କରି ଛାଡିବା ପାଇଁ ଶ୍ରୀମନ୍ଦିରର GTP କର୍ମଚାରୀ ପୋଲିସ ଅଧିକାରୀଙ୍କ ସହ ଉପସ୍ଥିତ ରହିବେ । ତେବେ ପୁରୀବାସୀ ପୂର୍ଵରୁ ପୋଲିସ ପ୍ରଶାସନକୁ ସହଯୋଗ କରୁଛନ୍ତି । ସ୍ନାନଯାତ୍ରାରେ ମଧ୍ୟ ସହଯୋଗ କରିବା ସହ ସମସ୍ତ ନିୟମ ମାନି ଘରେ ରହି ଟିଭିରେ ମହାପ୍ରଭୁଙ୍କ ସ୍ନାନଯାତ୍ରା ଦେଖିବା ପାଇଁ ପୁରୀ ଏସପି ଅପିଲ କରିଛନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Last Updated : Jun 22, 2021, 5:06 PM IST

ABOUT THE AUTHOR

...view details