ଓଡିଶା

odisha

By

Published : Dec 4, 2022, 8:01 PM IST

ETV Bharat / state

ଶ୍ରୀମନ୍ଦିରର ଡ୍ରୋନ୍ ଭିଜୁଆଲ ଭାଇରାଲ ପ୍ରସଙ୍ଗ, ସିଂହଦ୍ୱାର ଥାନାରେ ମାମଲା

ଶ୍ରୀମନ୍ଦିର ଉପରେ ଡ୍ରୋନ ଉଡାଇ ଭିଡିଓ ଭିଜୁଆଲ ଭାଇରାଲ ପ୍ରସଙ୍ଗ । ପୁରୀ ସିଟି ଡିଏସପି ଙ୍କ ରିପୋର୍ଟ ଆଧାରରେ ସିଂହଦ୍ୱାର ଥାନାରେ ପୋଲିସ କେସ ନମ୍ବର ୧୫୦ରେ ମୋକଦମା ରୁଜ୍ଜୁ । ଅଧିକ ପଢନ୍ତୁ

ଶ୍ରୀମନ୍ଦିର ଉପରେ ଡ୍ରୋନ ଉଡାଇ ଭିଜୁଆଲ୍ ଭାଇରାଲ ପ୍ରସଙ୍ଗ , ସିଂହଦ୍ୱାର ଥାନାରେ ମାମଲା ରୁଜ୍ଜୁ
ଶ୍ରୀମନ୍ଦିର ଉପରେ ଡ୍ରୋନ ଉଡାଇ ଭିଜୁଆଲ୍ ଭାଇରାଲ ପ୍ରସଙ୍ଗ , ସିଂହଦ୍ୱାର ଥାନାରେ ମାମଲା ରୁଜ୍ଜୁ

ପୁରୀ:ଶ୍ରୀମନ୍ଦିର ଉପରେ ଡ୍ରୋନ ଉଡାଇ ଭିଡିଓ ଭିଜୁଆଲ ଭାଇରାଲ ପ୍ରସଙ୍ଗ । ପୁରୀ ସିଟି ଡିଏସପିଙ୍କ ରିପୋର୍ଟ ଆଧାରରେ ସିଂହଦ୍ୱାର ଥାନାରେ ପୋଲିସ କେସ ନମ୍ବର ୧୫୦ରେ ମୋକଦମା ରୁଜ୍ଜୁ କରିଛି (puri singhadwara police filed a case against west Bengal youtuber) ।

ଅନ୍ୟପଟେ ଅଭିଯୁକ୍ତ ଅନିମେଶ ଚୌଧୁରୀ ପଶ୍ଚିମବଙ୍ଗର ଗୁମା ଅଞ୍ଚଳର ବାସିନ୍ଦା ହୋଇଥିବା ବେଳେ ଅଭିଯୁକ୍ତକୁ ପୋଲିସ ପକ୍ଷରୁ 160 CRPC ଅଧୀନରେ ନୋଟିସ ଦିଆଯାଇଛି । ସେହିପରି ନୋଟିସ ଅନୁଯାୟୀ ଜେରା ପାଇଁ ସିଂହଦ୍ଵାର ଥାନାରେ ଅନିମେଶକୁ ହାଜର ହେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ଅଧିକ ପଢନ୍ତୁ- ଶ୍ରୀମନ୍ଦିର ଉପରେ ଡ୍ରୋନ ଉଡ଼ାଇଲେ, ହାତ ଯୋଡି କ୍ଷମା ମାଗିଲେ ବ୍ଲଗର

ସୂଚନା ଅନୁଯାୟୀ ଘଟଣାର ସରଜମିନ ତଦନ୍ତ ପାଇଁ 3ଜଣ ଅଧିକାରୀଙ୍କୁ ନେଇ ଟିମ ଗଠନ କରାଯାଇଛି । ଯାହାର ନେତୃତ୍ବ ପୁରୀ ସିଟି ଡ଼ିଏସପି ଙ୍କୁ ଦିଆଯାଇଛି । ତେବେ ଅଭିଯୁକ୍ତ ଅନିମେଶ ଆଜି (ରବିବାର) ନିଜ ୟୁଟୁବ ଚ୍ୟାନେଲରେ ଏହି ଘଟଣାକୁ ନେଇ କ୍ଷମା ପ୍ରାର୍ଥନା କରିଛି । ଦୁଇ ସପ୍ତାହ ପୂର୍ବେ ଅଭିଯୁକ୍ତ ଅନିମେଶ ୟୁନିଫାଏଡ ନାମକ ନିଜ ୟୁଟୁବ ଚ୍ୟାନେଲରେ ଶ୍ରୀମନ୍ଦିର ଡ୍ରୋନ ଭିଜୁଆଲ୍ ଅପଲୋଡ଼ କରିଥିଲା ଏବଂ ତାକୁ ଯୋଗାଯୋଗ କଲେ ଗୋଟିଏ ଗୋଟିଏ ଆଙ୍ଗେଲର ଫୁଟେଜ ପିଛା କୋଡିଏ ହଜାର ଦାବି କରିଥିଲା । ଯାହାକୁ ନେଇ ଶ୍ରୀମନ୍ଦିର ସୁରକ୍ଷା ପ୍ରତି ପ୍ରଶ୍ନ ଉଠିବା ସହ ସାଧାରଣରେ ପ୍ରତିକ୍ରିୟା ପ୍ରକାଶ ପାଇଥିଲା ।

ଅଧିକ ପଢନ୍ତୁ-ଶ୍ରୀମନ୍ଦିର ଉପରେ ଉଡିଲା ଡ୍ରୋନ, ସୁରକ୍ଷା ନେଇ ପ୍ରଶ୍ନବାଚୀ

ABOUT THE AUTHOR

...view details