ଓଡିଶା

odisha

ETV Bharat / state

ପୁଣି ଶ୍ରୀମନ୍ଦିର ଭିଡିଓ ଭାଇରାଲ; ୱାଚ ଟାୱାରରେ ଚଢି ଭିଡିଓ କଲେ ବିଦେଶିନୀ - shreemandir video viral

ତିନିଜଣ ବିଦେଶିନୀ ଅଚାନକ ସୁରକ୍ଷାକର୍ମୀଙ୍କ ପାଇଁ ଉଦ୍ଦିଷ୍ଟ ୱାଚ ଟାୱାରରେ ଚଢି ମନ୍ଦିର ଭିତରର ଦୃଶ୍ୟ ଉତ୍ତୋଳନ କରିଥିବା ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରଲ ହୋଇଛି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

shreemandir video viral
ପୁଣି ଶ୍ରୀମନ୍ଦିର ଭିଡିଓ ଭାଇରାଲ

By

Published : Dec 29, 2019, 7:11 PM IST

Updated : Dec 29, 2019, 8:23 PM IST

ପୁରୀ: ପୁଣି ଭାଇରାଲ ହେଲା ଶ୍ରୀମନ୍ଦିର ଭିଡିଓ । 3ଜଣ ବିଦେଶିନୀ ପୋଲିସ ସୁରକ୍ଷାକର୍ମୀଙ୍କ ପାଇଁ ଉଦ୍ଦିଷ୍ଟ ଥିବା ୱାଚ ଟାୱାରରେ ଚଢି ଶ୍ରୀମନ୍ଦିର ଭିତର ଦୃଶ୍ୟ ଉତ୍ତୋଳନ କରିଥିବା କୁହାଯାଉଛି । ଯାହାର ଭିଡିଓ ଏବେ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।

ପୁଣି ଶ୍ରୀମନ୍ଦିର ଭିଡିଓ ଭାଇରାଲ

ଯାହାକୁ ନେଇ ସାଧାରଣରେ ଉଦବେଗ ପାଇଛି । ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିବା କୁହାଯାଉଥିବା ବେଳେ ବିଦେଶୀ ମହିଳା ୱାଚ ଟାୱାରରେ ଚଢିବା ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏସବୁ ସୁରକ୍ଷାକର୍ମୀଙ୍କୁ ଅବହେଳା ଯୋଗୁଁ ଘଟିଥିବା କୁହାଯାଉଛି । ସାଧାରଣତଃ ବିଦେଶୀ ପର୍ଯ୍ୟଟକ ହୁଅନ୍ତୁ ଅବା ସାଧାରଣଲୋକ ଶ୍ରୀମନ୍ଦିର ଭିଡିଓ ଉତ୍ତୋଳନ କରିବା ପାଇଁ କାହାରିକୁ ଅନୁମତି ନାହିଁ । ଏପରିସ୍ଥଳରେ ବିଦେଶୀ ପର୍ଯ୍ୟଟକଙ୍କ ଏଭଳି କାରନାମାକୁ ମଧ୍ୟ ସାଧାରଣରେ ନାପସନ୍ଦ କରାଯାଇଛି । ଅନ୍ୟପଟେ ଏନେଇ ପୁରୀ ଏସପିଙ୍କ ପ୍ରତିକ୍ରିୟା ମିଳି ପାରିନାହିଁ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Last Updated : Dec 29, 2019, 8:23 PM IST

ABOUT THE AUTHOR

...view details