ଓଡିଶା

odisha

ETV Bharat / state

ବିପଦ ସଙ୍କେତ ଦିଏ ନୀଳଚକ୍ର ବାନା, ବାତ୍ୟା ପୂର୍ବରୁ ଲାଗିଲା ଧବଳ ଧ୍ବଜା - ଧବଳ ବାନା

ବାନା ଯେବେ ବନ୍ଧା ହୁଏ ଧବଳ, ବୁଷ୍ଟି ହୁଏ ସେତେ ପ୍ରବଳ । ଆଉ ଏହି ରୁଢି ଏବେ ସତ ପ୍ରମାଣିତ ହୋଇଛି । ସଂଯୋଗକୁ ଧବଳ ବାନା ଲାଗିଛି ଆଉ ବାତ୍ୟା ବି ମାଡି ଆସୁଛି । ଅଧିକ ପଢନ୍ତୁ...

ବିପଦ ସଙ୍କେତ ଦିଏ ନୀଳଚକ୍ର ବାନା , ବାତ୍ୟା ପୂର୍ବରୁ ଲାଗିଲା ଧବଳ ଧ୍ବଜା
ବିପଦ ସଙ୍କେତ ଦିଏ ନୀଳଚକ୍ର ବାନା , ବାତ୍ୟା ପୂର୍ବରୁ ଲାଗିଲା ଧବଳ ଧ୍ବଜା

By

Published : May 25, 2021, 7:43 PM IST

ପୁରୀ: ବାତ୍ୟା ୟସ କୁ ନେଇ ଉପକୂଳବର୍ତ୍ତୀ ଅଞ୍ଚଳରେ ହାଇଆଲର୍ଟ ଜାରି । ପ୍ରବଳ ବର୍ଷା ସାଙ୍ଗକୁ ତୀବ୍ର ବେଗରେ ପବନ ବହିବାର ସତର୍କ ସୂଚନା ଦିଆଯାଇଛି। ତେବେ ପ୍ରବଳ ବର୍ଷା ହେବା ସହିତ ଆଶ୍ଚର୍ଯ୍ୟ ଜନକ ଭାବେ ସଂଯୋଗ ରହିଛି ଶ୍ରୀମନ୍ଦିର ନୀଳଚକ୍ର ବାନାର । ଯେତେବେଳେ ନୀଳଚକ୍ର ରେ ଧଳା ଅର୍ଥାତ ଧବଳ ବାନା ଲାଗି ଥାଏ ସେତେବେଳେ ପ୍ରବଳ ବୃଷ୍ଟି ହେବାର ନଜିର ରହିଛି।

ବିପଦ ସଙ୍କେତ ଦିଏ ନୀଳଚକ୍ର ବାନା , ବାତ୍ୟା ପୂର୍ବରୁ ଲାଗିଲା ଧବଳ ଧ୍ବଜା

ୟସ ବାତ୍ୟା ପ୍ରଭାବରେ ପ୍ରବଳ ବୃଷ୍ଟିପାତ ହେବାର ସମ୍ଭାବନା ଥିବା ବେଳେ ସଂଯୋଗ ବସତଃ ସୋମବାର ଶ୍ରୀମନ୍ଦିର ନୀଳଚକ୍ରରେ ଧବଳ ବାନା ଲାଗିଛି। ଆଉ ଏଥିପାଇଁ ୟସ ବାତ୍ୟା ଯୋଗୁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ପୂର୍ବରୁ ଫନି , ଅମ୍ପନ ବାତ୍ୟା ପୂର୍ବରୁ ମଧ୍ୟ ନୀଳାଚକ୍ର ରେ ଧଳା ବାନା ଲାଗି ଥିଲା । କେବଳ ଏତିକି ନୁହେଁ ପୂର୍ବରୁ ଅନେକ ନଜିର ରହିଛି ଶ୍ରୀମନ୍ଦିର ନୀଳଚକ୍ର ରେ ଧଳା ବାନା ଲାଗିଲେ ରାଜ୍ୟ ରେ ପ୍ରବଳ ବୃଷ୍ଟିପାତ ଏବଂ ଝଡ଼ ବାତ୍ୟା ହୋଇଥାଏ।

ତେବେ ସବୁଠୁ ବଡ଼ କଥା ହେଉଛି ବର୍ଷା ହେବାର ସୂଚନା ପାଇଁ ଶ୍ରୀମନ୍ଦିର ପ୍ରଶାସନ ବା ଚୂନାର ସେବକ ଧଳା ବାନା ଲଗାଇନାହାନ୍ତି । ବରଂ ନୀଳଚକ୍ର ବାନା ଲଗାଇବା ନେଇ ଲଟେରୀ ହୋଇଥାଏ । ଯାହା ନାଁ ଲାଟେରୀ ରେ ଉଠିବ ସେହି ଭକ୍ତ ଙ୍କ ବାନା ଶ୍ରୀମନ୍ଦିର ନୀଳଚକ୍ର ରେ ଶୋଭା ପାଇବ। ଆଉ ସଯୋଗବଶଃ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଧଳା ବାନା ଲାଗିଥିବା ବେଳେ ରାଜ୍ୟରେ ପ୍ରବଳ ବର୍ଷା ମଧ୍ୟ ହେଉଛି ।

ତେବେ ନୀଳଚକ୍ର ରେ ଧଳା , ନାଲି , ହଳଦିଆ ରଙ୍ଗ ବାନା କେବଳ ଲାଗିଥାଏ । ଅନ୍ୟ କୌଣସି ରଙ୍ଗ ର ବାନା ଲାଗି ନ ଥାଏ। ସେହିପରି ପ୍ରତିଦିନ ଶ୍ରୀମନ୍ଦିର ନିର୍ଦ୍ଦିଷ୍ଟ ସେବାୟତ ଚୂନରା ସେବାୟତ ଏହି ବାନା ଲାଗି କରିଥାନ୍ତି । ସବୁଦିନ ସନ୍ଧ୍ୟା 4 ଟା ରେ ବାନା ପରିବର୍ତ୍ତନ ହୋଇ ଥାଏ । ତେବେ ଧଳା ବାନା ଲାଗି ହୋଇ ଥିଲେ ପ୍ରବଳ ବୃଷ୍ଟିପାତ ହୋଇ ଥାଏ ବୋଲି ପୁର୍ବ କାଳ ରୁ ଦେଖା ଯାଇ ଅଚି ବୋଲି ଚୂନରା ସେବାୟତ କୁହନ୍ତି । ସେହିପରି ନୀଳଚକ୍ର ରେ ବାନା କୌଣସି ପ୍ରକାର ଉଡ଼ିଗଲେ ଅର୍ଥାତ ଖାଲି ଥିଲେ ମହାପ୍ରଭୁଙ୍କ ନୀତିକାନ୍ତି ହୋଇ ନ ଥାଏ।

ପୁରୀ ରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details