ପୁରୀ: ଭାରତୀୟ ସମ୍ବିଧାନର ଧାରା 25କୁ ତ୍ବରାନ୍ବିତ କରିବା ନେଇ ଦାବି ରଖିଲେ ଜଗତଗୁରୁ ଶଙ୍କରାଚାର୍ଯ୍ୟ । ଏହି ଧାରାନୁଯାୟୀ ଶିଖ, ଜୈନ ଓ ବୁଦ୍ଧ ଧର୍ମକୁ ହିନ୍ଦୁ ଧର୍ମ ବୋଲି ପରିଭାସିତ କରାଯାଇଛି । କିନ୍ତୁ କିଛି ରାଜନୈତିକ ଦଳ ରାଜନୀତି କରି ଏହି ଧର୍ମକୁ ସଂଖ୍ୟାଲଘୁ ଘୋଷିତ କରିଦେଇଛନ୍ତି । ଯାହାକି ହିନ୍ଦୁ ଧର୍ମକୁ ଏକାଠି କରିବାରେ ସମସ୍ୟା ସୃଷ୍ଟି ହୋଇଛି ।
ଧାରା 25 ତ୍ବରାନ୍ବିତ କରିବାକୁ ଶଙ୍କରାଚାର୍ଯ୍ୟଙ୍କ ଦାବି - expedite Article 25
ଦୀର୍ଘ 70ବର୍ଷ ପରେ ଧାରା 370କୁ ଉଚ୍ଛେଦ କରିଛନ୍ତି କେନ୍ଦ୍ର ସରକାର । ଏହି ନିଷ୍ପତ୍ତିକୁ ସାରା ଦେଶ ସ୍ବାଗତ କରିଥିବାବେଳେ ଏବେ ଧାରା 25କୁ ତ୍ବରାନ୍ବିତ କରି ହିନ୍ଦୁଧର୍ମର ସମ୍ପ୍ରସାରଣ ଦାବି କରିଛନ୍ତି ଜଗତଗୁରୁ ଶଙ୍କରାଚାର୍ଯ୍ୟ ।
ଜଗତଗୁରୁ ଶଙ୍କରାଚାର୍ଯ୍ୟ
ଭିଡିଓ ସୌଜନ୍ୟ: ସମ୍ବାଦଦାତା, ପୁରୀ
ତେବେ କେନ୍ଦ୍ର ସରକାର ହିନ୍ଦୁ ଧର୍ମର ସୁରକ୍ଷା ଓ ବୃହତ ସ୍ବାର୍ଥ ଦୃଷ୍ଟିରୁ ସଂଖ୍ୟାଲଘୁ ଘୋଷଣାକୁ ବାତିଲ କରି ଶିଖ, ଜୈନ ଓ ବୌଦ୍ଧ ଧର୍ମକୁ ହିନ୍ଦୁ ଧର୍ମ ବୋଲି ଘୋଷଣା କରିବାକୁ ଦାବି କରିଛନ୍ତି ଶଙ୍କରାଚାର୍ଯ୍ୟ । ଏହା ଦ୍ବାରା ସାରା ବିଶ୍ବରେ ହିନ୍ଦୁ ଧର୍ମ ସଂଖ୍ୟାଲଘୁ ନେଇ ଯେଉଁ ପରିସ୍ଥିତି ସୃଷ୍ଟି ହୋଇଛି ତାହା ସମାଧାନ ହୋଇପାରିବ । ଆଉ ହିନ୍ଦୁ ଧର୍ମ ନିଜର ପୂର୍ବାବସ୍ଥା ଫେରିପାଇବ ବୋଲି କହିଛନ୍ତି ପୁରୀ ଗୋବର୍ଦ୍ଧନ ପୀଠର ଗୁରୁଜୀ ସ୍ବାମୀ ନିଶ୍ଚଳାନନ୍ଦ ସରସ୍ବତୀ ।
ପୁରୀରୁ ଶକ୍ତିପ୍ରସାଦ ମିଶ୍ର, ଇଟିଭି ଭାରତ