ଓଡିଶା

odisha

ETV Bharat / state

ପବିତ୍ର ରାମ ନବମୀରୁ ପୁରୀରେ ଆରମ୍ଭ ହେବ ସାହି ଜାତ, 8ଟି ସାହି ମଧ୍ୟରେ ହେବ ପ୍ରତିଯୋଗିତା - ରାମ ନବମୀକୁ ନେଇ ଉତ୍ସବମୁଖର ପୁରୀ ସହର

ରାମ ନବମୀକୁ ନେଇ ଉତ୍ସବମୁଖର ପୁରୀ ସହର । ପବିତ୍ର ରାମ ନବମୀରୁ ପୁରୀରେ ଆରମ୍ଭ ହୋଇଥାଏ ପ୍ରସିଦ୍ଧ ସାହି ଯାତ କାର୍ଯ୍ୟକ୍ରମ । ଶେଷ ପର୍ଯ୍ଯାୟରେ ପ୍ରସ୍ତୁତିକାର୍ଯ୍ୟ । ଅଧିକ ପଢ଼ନ୍ତୁ

ରାମ ନବମୀକୁ ନେଇ ଉତ୍ସବମୁଖର ପୁରୀ ସହର
ରାମ ନବମୀକୁ ନେଇ ଉତ୍ସବମୁଖର ପୁରୀ ସହର

By

Published : Mar 29, 2023, 7:11 PM IST

ପବିତ୍ର ରାମ ନବମୀରୁ ପୁରୀରେ ଆରମ୍ଭ ହୋଇଥାଏ ପ୍ରସିଦ୍ଧ ସାହି ଯାତ କାର୍ଯ୍ୟକ୍ରମ

ପୁରୀ: ରାତି ପାହିଲେ ପବିତ୍ର ରାମନବମୀ । ପୂରପଲ୍ଲୀ, ନଗର ସହରରେ ରାମ ନବମୀକୁ ନେଇ ଉତ୍ସାହ ଦେଖିବାକୁ ମିଳିଛି । ରାମ ନବମୀକୁ ନେଇ ଉତ୍ସବମୁଖର ହୋଇ ପଡିଛି ପୁରୀ ସହର । ଶ୍ରୀମନ୍ଦିରରେ ଅବସ୍ଥିତ ପ୍ରଭୁ ଶ୍ରୀରାମଙ୍କ ମନ୍ଦିରରେ ସ୍ବତନ୍ତ୍ର ନୀତିକାନ୍ତି ଆନୁଷ୍ଠିତ ହୋଇଥାଏ । ଯାହାକୁ ଦେଖିବା ପାଇଁ ମନ୍ଦିରରେ ଭିଡ ଦେଖିବାକୁ ମିଳିଥାଏ । ତେବେ ପବିତ୍ର ରାମ ନବମୀରୁ ପୁରୀରେ ଆରମ୍ଭ ହୋଇଥାଏ ପ୍ରସିଦ୍ଧ ସାହି ଯାତ କାର୍ଯ୍ୟକ୍ରମ । ପ୍ରତ୍ୟେକଟି ସାହି ଏହି ସାହି ଯାତରେ ଭାଗନେଇ ଥାଏ ।

ତେଣୁ ଏହାକୁ ନେଇ ପାରମ୍ପରିକ ନୃତ୍ୟ ବାଦ୍ୟରେ କମ୍ପୁଛି ଜାଗା ପରିସର । ସକାଳେ ଏବଂ ଅପରାହ୍ନରେ ଚାଲୁଛି ଜୋରଦାର ଅଭ୍ୟାସ। କଳାକାରମାନେ ଖଣ୍ଡା ଓ ଲାଠି ଚାଳନା ଶିଖୁଥିବା ବେଳେ ରାବଣ, ପର୍ଶୁରାମ, ନାଗା ଓ ମେଢ଼ ଆଦି ନୃତ୍ୟାଭାସ ମଧ୍ୟ ଜୋରସୋରରେ ଚାଲିଛି । ଆସନ୍ତାକାଲି(ଗୁରୁବାର) ପବିତ୍ର ଶ୍ରୀରାମ ନବମୀଠାରୁ ଶ୍ରୀକ୍ଷେତ୍ରରେ ଆରମ୍ଭ ହେବ ପ୍ରସିଦ୍ଧ ସାହି ଯାତ । ପ୍ରଭୁ ଶ୍ରୀରାମଙ୍କ ଲୀଳା ଏବଂ କଥାବସ୍ତୁ କଳାକାରମାନେ ବିଭିନ୍ନ ଜାଗା ଆଖଡ଼ା, ସାହି ଓ ବଡ଼ଦାଣ୍ଡରେ ପରିବେଷଣ କରିବେ । ଏଣୁ ସାହିଯାତ ୨୦୨୩ ପାଇଁ ଶ୍ରୀକ୍ଷେତ୍ର ଏବେ ଚଳଚଞ୍ଚଳ ।

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଧାମ ଶ୍ରୀକ୍ଷେତ୍ର ହେଉଛି ବହୁ ପ୍ରାଚୀନ ସାଂସ୍କୃତିକ ପୀଠ। ଶ୍ରୀକ୍ଷେତ୍ରର ପ୍ରାଚୀନ ଆଠ ସାହି ପକ୍ଷରୁ କାହିଁ କେଉଁ କାଳରୁ ଶ୍ରୀରାମ ନବମୀଠାରୁ ପ୍ରଭୁ ଶ୍ରୀରାମଙ୍କ କଥାବସ୍ତୁ ଥିବା ସାହିଯାତ ଉତ୍ସବ ଅନୁଷ୍ଠିତ ହୋଇଆସୁଛି। ସମୟ ବଦଳିଛି ସତ କିନ୍ତୁ ଶ୍ରୀକ୍ଷେତ୍ରବାସୀ ତାଙ୍କ ପରମ୍ପରାକୁ ଭୁଲି ନାହାଁନ୍ତି। ଜାଗା ଆଖଡ଼ାର କଳାକାରମାନେ ସାହି ଯାତ ଅବସରରେ ପାରମ୍ପରିକ ନୃତ୍ୟ କଳା ପ୍ରଦର୍ଶନ କରିଥାନ୍ତି। ଏଥିସହ ଶ୍ରୀଜଗନ୍ନାଥଙ୍କ ରୀତିନୀତି ସହ ଜଡ଼ିତ ଥିବା ସାହି ଯାତରେ ବାହାରୁଥିବା ଠାକୁରଙ୍କ ନୀତି ମଧ୍ୟ ଜଗନ୍ନାଥ ବଲ୍ଲଭ ମଠ ପରିସରରେ ଅନୁଷ୍ଠିତ ହେବ।

ସେପଟେ ସାହିଯାତ ଉତ୍ସବକୁ ସଫଳ କରିବା ପାଇଁ ଜିଲ୍ଲା ଓ ପୋଲିସ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି। ତେବେ ଚଳିତ ବର୍ଷ ଏହି କାର୍ଯ୍ୟକ୍ରମରେ ନୃତ୍ୟ ପରିବେଷଣ ସମୟରେ ବ୍ୟବହୃତ ହେଉଥିବା ବିଭିନ୍ନ ଅସ୍ତ୍ରଶସ୍ତ୍ର ଧାରଣ ଉପରେ କଟକଣା ଜାରି କରାଯାଇଥିବା କହିଛନ୍ତି ଜିଲ୍ଲାପାଳ। ଆସନ୍ତାକାଲି (ଗୁରୁବାର) ରାମ ନବମୀରେ ରାମଜନ୍ମ ନୀତି ପରଠାରୁ ରାମ ନବମୀ ସହ ଜଡିତ ରୀତିନୀତି ପାଳନ କରାଯିବ । ୩୧ରେ ନିଶାଣ ଶୋଭାଯାତ୍ରା, ଏପ୍ରିଲ ୧ରେ ପର୍ଶୁରାମଙ୍କ କଳାହରଣ ଓ ସୀତା ବିବାହ, ଏପ୍ରିଲ୍ ୨ରେ ରାମ ବନବାସ, ୩ରେ ସୀତା ଚୋରି, ୪ରେ ଲଙ୍କା ପୋଡ଼ି, ୫ରେ ରାମ ସେତୁ ବନ୍ଧ ନୀତି ସହ ୬ରେ ରାବଣ ବଦ୍ଧ ଓ ୧୨ ତାରିଖରେ ରାମାଭିଷେକ ଓ ହନୁମାନ ନୀତି ଅନୁଷ୍ଠିତ ହେବାର ସୂଚନା ରହିଛି ।

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details