ଓଡିଶା

odisha

ଦୁଇବର୍ଷ ପରେ ପୁରୀରେ କାର୍ତ୍ତିକ ବ୍ରତ ପାଳିବେ ହବିଷ୍ୟାଳି

By

Published : Sep 7, 2022, 9:45 AM IST

ଦୀର୍ଘ ଦୁଇବର୍ଷ ପରେ ପୁଣି ଆରମ୍ଭ ହେବ ହବିଷ୍ୟାଳି ଶିବିର । ପ୍ରାୟ ଅଢେଇ ହଜାର ହବିଷ୍ୟାଳିଙ୍କ ପାଇଁ ହେଉଛି ବ୍ୟବସ୍ଥା । ଚଳିତ ମାସ ୧୦ରୁ ଆରମ୍ଭ ହେବ ପଞ୍ଜିକରଣ । ଅଧିକ ପଢନ୍ତୁ

ଦୀର୍ଘ ଦୁଇବର୍ଷ ପରେ ପୁଣି ଆରମ୍ଭ ହେବ ହବିଷ୍ଯାଳି ଶିବିର
ଦୀର୍ଘ ଦୁଇବର୍ଷ ପରେ ପୁଣି ଆରମ୍ଭ ହେବ ହବିଷ୍ଯାଳି ଶିବିର

ପୁରୀ: କୋରୋନା ମହାମାରୀ ପାଇଁ ଦୀର୍ଘ ଦୁଇ ବର୍ଷ ହେଲା ବନ୍ଦ ଥିଲା ହବିଷ୍ୟାଳି ଶିବିର । କିନ୍ତୁ ମହାମାରୀ ପରେ ପୁଣି ଥରେ ଆରମ୍ଭ ହେବ ହବିଷ୍ୟାଳି ଶିବିର । ପ୍ରାୟ ଅଢେଇ ହଜାର ହବିଷ୍ୟାଳିଙ୍କ ପାଇଁ ହେଉଛି ବ୍ୟବସ୍ଥା । ଚଳିତ ମାସ ୧୦ରୁ ଆରମ୍ଭ ହେବ ପଞ୍ଜିକରଣ ।

ଦୀର୍ଘ ଦୁଇବର୍ଷ ପରେ ପୁଣି ଆରମ୍ଭ ହେବ ହବିଷ୍ଯାଳି ଶିବିର

ସୂଚନା ଅନୁଯାୟୀ, ଦୀର୍ଘ ଦୁଇବର୍ଷ ପରେ ପୁଣି ଆରମ୍ଭ ହେବ ହବିଷ୍ୟାଳି ଶିବିର । ପ୍ରାୟ ଅଢେଇ ହଜାର ହବିଷ୍ୟାଳିଙ୍କ ପାଇଁ ହେଉଛି ବ୍ୟବସ୍ଥା । ଚଳିତ ମାସ ୧୦ରୁ ଆରମ୍ଭ ହେବ ପଞ୍ଜିକରଣ । ସେପ୍ଟେମ୍ବର ୨୫ ହେବ ପଞ୍ଜିକରଣର ଶେଷ ତାରିଖ । ଏନେଇ ସେପ୍ଟେମ୍ବର ୮ତାରିଖରେ ବିଜ୍ଞପ୍ତି ଜାରୀ ହେବ । ଅକ୍ଟୋବର ୧୦ରୁ ଆରମ୍ଭ ହେବ କାର୍ତ୍ତିକ ବ୍ରତ । ଏଥର ନୂତନ ହବିଷ୍ୟାଳି ଶିବିର ସ୍ଥାୟୀ ଭାବେ କରାଯିବ । ଏଥିପାଇଁ ନରେନ୍ଦ୍ର କୋଣ ଅଞ୍ଚଳରେ ବହୁତ ତଳ କୋଠା ବୃନ୍ଦାବତୀ ଭବନରେ ରହିବେ ହବିଷ୍ୟାଳି । ତେଣୁ ଏନେଇ ଶିବିର ଆରମ୍ଭ ଦିନ ମୁଖ୍ୟମନ୍ତ୍ରୀ କରିବେ ଉଦଘାଟନ । ଏଥିସହ ଆବଶ୍ୟକ ପଡିଲେ ରେଳବାଇ ଯାତ୍ରୀ ବିଶ୍ରାମାଗାରକୁ ମଧ୍ୟ ଅସ୍ଥାୟୀ ଶିବିର କରାଯିବ । ତେବେ ପ୍ରତି ଜିଲ୍ଲାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସ୍ଥାନୀୟ ହବିଷ୍ୟାଳି ପଞ୍ଜିକରଣ କରିପାରିବେ । ଏହା ଛଡା ବୁଷ୍ଟର ଡୋଜ ଟିକାକରଣ ହେବ ବାଧ୍ୟତାମୂଳକ ।

ଇଟିଭି ଭାରତ,ପୁରୀ

ABOUT THE AUTHOR

...view details