ପୁରୀ: ଶରଣ କ୍ଷେତ୍ର ଢେଙ୍କାନାଳରେ ଦାରୁ ଚୟନ ବିଧିକୁ ବିରୋଧ କରିଛନ୍ତି ସେବାୟତ । ଢେଙ୍କାନାଳରେ ନୂତନ ଶ୍ରୀଜଗନ୍ନାଥ ମନ୍ଦିର ନିର୍ମାଣ ହୋଇଥିବା ବେଳେ ଏଠାରେ ଶ୍ରୀମନ୍ଦିରର ପରି ଦାରୁ ଚୟନ ନୀତି ପାଳନକୁ ନେଇ ସୃଷ୍ଟି ହୋଇଛି ବିବାଦ । ମହାପ୍ରଭୁଙ୍କ ମୂଳ ପୀଠ ଶ୍ରୀକ୍ଷେତ୍ର ଛଡା ଏହା ଅନ୍ୟ କୌଣସି ସ୍ଥାନରେ ଗ୍ରହଣୀୟ ନୁହେଁ ବୋଲି ଦଇତାପତି ନିଯୋଗ କହିଛି ।
ମହାପ୍ରଭୁଙ୍କ ନୀତିକାନ୍ତି ସବୁ କିଛି ଶାସ୍ତ୍ରନୁମୋଦିତ ଅନୁଯାୟୀ ତିଥୀ ବାର ହୋଇ ଥାଏ । କିନ୍ତୁ ଏହି ନୀତିକୁ ଶରଣ ଶ୍ରୀକ୍ଷେତ୍ର ଢେଙ୍କାନାଳରେ ଅସମୟରେ ତଥା ମହାପ୍ରଭୁଙ୍କ ସଂସ୍କୃତିକୁ କଦର୍ଥ କରି ପାଳନ ହେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ଏହି କାର୍ଯ୍ୟରେ ଯେଉଁମାନେ ସାମିଲ ଅଛନ୍ତି ସେମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନେବାକୁ ପୁରୀ ଶ୍ରୀମନ୍ଦିର ଦଇତାପତି ସେବାୟତ ନିଯୋଗ ଦାବି କରିଛି । ମହାପ୍ରଭୁଙ୍କ ଦାରୁ ଚୟନ ନୀତି ସ୍ବତନ୍ତ୍ର । ଏହା ଏକ ଗୁପ୍ତ ସେବା । କିନ୍ତୁ ଶରଣ ଶ୍ରୀକ୍ଷେତ୍ରରେ ଜଗନ୍ନାଥ ମନ୍ଦିର କରିଥିବା କମିଟି କିଭଳି ସେଠାରେ ଏହି ନୀତି ପାଳନ କରୁଛି ସେ ନେଇ ଦଇତାପତି ନିଯୋଗ ପ୍ରଶ୍ନ କରିଛି ।