ଓଡିଶା

odisha

ETV Bharat / state

ଏସସିଏସ ଛାତ୍ରୀଙ୍କୁ ସରସ୍ୱତୀ ସାହା, ଭିଡିଓ ଭାଇରାଲ

କାହାକୁ ଖାତିର ନକରି ଚାଲିଥିଲା ବେଧଡକ ଡ୍ୟାନ୍ସ । ମନ୍ତ୍ରସ୍ତୁତି ଗାଇବା ପରିବର୍ତ୍ତେ ବୋବାଲିଆ ଗୀତ 'ଲଡକୀ ଆଖଁ ମାରେ' ଗୀତର ତାଳେ ତାଳେ ଝୁମୁଛନ୍ତି ସିଭିଏଁ । ଏଭଳି ଏକ ନିର୍ଦ୍ଧିଷ୍ଟ କଲେଜ ଛାତ୍ରଛାତ୍ରୀମାନେ ମାନାଇଥିଲେ ବିଦ୍ୟାଦାତ୍ରୀ ମା ସ୍ବରସତୀଙ୍କ ପୂଜା ।

ଫଟୋ ସୌଜନ୍ୟ:ସମ୍ବାଦଦାତା,ପୁରୀ

By

Published : Feb 17, 2019, 9:50 PM IST

ପୁରୀ: କଲେଜଲରେ ଚାଲିଛି ଛାତ୍ରଛାତ୍ରୀଙ୍କ ବିୟର ପାର୍ଟି । ତାହା ପୁଣି ସରସ୍ବତୀ ପୂଜା ଦିନ । ହାତରେ ବହିଖାତା ବଦଳରେ ଛାତ୍ରଛାତ୍ରୀ ଧରିଥିଲେ ଗୋଟେ ଗୋଟେ ବିୟର ବୋତଲ। କାହାକୁ ଖାତିର ନକରି ଚାଲିଥିଲା ବେଧଡକ ଡ୍ୟାନ୍ସ । ମନ୍ତ୍ରସ୍ତୁତି ଗାଇବା ପରିବର୍ତ୍ତେ ବୋବାଲିଆ ଗୀତ 'ଲଡକୀ ଆଖଁ ମାରେ' ଗୀତର ତାଳେ ତାଳେ ଝୁମୁଛନ୍ତି ସିଭିଏଁ । ଏଭଳି ଏକ ନିର୍ଦ୍ଧିଷ୍ଟ କଲେଜ ଛାତ୍ରଛାତ୍ରୀମାନେ ମାନାଇଥିଲେ ବିଦ୍ୟାଦାତ୍ରୀ ମା ସ୍ବରସତୀଙ୍କ ପୂଜା ।

ଏହି ପୂଜାକୁ ସେଲିବ୍ରେଟ କରିବା ପାଇଁ କଲେଜ ପରିସରରେ ଆୟୋଜନ ହୋଇଥିଲା ବଲିଉଡ ଡ୍ୟାନ୍ସ ସାଙ୍ଗକୁ ବିୟର ପାର୍ଟି । ଯାହାର ଦୃଶ୍ଯ ଏବେ ବେଶ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ଦେଖାଯାଇଥିବା ଦୃଶ୍ୟ ପୁରୀ ଜିଲ୍ଲା ଏସସିଏସ କଲେଜ କାମ୍ପସ ଭିତର ବୋଲି କୁହାଯାଉଛି ।

ସ୍ବରସ୍ବତୀ ପୂଜା ଅବସରରେ ଖୋଲା ଆକାଶ ତଳେ ଚାଲିଥିଲା ଛାତ୍ରଛାତ୍ରୀଙ୍କ ଡ୍ୟାନ୍ସ । ଏହି ଭିଡିଓ ଏବେ ସାମ୍ନାକୁ ଆସିବା ପରେ ଚର୍ଚ୍ଚାରର ବିଷୟ ପାଲଟିଛି । କଲେଜ ଭିତରେ ଛାତ୍ରଛାତ୍ରୀମାନେ ମଦ ପିଇବାକୁ ନେଇ ବିଭିନ୍ନ ମହଲରେରେ ତୀଵ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଅନ୍ୟପଟେ ଏନେଇ କଲେଜ କର୍ତ୍ତୃପକ୍ଷ କିଛି ଜାଣି ନଥିବା କହିଛନ୍ତି। ତେବେ ଘଟଣାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ଉଠିଛି।

ପୁରୀରୁ ଶକ୍ତିପ୍ରସାଦ ମିଶ୍ର, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details