ବ୍ରହ୍ମଗିରି : ପୁରୀ ସାତପଡ଼ା ଜାତୀୟ ରାଜପଥ, ଏକାଧିକ ପଯ୍ୟଟନ ସ୍ଥଳର ମୁଖ୍ୟ ରାସ୍ତା । ଏହି ଜାତୀୟ ରଜପଥ ଦେଇ ପ୍ରତିଦିନ ଦେଶ ବିଦେଶର ହଜାର ହଜାର ପର୍ଯ୍ୟଟକ ଚିଲିକା, ଅଲାରନାଥ, ଭାବକୁଣ୍ଡଳେଶ୍ୱର ଓ ବାଲିହରଚଣ୍ଡୀ ପଯ୍ୟଟନ ସ୍ଥଳକୁ ବୁଲିବା ପାଇଁ ଯାଇଥାନ୍ତି । ଏହାସହ ଏହି ରାସ୍ତା ଦେଇ ରୋଗୀ ମାନେ ଡାକ୍ତରଖାନା ଯାଇଥାନ୍ତି ।
ମରଣଯନ୍ତା ପାଲଟିଛି ପୁରୀ ସାତପଡ଼ା ଜାତୀୟ ରାଜପଥ - death trap Puri Satpada National Highway
ପୁରୀ ସାତପଡ଼ା ଜାତୀୟ ରାଜପଥ, ଏକାଧିକ ପଯ୍ୟଟନ ସ୍ଥଳର ମୁଖ୍ୟ ରାସ୍ତା । ଏହି ଜାତୀୟ ରାଜପଥଟି ଗ୍ରାମ ରାସ୍ତା ଠାରୁ ହୀନ ମନେ ହେଉଛି । ପୁରୀ ଠାରୁ ବ୍ରହ୍ମଗିରି ପଯ୍ୟନ୍ତ ରାସ୍ତା ସମ୍ପୂର୍ଣ୍ଣ ଖାଲ ଖମାରେ ଭର୍ତ୍ତି ହୋଇଯାଇଛି । ଅଧିକ ପଢନ୍ତୁ...

ମରଣଜନ୍ତା ପାଲଟିଛି ପୁରୀ ସାତପଡ଼ା ଜାତୀୟ ରାଜପଥ
ମରଣଜନ୍ତା ପାଲଟିଛି ପୁରୀ ସାତପଡ଼ା ଜାତୀୟ ରାଜପଥ
କିନ୍ତୁ, ଏହି ଜାତୀୟ ରାଜପଥଟି ଗ୍ରାମ ରାସ୍ତା ଠାରୁ ହୀନ ମନେ ହେଉଛି । ପୁରୀ ଠାରୁ ବ୍ରହ୍ମଗିରି ପଯ୍ୟନ୍ତ ରାସ୍ତା ସମ୍ପୂର୍ଣ୍ଣ ଖାଲ ଖମାରେ ଭର୍ତ୍ତି ହୋଇଯାଇଛି । ଅଭିଯୋଗ ହେଲେ ସେହି ରାସ୍ତାକୁ ମରାମତି କରାଯାଏ, ଯାହା ଦିନେ କିମ୍ବା ଦୁଇ ଦିନରେ ଉଠି ପୂର୍ବ ଭଳି ହୋଇଯାଏ । ରାସ୍ତାରେ ଯାଉଥିବା ବାଟୋଇ ମାନେ ଦୁର୍ଘଟଣା ଶିକାର ହୋଇଥାନ୍ତି । ସେଥିରେ ଧନଜୀବନ କ୍ଷୟକ୍ଷତି ମଧ୍ୟ ହୋଇଥାଏ । 2015 ମସିହାରେ ଏହି ଜାତୀୟ ରାଜପଥ କାମ ହୋଇଥିଲା ଆଜି ପଯ୍ୟନ୍ତ କ’ଣ ପାଇଁ ଏହାର ପୁନରୁଦ୍ଧାର ହେଉନାହିଁ ସାଧାରଣ ଲୋକ ପ୍ରଶ୍ନ କରିଛନ୍ତି ।
ବ୍ରହ୍ମଗିରିରୁ ଦେବାଶିଷ ଦାସ, ଇଟିଭି ଭାରତ